ବାରିପଦା ରଥଯାତ୍ରା ସମୟରେ ଯାନବାହନ ଚଳାଚଳରେ କଟକଣା

ବାରିପଦା ଅଫିସ,୨।୭- ପବିତ୍ର ରଥଯାତ୍ରା ସମୟରେ ବାରିପଦା ସହରରେ ପ୍ରବଳ ଜନସମାଗମ ପରିଲକ୍ଷିତ ହେଉଥିବାରୁ ସହର ମଧ୍ୟରେ ଯାନବାହନ ଚଳାଚଳ ଉପରେ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଆସନ୍ତା ୪ ତାରିଖ ସକାଳ ୬ଟାରୁ ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଜିଲା ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାରଙ୍କ ସୂଚନା ମୁତାବକ ବାଲେଶ୍ୱର ଓ ଉଦଳା ଅଭିମୁଖେ ଯାତାୟାତ କରୁଥିବା ଯାତ୍ରୀବାହୀ ବସ, ଟ୍ରକ ଓ ଅନ୍ୟାନ୍ୟ ଯାନବାହନ ସତ୍ୟସାଇ ଛକ ଦେଇ ଦାରୋଗାଡାହି ଗୋଲେଇ ଓ ପାଲବଣି ଗୋଲେଇ ଦେଇ ଯାତାୟାତ କରିବେ। ହରିବଳଦେବ ଜୀଉ (ଜଗନ୍ନାଥ ମନ୍ଦିର) ଠାରୁ ଅମ୍ବିକା ମନ୍ଦିର ଛକ ପର୍ଯ୍ୟନ୍ତ ବଡଦାଣ୍ଡରେ କୌଣସି ଯାନବାହନ ଚଳାଚଳ କରିବ ନାହିଁ। ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଗାଡ଼ି ରଖାଯାଇ ପାରିବ ନାହିଁ। ସେହିପରି ୪, ୫ ଓ ୬ ଏବଂ ୧୨,୧୩ ଓ ୧୪ ତାରିଖରେ ପହଣ୍ଡି ଓ ରଥଟଣା ହେବାର ଦୁଇଘଣ୍ଟା ପୂର୍ବରୁ କୌଣସି ସାଇକେଲ, ରିକ୍ସା, ଅଟୋରିକ୍ସା , ଟ୍ରଲିରିକ୍ସା ବଡଦାଣ୍ଡକୁ ଆସି ପାରିବ ନାହିଁ ବୋଲି କଟକଣା ଜାରି କରାଯାଇଛି। ତେବେ ଏହି କଟକଣା କର୍ତ୍ତବ୍ୟରତ ମାଜିଷ୍ଟ୍ରେଟ, ପୋଲିସ, ଦମକଳ, ଆମ୍ବୁଲାନ୍ସ ଓ ଦେବୋତ୍ତର ବିଭାଗର ଗାଡ଼ିି ପ୍ରତି ଲାଗୁ ହେବ ନାହିଁ। ଏଥିରେ ସହରର ଜନସାଧାରଣ, ବସ, ଟ୍ରକ, ଟ୍ୟାକ୍ସି ଓ ଅଟୋ ରିକ୍ସା ମାଲିକ ସଂଘର କର୍ମକର୍ତ୍ତା ସହଯୋଗ କରିବା ପାଇଁ ଜିଲା ଆରକ୍ଷୀ ଅଧୀକ୍ଷକ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’-ବାପା ବିବାଦ: ବାପାଙ୍କୁ ଜାବୁଡ଼ି ଧରି କାନ୍ଦିଲା କୁନି ଝିଅ, କାହା ଆଖିରେ ରହିଲାନି ଲୁହ, ଆଉ ତା’ ପରେ…

ନୀଳଗିରି,୩ା୮(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାଖାପାଖି ୩ ବର୍ଷ ହେବ ମା’ କୁନି ଝିଅ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri