Posted inଖେଳ

ବାରବାଟୀ ଦିନିକିଆ: ମୁଖ୍ୟମନ୍ତ୍ରୀ କିଣିଲେ ଗ୍ୟାଲେରି ନଂ-୧ ଟିକେଟ୍‌

କଟକ ଅଫିସ,୧୧।୧୨- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍‌ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଅଫଲାଇନ୍‌ ଟିକେଟ୍‌ କିଣିଛନ୍ତି। ଅଫ୍‌ଲାଇନ୍‌ ଟିକେଟ୍‌ ଉନ୍ମୋଚନ କରାଯିବା ଅବସରରେ ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମ୍ୟାଚ୍‌ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ବିଧାୟକ ଚନ୍ଦ୍ରସାରଥି ବେହେରା, ଏଚ୍‌ଡିଏଫସି ବ୍ୟାଙ୍କର ବରିଷ୍ଠ ଅଧିକାରୀ ଅବିନାଶ ବେହେରା ଏହି ଅବସରରେ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ୭୦୮ ଟଙ୍କା ଦେଇ ଗ୍ୟାଲେରି ନଂ-୧ର ଟିକେଟ କିଣିଥିବା ଜଣାପଡ଼ିଛି। ଏଥିସହିତ ଆସନ୍ତା ଅନ୍ତର୍ଜାତୀୟ ମ୍ୟାଚ୍‌ ନିମନ୍ତେ ଟିକେଟ୍‌ ଉନ୍ମୋଚିତ ହୋଇଛି। ଆସନ୍ତା ୧୯ ଓ ୨୦ରେ କ୍ରିକେଟପ୍ରେମୀ ମାନଙ୍କ ନିମନ୍ତେ କାଉଣ୍ଟରରେ ଟିକେଟ ବିକ୍ରି ହେବ। କାଉଣ୍ଟରରେ ବିଭିନ୍ନ ଗ୍ୟାଲେରୀର ମୋଟ୍‌ ୧୦,୫୦୦ ଟିକେଟ ଉପଲବ୍ଧ ରହିବ। ଏ ନେଇ ଚଳିତବର୍ଷ ୧୨ଟି କାଉଣ୍ଟର ଖୋଲାଯିବାର ବ୍ୟବସ୍ଥା ହୋଇଛି। ହର୍ସଗେଟ୍‌ ନିକଟରେ ଖୋଲିବାକୁ ଥିବା ୨ଟି କାଉଣ୍ଟରରେ ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପ୍ୟାଭିଲିୟନ, କର୍ପୋରେଟ ବକ୍ସ ଓ ଏସି ବକ୍ସ ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା ରହିଥିବାବେଳେ ଅନ୍ୟ ୧୦ଟି କାଉଣ୍ଟରରେ ବିଭିନ୍ନ ଗ୍ୟାଲେରି ଗୁଡ଼ିକର ଟିକେଟ୍‌ ବିକ୍ରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟରୁ ବିଦାୟ ନେଲେ ଦୁର୍ଦ୍ଧର୍ଷ ବୋଲର

ଜୋହାନ୍ସବର୍ଗ,୩୧।୮: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ପେସର ଡେଲ ଷ୍ଟେଇନ ମଙ୍ଗଳବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୨୦୧୯ରେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଥିବା...

ରାଞ୍ଚି ଟେଷ୍ଟରୁ ମହାରାଜ ବାଦ୍‌

ପୁଣେ,୧୪।୧୦- ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ଆଗୁଆ ହାରିସାରିଥିବା ଦକ୍ଷିଣ ଆଫ୍ରିକାକୁ ଏକ ବଡ଼ ଝଟକା ଲାଗିଛି। ସ୍ପିନର କେଶବ ମହାରାଜ ଆହତ...

ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌: ପଏଣ୍ଟ ଭାଗ ପାଇଁ ଆଇସିସିର ଯୋଜନା

ଦୁବାଇ, ୨୩।୧୦(ପି.ଟି.)- କୋଭିଡ-୧୯ ମହାମାରୀ ପାଇଁ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ଅନ୍ତର୍ଗତ ଅନେକ ଦ୍ୱିପାକ୍ଷିକ ସିରିଜ ସ୍ଥଗିତ ରହିଛି। ମାତ୍ର ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା...

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ କୋହଲି ଭାଙ୍ଗିପାରନ୍ତି ଏହି ୬ ବଡ ରେକର୍ଡ

ନୂଆଦିଲ୍ଲୀ,୨।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ଅଗଷ୍ଟ ୪ରୁ ନଟିଂହାମର ଟ୍ରେଣ୍ଟ ବ୍ରିଜରେ ଆରମ୍ଭ ହେବାକୁ ଯାଉଛି। ଟିମ ଇଣ୍ଡିଆର ଅଧିନାୟକ...

କାନ୍‌ପୁରରେ ଜନ୍ମ, ଇଂଲଣ୍ଡ ପାଇଁ ଖେଳିଥିଲେ କ୍ରିକେଟ; ପାକିସ୍ତାନ ହାରିବା ପରେ ହୋଟେଲ୍‌ ରୁମ୍‌ରୁ ମିଳିଥିଲା ଉଲଗ୍ନ ମୃତଦେହ

ନୂଆଦିଲ୍ଲୀ,୧୮।୩: କ୍ରିକେଟ ଇତିହାସରେ ଏଭଳି କିଛି ଘଟଣା ଘଟିଛି ଯାହା ଏବେ ବି ଅନେକଙ୍କୁ ଚକିତ କରେ। ୨୦୦୭ ମସିହା ଆଜିର ଦିନ(ମାର୍ଚ୍ଚ ୧୮)ରେ କ୍ରିକେଟ...

ଇଂଲଣ୍ଡର ସହଜ ବିଜୟ…

ମେଲବୋର୍ନ,୨୨।୧୦ : ଟି -୨୦ ବିଶ୍ୱକପରେ ସୁପର -୧୨ର ମ୍ୟାଚରେ ଇଂଲଣ୍ଡ ଦଳ ଆଫଗାନିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରିଛି। ଧାର୍ଯ୍ୟ ୧୧୩ ରନ୍‌ର...

୧୦୦ ମିଟର ଫ୍ରି-ଷ୍ଟାଇଲ ରେକର୍ଡ ବଜାୟ ରଖିଲେ ମାନୁଏଲ୍‌

ଗ୍ବାଙ୍ଗଜୁ (ଦକ୍ଷିଣ କୋରିଆ), ୨୬ା୭ (ଏଏଫ୍‌ପି)-ଆମେରିକାର ସିମୋନ୍‌ ମାନୁଏଲ୍‌ ତାଙ୍କ ୧୦୦ ମିଟର ଫ୍ରିଷ୍ଟାଇଲ ବିଶ୍ୱ ଟାଇଟଲ ବଜାୟ ରଖିଛନ୍ତି। ଗ୍ବାଙ୍ଗଜୁରେ ଏହି ଅଲିମ୍ପିକ ଚାମ୍ପିୟନ...

ଓଡ଼ିଶାରେ ହେବ ଆଇଡବ୍ଲ୍ୟୁଏଲ୍‌: ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ, ୧।୩ (ପି.ଟି.)- ହିରୋ ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ୨୦୨୦-୨୧ ଓଡ଼ିଶାରେ ଆୟୋଜନ ହେବ। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ତରଫରୁ ରବିବାର ସ୍ପଷ୍ଟ...

Advertisement
Archives

Model This Week