ବାରିପଦାରେ କରୋନା ନିର୍ଦ୍ଦେଶକୁ ଅଣଦେଖା: ଏଟିଏମ୍‌ କାଉଣ୍ଟରରେ ନାହିଁ ସାନିଟାଇଜର ବ୍ୟବସ୍ଥା, ବାଲ୍‌ଟିରେ ରଖାଯାଉଛି ପାଣି

ବାରିପଦା ଅଫିସ, ୭ା୪- ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରତି ଏଟିଏମ୍‌ କାଉଣ୍ଟରକୁ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଜିଲାରେ ଥିବା ବହୁ ଏଟିଏମରେ ଏହି ନିର୍ଦ୍ଦେଶକୁ ଅଣଦେଖା କରାଯାଉଛି। ବାରିପଦା ସହରରେ ମଧ୍ୟ କୌଣସି ଏଟିଏମ୍‌ରେ ସାନିଟାଇଜ ବ୍ୟବସ୍ଥା ନ ଥିବା ଦେଖିବାକୁ ମିଳୁଛି। ସହରର କିଛି ଏଟିଏମ୍‌ରେ ବାଲ୍‌ଟିରେ କିଛି ପାଣି ରଖାଯାଉଥିବା ଦେଖିବାକୁ ମିଳିଛି।

ପ୍ରକାଶ ଯେ, ଟଙ୍କା ଉଠାଣ ପୂର୍ବରୁ ଓ ପରେ ପ୍ରତି ଏଟିଏମ୍‌ରେ ସାନିଟାଇଜରରେ ଗ୍ରାହକମାନେ ହାତ ପରିଷ୍କାର ଭାବେ ଧୋଇ ଟଙ୍କା ଉଠାଇବା କଥା। ହେଲେ କୌଣସି ଏଟିଏମ୍‌ରେ ସାନିଟାଇଜର ବନ୍ଦୋବସ୍ତ କରାଯାଉ ନ ଥିବାରୁ ଲୋକେ ଅନ୍ୟ କୌଣସି ଉପାୟ ନ ପାଇ ଟଙ୍କା ଉଠାଣ କରୁଛନ୍ତି। ଟଙ୍କା ଉଠାଣ ସମୟରେ ଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି। ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଗୋଷ୍ଠୀ ସଂକ୍ରମଣର ପ୍ରାମାଣିକ ତଥ୍ୟ ନାହିଁ’

ଭୁବନେଶ୍ୱର,୧।୧(ବ୍ୟୁରୋ): କୋଭିଡର  ଗୋଷ୍ଠୀ ସଂକ୍ରମଣ ପ୍ରାମାଣିକ ତଥ୍ୟ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆମ ରାଜ୍ୟରେ ସଂକ୍ରମଣ ବଢୁଛି, ଏଥିପାଇଁ...

କେନ୍ଦୁପତ୍ର ଫଡ଼ିରେ ନିୟମକୁ ଫୁ: ଶିଶୁ ଶ୍ରମିକ ନିୟୋଜିତ କରି ଅର୍ଥ ଆତ୍ମସାତ ମସୁଧା

ବାଲିଗୁଡ଼ା,୪ା୬(ଡି.ଏନ୍‌.ଏ.)-ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ବାଲିଗୁଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ନିୟୋଜନ ଚାଲିଛି। କୋମଳମତି ପାଠ ପଢ଼ୁଆ ପିଲାଙ୍କୁ ଟଙ୍କା ଲୋଭ ଦେଖାଇ...

ତଦନ୍ତ ଅଗ୍ରଗତି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

କଟକ ଅଫିସ,୩ା୮: ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଦାଖଲ କରିବା ପାଇଁ ଭୁବନେଶ୍ୱର ଡିସିପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...

୧୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡ଼ା,୨୧ା୧୨(ଡି.ଏନ୍‌.ଏ.): ପୋଲିସ ଓ ଅବକାରୀ ବିଭାଗର ମିଳିତ ପ୍ରୟାସରେ ପୁଣି ନଷ୍ଟ ହୋଇଛି ୧୪କୋଟି ଟଙ୍କାର ବେଆଇନ ଗଞ୍ଜେଇ ଗଛ। କନ୍ଧମାଳ ଜିଲା ବାଲିଗୁଡ଼ା ଥାନା...

ଜାରକା ବଜାର ଉଛେଦ ପ୍ରକ୍ରିୟା ଆରମ୍ଭ

ଧର୍ମଶାଳା ୧୭ା୮(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ପ୍ରସସ୍ଥିକରଣ ପାଇଁ ଜାରକା ବଜାର ଉଭୟ ପାର୍ଶ୍ୱରେ ବେଆଇନ ଭାବେ ନିର୍ମିତ ଦୋକାନଗୁଡିକୁ ତହସିଲ...

ପଲ୍ଲିଶ୍ରୀ କେଶବ କବି କଳାକାର ସଂଘ ପକ୍ଷରୁ ୨୦ ହଜାର ଟଙ୍କା ସହାୟତା

ବାହାନଗା, ୨୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ଅଞ୍ଚଳର ପଲ୍ଲିଶ୍ରୀ କେଶବ କବି କଳାକାର ସଂଘ ପକ୍ଷରୁ କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫି୍‌...

କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଉତ୍ସବ ମନା

ନୂଆଦିଲ୍ଲୀ,୭।୧୦: କରୋନା ଯୋଗୁ କେତେକ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏ ସବୁ ଜୋନ୍‌ରେ କୌଣସି ଉତ୍ସବ କାର୍ଯ୍ୟକ୍ରମ କରାଯାଇପାରବ ନାହିଁ ବୋଲି...

ଏଥର ସଡ଼କ ସୁରକ୍ଷା ଆଇନ ଉଲ୍ଲଂଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଏଥର ସଡ଼କ ସୁରକ୍ଷା ଆଇନ ଉଲ୍ଲଂଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ। ଏ ନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଟ୍ରାନ୍ସପୋର୍ଟ କମିଶନର...

Advertisement
Archives

Model This Week