ବାପ୍‌ ଦିବ୍ୟାଙ୍ଗ: ଦାଦନ ଖଟି ବହେନ୍‌କେ ପଢ଼ଉଛନ୍‌ ତିନ୍‌ ଭାଇ

 

କୋମନା, ୨୪।୩ (ଡି.ଏନ୍‌.ଏ.)-
ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପଁଚେତ୍‌ ଅଧୀନ ମହୁଲଭଟା ଗଁାର ଦିବ୍ୟାଙ୍ଗ ମସତ୍‌ରାମ ତାଣ୍ଡି(୬୦)। ଛୁଆବେଲେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପଡ଼ି ଦିବ୍ୟାଙ୍ଗ ପାଲଟିଯାଇଛନ୍‌। ଯେନ୍‌ଥିରଲାଗି ତାକର ଗୁଟେ ଗୋଡ଼ ଠିକ୍‌ରେ ନାଇଁ ଚଲବାର। ହେଲେ ଅଏଜ୍‌ ବି ସେ ଅନେକ ପରକାର ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ମହୁଲଭଟା ଗଁାର ମସତ୍‌ରାମ ତାଣ୍ଡି(୬୦)କଁର ପରିବାର କହେଲେ ମାଏକିନା ଚମ୍ପା ତାଣ୍ଡି(୫୫), ତିନ୍‌ ପୁଓ ତ୍ରିନାଥ(୩୫), ବୃନ୍ଦାବନ(୩୦), ହେମନ୍ତ(୨୫) ଆରୁ ଗୁଟେ ବଲି ଝି’ଶୈଳସୂତା(୧୬)କୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ସଁପତି ବଲି କିଛି ନାଇଁ। ସଖାଲ ପାଏଲେ ମସତ୍‌ରାମ ନିଜେ ପାଲିଥିବାର ଛେଲ୍‌ ପଁାଚ୍‌ପଟକେ ଚରେଇ ଯାଉଛନ୍‌। ମାଏକିନା ଚମ୍ପା ଲୁକ୍‌କର କୁଲିମଜୁରି କରି ଦୁଇପଏସା ରୁଜଗାର କରୁଛନ୍‌। ସେଥ୍‌ରେ ତାକର ପରିବାର ଚଲୁଛେ। ଅଭାବ ଅନାଟନ ଲାଗି ମସ୍ତରାମକଁର ତିନ୍‌ହିଁ ପୁଓ ବାହାର ରାଏଜ୍‌କେ ଦାଦନ ଖଟିଯାଇଛନ୍‌। ଇଆଡ଼େ ଝି’ ଶୈଳସୂତା ଭୁବନେଶ୍ୱରର କେହେନ୍‌ସି ଗୁଟେ କଲେଜରେ ପାଠ୍‌ ପଢ଼ୁଛନ୍‌। ତାକର ଖରଚ୍‌ ତୁଲାବାକେ ୩ ପୁଓ ଦାଦନ ଯାଇଛନ୍‌ ବଲି ମସତ୍‌ରାମ କହିଛନ୍‌। ସେନ୍‌ତା ସରକାରୀ ସାହାଯ୍‌ କହେଲେ ମାସିକ ପରିବାରକେ ମିଲୁଥିବାର ୩୦ କେ.ଜି. ଚାଉଲ। ହେଲେ ସେଟା ବି ଏଡ଼େ ବଡ଼ ପରିବାରକେ ନିଅଁଟ୍‌ ହେଉଛେ। ଇଆଡ଼େ ମସତ୍‌ରାମ ଦିବ୍ୟାଙ୍ଗ ହେଇଥିଲାବେଲେ ତାକର ପାସେ ପରମାନ ପତର ବି ରହିଛେ। ସେ ସରକାରୀ ଯୋଜନାରେ ଭତା ପାଏବାର ଲାଗି ପଁଚେତ୍‌ନୁ ବ୍ଲକ ଅଫିସ ନରଦି ନରଦି ନିହାଲ ହେଇଗଲେନ। ହେଲେ କେହି ତାକର କଥା ନାଇଁ ଶୁନୁଥିବାର ସେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଡିକେନ୍ଦ୍ର କୁମାର ମାଝିକୁଁ ପଚ୍‌ରାଲାରୁ ଆବେଦନ ଫର୍ମ ଦାଖଲ କଲେ ଭତା ଯୁଗେଇ ଦେବାର ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri