Posted inଖେଳ

ବାରବାଟୀ ଷ୍ଟାଡିୟମ: ସ୍ଥିତି ଅନୁଧ୍ୟାନ କଲେ ଡିସିପି

କଟକ ଅଫିସ,୨୪ା୧୧-  ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ନିମନ୍ତେ କଟକ ଡିସିପି ଅଖିଳେଶ୍ୱର ସିଂ ଶନିବାର ବାରବାଟୀ ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଷ୍ଟାଡିୟମରେ ପୋଲିସ ବ୍ୟବସ୍ଥା କିପରି ରହିବ ସେନେଇ ଡିସିପି ବିଭିନ୍ନ ବରିଷ୍ଠ ପୋଲିସ ଅଧିକାରୀ ଓ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ରୁ ଓସିଏକୁ ପାଣ୍ଠି ଆସିଥିବା ଜଣାପଡ଼ିଛି। ଏହାର ଉପଯୋଗ କରାଯାଇ ଫନୀ ଝଡ଼ରେ ହୋଇଥିବା କ୍ଷୟକ୍ଷତିର ମରାମତି ୧୫ଦିନ ଭିତରେ ଶେଷ କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।
ଡିସିପି ସିଂ ମ୍ୟାଚ୍‌ ସମୟରେ ଦର୍ଶକଙ୍କ ପାଇଁ ହେବାକୁ ଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ବିଶେଷ ଦୃଷ୍ଟି ଦେଇଥିଲେ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଉପରେ ଗୁରୁତ୍ୱ ଦେଇଥିଲେ। ଖେଳାଳିମାନେ ଗେଟ୍‌ ନଂ-୧୪ ଦେଇ ଷ୍ଟାଡିୟମକୁ ଆସିବେ। ଭୁବନେଶ୍ୱର ପୋଲିସ ଖେଳାଳିଙ୍କୁ ସୁରକ୍ଷିତ ନେବାଆଣିବା ଦାୟିତ୍ୱରେ ରହିବ। କଟକର ଟ୍ରାଫିକ୍‌ ବ୍ୟବସ୍ଥା କଡାକଡ଼ି କରାଯିବ ବୋଲି ଡିସିପି କହିଥିଲେ। ଷ୍ଟାଡିୟମ ବାହାରେ ବାରିକେଡ୍‌ ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହାଛଡ଼ା ନକଲି ଟିକେଟ ବିକ୍ରି ପ୍ରତି ତୀକ୍ଷ୍‌ଣ ନଜର ରଖାଯାଇଛି ବୋଲି ଡିସିପି କହିଛନ୍ତି। ଅନ୍ୟପକ୍ଷରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ବୋଲି ଓସିଏ ସମ୍ପାଦକ ସଞ୍ଜୟ କହିଥିଲେ। ଭାଙ୍ଗିଥିବା କର୍ପୋରେଟ୍‌ ବକ୍ସ, ପ୍ରେସ୍‌ ଗ୍ୟାଲେରି, ସ୍ପେଶାଲ ଏନ୍‌କ୍ଲୋଜର ପ୍ରଭୃତି ସ୍ଥାନ ଆଉ ୧୫ଦିନ ଭିତରେ ମରାମତି ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି।
୭ ନଂ ଗ୍ୟାଲେରିର ରିପୋର୍ଟକୁ ଅପେକ୍ଷା
ଗ୍ୟାଲେରି ନଂ-୭ର ସିଟ୍‌ ସଂଖ୍ୟା ୫୨୮୨। ଏହି ଗ୍ୟାଲେରିକୁ ହାତଛଡ଼ା କରିବାକୁ ଚାହୁଁନି ଓସିଏ। ଫନୀରେ ଏହା ଭାଙ୍ଗିଥିବାରୁ ଏହାର ଟିକେଟ ବିକ୍ରି ହେବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଏହାର ସ୍ଥିତି କିଭଳି ଅଛି ସେହି ରିପୋର୍ଟକୁ ଅପେକ୍ଷା କରାଯାଇଛି। ଦୁଇଟି ସରକାରୀ ଏଜେନ୍ସି ଗ୍ୟାଲେରି ନଂ-୭ର ଅନୁଧ୍ୟାନ କରି ଫେରିଛନ୍ତି। ସୋମବାର ଦୁଇଟି ଯାକ ଏଜେନ୍ସି ରିପୋର୍ଟ ଦେବା ପରେ ନିଷ୍ପତ୍ତି ନିଆଯିବ ବୋଲି ସମ୍ପାଦକ ସଞ୍ଜୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିରୋରୁ ଏମିତି ହିରୋ ବନିଥିଲେ ଧୋନୀ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସୋମବାର କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ୨୦୦୪ ଡିସେମ୍ବର ୨୩ରେ...

ଆଇପିଏଲ୍‌ ନିଲାମରେ ୫ ଓଡ଼ିଆ

ଭୁବନେଶ୍ୱର, ୨୩ା୧ (ସ୍ପୋଟର୍‌ସ ବ୍ୟୁରୋ)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମ ତାଲିକାରେ ଓଡ଼ିଶାର ୫ କ୍ରିକେଟର ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ଅଭିଷେକ...

ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ପୁନଃ ଅବସ୍ଥାପିତ

ହରାରେ, ୯ା୮ (ଏପି)-ଏକ ସରକାରୀ ପରିଷଦ ଦ୍ୱାରା ଜିମ୍ବାଓ୍ବେ କ୍ରିକେଟ ବୋର୍ଡ ପୁନଃ ଅବସ୍ଥାପିତ ହୋଇଛି। କିନ୍ତୁ ବାହ୍ୟ ହସ୍ତକ୍ଷେପ ଯୋଗୁ ଦେଶ ଅନ୍ତର୍ଜାତୀୟ କ୍ରିକେଟ...

ସନ୍ତୋଷ ଟ୍ରଫି: ପଞ୍ଜାବ-ସର୍ଭିସେସ୍‌ ଫାଇନାଲ

ଲୁଧିଆନା, ୨୦।୪(ପି.ଟି.)-ଭାରତୀୟ ଘରୋଇ ଫୁଟ୍‌ବଲର ଅନ୍ୟତମ ସମ୍ମାନଜନକ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ ରବିବାର ପଞ୍ଜାବ ଓ ସର୍ଭିସେସ୍‌ ମଧ୍ୟରେ ହେବ। ଶୁକ୍ରବାର ସ୍ଥାନୀୟ ଗୁରୁ...

ଭାରତୀୟ ଦଳକୁ ବଡ଼ ଝଟକା

ନୂଆଦିଲ୍ଲୀ,୩।୨(ପି.ଟି.)- ନ୍ୟୁଜିଲାଣ୍ଡ ଓ ଭାରତୀୟ ଦଳ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ...

ନ୍ୟୁଜିଲାଣ୍ଡ ଟୁର: ଭାରତ ଏ’ ଦଳରେ ପାଣ୍ଡ୍ୟାଙ୍କ ସ୍ଥାନ ନାହିଁ

ନୂଆଦିଲ୍ଲୀ, ୧୩।୧- ଷ୍ଟାର୍‌ ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ ପୁଣିଥରେ ବିଳମ୍ବ ହୋଇଛି। ପିଠି ଯନ୍ତ୍ରଣାଜନିତ ସମସ୍ୟାରୁ ସୁସ୍ଥ ହେବାପରେ ପାଣ୍ଡ୍ୟାଙ୍କୁ ଆଗାମୀ...

ଦର୍ଶକ ବିନା ଆଇପିଏଲ୍‌, ବରଯାତ୍ରୀ ନ ଥିବା ବିବାହ ଭଳି: ଇରଫାନ୍‌

ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ଆଇପିଏଲ୍‌ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବା ନେଇ ଯୋଜନା କରାଯାଉଛି। ତେବେ ଏଭଳି...

ଯୋଜନାବଦ୍ଧ ଉଦ୍ୟମ ଜରୁରୀ

ଆମ ଦେଶ ଲୋକ ସଂଖ୍ୟା ଦୃଷ୍ଟିରୁ ଯେତିକି ଅଗ୍ରଗତି କରିଛି କ୍ରୀଡା କ୍ଷେତ୍ରରେ ଗୋଟିଏ ଅଲିମ୍ପିକ ପଦକ ପାଇଁ ସେତିକି ସଂଘର୍ଷର ସାମ୍ନା କରୁୂଛି ।...

Advertisement
Archives

Model This Week