ବାମ୍ବୁ ଚିକେନ ବିରିୟାନି

ଆବଶ୍ୟକ ସାମଗ୍ରୀ: ୫୦୦ ଗ୍ରାମ୍‌ ଚିକେନ୍‌, ୨ କପ୍‌ ବାସ୍‌ମତି ଚାଉଳ, ଏକ ଚାମଚ ଗୋଲମରିଚ ଗୁଣ୍ଡ, ୧/୨ ଚାମଚ ହଳଦୀଗୁଣ୍ଡ, ଏକ ଚାମଚ ଲଙ୍କାଗୁଣ୍ଡ, ଏକ ଚାମଚ ଧନିଆ ପାଉଡର, ୧/୨ ଚାମଚ ଜିରା, ଏକ ଚାମଚ ବିରିୟାନି ମସଲା, ୨ଇଞ୍ଚର ଅଦା, ୮-୧୦ କୋଲା ରସୁଣ, କଟା ପିଆଜ ଅଧା କପ୍‌, ଧନିଆପତ୍ର, ପୁଦିନାପତ୍ର, ଦହି, ୪ ଚାମଚ ତେଲ, ଗୋଟା ମସଲା, କେସର, ଲୁଣ ସ୍ବାଦାନୁସାରେ।
ପ୍ରସ୍ତୁତି ପ୍ରଣାଳୀ: ପିଆଜକୁ ଲାଲ୍‌ ହେବା ପର୍ଯ୍ୟନ୍ତ ଭାଜି ରଖନ୍ତୁ। ଅଦା ରସୁଣକୁ ପେଷ୍ଟକରି ଦିଅନ୍ତୁ। ସବୁ ମସଲାକୁ ଦୁଇଭାଗ କରି ଦିଅନ୍ତୁ। ପ୍ରଥମେ ଗୋଟିଏ ପାତ୍ରରେ ଚିକେନ୍‌ ନେଇ ସେଥିରେ ଗୋଟା ମସଲା, ଲୁଣ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଅଦା ରସୁଣ ପେଷ୍ଟ, ଧନିଆ ପାଉଡର, ବିରିୟାନି ମସଲା, ଭଜା ପିଆଜ, ଦହି, ପୋଦିନା ଏବଂ ଧନିଆପତ୍ର, ତେଲ ପକାଇ ଭଲ ଭାବେ ଗୋଳାଇ ଏକରୁ ଦୁଇଘଣ୍ଟା ପର୍ଯ୍ୟନ୍ତ ମାରିନେଟ୍‌ କରନ୍ତୁ। ଅନ୍ୟ ପାତ୍ରରେ ଚାଉଳ ନିଅନ୍ତୁ। ସେଥିରେ ବାକି ଅଧା ରଖାଯାଇଥିବା ସମସ୍ତ ମସଲା ଏବଂ ଅନ୍ୟ ସାମଗ୍ରୀ ମିଶାଇ ଏକରୁ ଦୁଇଘଣ୍ଟା ଛାଡ଼ିଦିଅନ୍ତୁ।
ବର୍ତ୍ତମାନ ଏକ ବାଉଁଶ ନେଇ ତା’ର ଭିତର ଭାଗକୁ ଭଲ ଭାବେ ଧୋଇ ଦିଅନ୍ତୁ। ସେଥିରେ ଅଳ୍ପ ତେଲ ଲଗାଇ ଦିଅନ୍ତୁ। ପ୍ରଥମେ ଦୁଇ ଚାମଚ ଚିକେନ୍‌ ଏବଂ ପରେ ୪-୫ ଚାମଚ ଚାଉଳ ମିଶ୍ରଣକୁ ରଖନ୍ତୁ। ଏହିପରି ସବୁ ଚାଉଳ ଏବଂ ଚିକେନ୍‌କୁ ବାଉଁଶ ଭିତରେ ରଖି କେସର ମିଶା ଅଳ୍ପ ପାଣି ଦିଅନ୍ତୁ , ଯେପରି ତାହା ବାଉଁଶର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଯିବ। ପରେ ବାଉଁଶକୁ ଏକ ଆଲୁମିନିୟମ ଫଏଲ୍‌ ପେପରରେ ଗୁଡ଼େଇ ଦିଅନ୍ତୁ। ଏହାକୁ ନିଅଁାରେ ରଖନ୍ତୁ ଏବଂ ଭଲ ଭାବେ ସିଝିବା ଲାଗି ମଝିରେ ମଝିରେ ଓଲଟାଇ ଦିଅନ୍ତୁ। ୩୦-୩୫ ମିନିଟ୍‌ ପର୍ଯ୍ୟନ୍ତ ଏପରି ରଖିବା ପରେ ଏହାକୁ ଆଞ୍ଚରୁ କାଢ଼ି ୫-୧୦ ମିନିଟ୍‌ ଛାଡ଼ିଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ବାମ୍ବୁ ବିରିୟାନି। ଏହାକୁ ଗରମ ଗରମ ଖାଇବାର ମଜା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri