ବାରିପଦାରୁ ଭୁବନେଶ୍ୱର ଗଡ଼ିଲା ବସ୍‌

ବାରିପଦା ଅଫିସ,୩୦ା୫- ଦୀର୍ଘ ୨ ମାସ ପରେ ବାରିପଦାରୁ ଭୁବନେଶ୍ୱରକୁ ଗଡ଼ିଛି ବସ୍‌। ଶୁକ୍ରବାର ୩ଟି ବସ୍‌ରେ ୨୬ ଯାତ୍ରୀ ଭୁବନେଶ୍ୱର ଯାଇଛନ୍ତି। ପ୍ରଥମ ବସ୍‌ଟି ସକାଳ ୫ଟା ୩୦ରେ ବାରିପଦା ଛାଡ଼ିଥିବା ବେଳେ ସେଥିରେ ୧୧ ଜଣ, ୧୦ଟା୪୫ରେ ଯାଇଥିବା ଦ୍ୱିତୀୟ ବସ୍‌ରେ ୮ ଜଣ ଓ ଅପରାହ୍ନ ୧ଟାରେ ଯାଇଥିବା ତୃତୀୟ ବସ୍‌ରେ ୭ ଜଣ ଏହିପରି ମୋଟ ୨୬ ଜଣ ଭୁବନେଶ୍ୱରକୁ ଯାଇଛନ୍ତି। ବସ୍‌ଷ୍ଟାଣ୍ଡରେ ବସ୍‌କୁ ସାନିଜଟାଇଜ କରାଯାଇ ଚଳାଚଳ କରାଯାଇଥିଲା। ସେହିଭଳି ଯାତ୍ରୀମାନଙ୍କ ହାତକୁ ସାନିଟାଇଜ କରାଯାଇଥିବା ବେଳେ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଥିଲା। ଜିଲାକୁ ଅନ୍ୟ କୌଣସି ଜିଲାରୁ ବସ୍‌ ଆସି ନ ଥିବା ବେଳେ ଭୁବନେଶ୍ୱର ବ୍ୟତୀତ ଅନ୍ୟ କେଉଁଠିକି ବସ୍‌ ଯାଇ ନ ଥିବା ମୟୂରଭଞ୍ଜ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ସୁନିଲ କୁମାର ଦାଶ ସୂଚନା ଦେଇଛନ୍ତି। ଆସନ୍ତା ୧ ତାରିଖଠାରୁ ବସ୍‌ ଚଳାଚଳ ସ୍ବାଭାବିକ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୨୨ ତାରିଖଠାରୁ ବସ୍‌ ଚଳାଚଳ ବନ୍ଦ ହୋଇ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….

ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ):  ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...

ଏନ୍‌ଏସ୍‌ଏସ୍‌ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…

ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

ଭୟଙ୍କର ଦୁର୍ଘଟଣା ବାଇକ୍‌କୁ ଘୋଷାଡି ନେଲା ବସ୍‌: ଚକା ତଳେ ଗଲା ୩ ଜୀବନ

ବାରିପଦା,୨।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡା ରାଣାବନ୍ଧ ଅଞ୍ଚଳ ୨୨୦ ନଂ ଜାତୀୟ ରାଜପଥରେ ଶୁକ୍ରବାର ଏକ...

ନୂଆ ଲୁକ୍‌ରେ ବିଦ୍ୟାଶ୍ରୀ: ବିବାହକୁ ନେଇ କହିଲେ…

ଭୁବନେଶ୍ୱର,୨।୧: ବିହାହକୁ ନେଇ ମୁହଁ ଖୋଲିଲେ ବିଦ୍ୟାଶ୍ରୀ। ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ। ଯାହାଙ୍କ ଉପରେ ଦିନେ ଲାଗିଥିଲା ଆଦିତ୍ୟଙ୍କ ମୃତ୍ୟୁର ଆରୋପ।...

ଉଠୁଛିପଡ଼ୁଛି ବଡ଼ଦାଣ୍ଡ: ମେଡିକାଲ ଛକରେ ମୃତଦେହ ରଖି…

ପୁରୀ,୨।୧(ଅଜିତ୍‌ ମହାନ୍ତି): ପୁରୀ ଦୁର୍ଘଟଣାରେ ୫ ବର୍ଷୀୟ ନାବାଳକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମେଡିକାଲ ଛକରେ ମୃତଦେହ ରଖି ସ୍ଥାନୀୟ ଲୋକ ଧାରଣାରେ ବସିଛନ୍ତି।...

ପୁରୀ ବଡ଼ଦାଣ୍ଡରେ ନାବାଳକଙ୍କ ମୃତ୍ୟୁ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ,୨।୧: ପୁରୀ ବଡ଼ଦାଣ୍ଡରେ ବୋଲେରୋ ଓ ସ୍କଟି ଧକ୍କାରେ ନାବାଳକଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri