ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାଁ

ବମ୍ବେ: ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାଁ। କଥାଟି ଆମେ ମନକୁ କହୁନାହୁଁ। ବରଂ ସେ ନିଜେ ଏହା କହିଛନ୍ତି। ଶୁକ୍ରବାର ନିଜର ଜନ୍ମଦିନ ପାଳନ କରିବା ପରେ ମାମୁ ହେବାର ଖବର ପାଇଥିଲେ ସଲ୍‌ମାନ। ଏହାପରେ ସେ ଖବରଦାତାଙ୍କୁ ସାକ୍ଷାତକାର ଦେଇଥିଲେ। ଏଥିରେ ତାଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା। ତନ୍ମଧ୍ୟରୁ ମାମୁ ହୋଇ କିଭଳି ଲାଗୁଛି ବୋଲି ପ୍ରଶ୍ନରେ ସେ କହିଥିଲେ, ଏବେ ମାମୁ, ଦାଦା ହୋଇଗଲିଣି। ଖାଲି ବାପା ହେବା ବାକିଅଛି। ତାଙ୍କଠାରୁ ଏପରି ଉତ୍ତର ପାଇବା ପରେ ସେ ଖୁବ୍‌ଶୀଘ୍ର ପ୍ରଶଂସକଙ୍କୁ ଏହି ଖୁସି ଖବର ଶୁଣାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏବେ ୫୪ ବର୍ଷର ହୋଇଛନ୍ତି ସଲମାନ। ଗୁରୁବାର ରାତିରେ କେକ୍‌ କାଟି ସାରିବା ପରେ ଅର୍ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପରେ ତାଙ୍କ ନାମ କ’ଣ ରଖାଯିବ ସେ ନେଇ ସଲମାନଙ୍କୁ ପଚରାଯାଇଥିଲା। ସେ ଦୁଇଟି ନାମ ସିଫାରା, ଆୟତ୍‌ କହିଥିଲେ। ଅର୍ପିତାଙ୍କୁ ଆୟତ୍‌ ନାମଟି ଭଲ ଲାଗିଥିଲା। ଶେଷରେ ତାହା ହିଁ ହୋଇଛି। ପୁଣି ଥରେ ବାପା ହୋଇଥିବା ତଥା ଅର୍ପିତାଙ୍କ ସ୍ବାମୀ ଆୟୁଷ ନିଜ ସୋସିଆଲ ପୃଷ୍ଠାରେ ଏହା ସମସ୍ତଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ୫ ବର୍ଷର ଭଣଜା ନିର୍ବାଣ

ମୁମ୍ବାଇ: ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂ ରାଜପୁତ ରବିବାର ଆତ୍ମହତ୍ୟା କରିଥିଲେ। ମୁମ୍ବାଇସ୍ଥିତ ନିଜ ଘରେ ସେ ଏପରି ଘଟାଇଥିଲେ। ଏହି ଖବର ପୂରା ଫିଲ୍ମ...

କେଆଇଏଫ୍‌ଏଫ୍‌ରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):କୋଲକାତା ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ(କେଆଇଏଫ୍‌ଏଫ୍‌)ରେ ଆଉ ପ୍ରଦର୍ଶିତ ହେବନି ବହୁଭାଷୀ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’। ଶେଷ ମୁହୂର୍ତ୍ତରେ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’କୁ ଫିଲ୍ମ ଫେଷ୍ଟିଭାଲରୁ...

ଧର୍ମା ପ୍ରଡକ୍ସନର ଏକ୍‌ଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷୀତିଜ ପ୍ରସାଦଙ୍କୁ ଗିରଫ କଲା ଏନ୍‌ସିବି

ମୁମ୍ବାଇ,୨୬।୯-ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଧର୍ମା ପ୍ରଡକ୍ସନର ଏକ୍‌ଜିକ୍ୟୁଟିଭ ପ୍ରଡ୍ୟୁସର କ୍ଷୀତିଜ ରବି ପ୍ରସାଦଙ୍କୁ ଏନ୍‌ସିବି (ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଶନିବାର ଗିରଫ କରିଛି। ଦିନକ ପୂର୍ବରୁ...

୫୩ ବର୍ଷରେ ବି ବଡ଼ ବଡ଼ ହିରୋଇନ୍‌ଙ୍କୁ ଟକ୍କର ଦେଉଛନ୍ତି ଏହି ଅଭିନେତ୍ରୀ

ବମ୍ବେ: ‘ମୈନେ ପ୍ୟାର୍‌ କିୟା’ ଜରିଆରେ କରିଥିଲେ ବଲିଉଡ୍‌ରେ ଡେବ୍ୟୁ। ଏହାକୁ ଅନେକ ବର୍ଷ ବିତିଯାଇଥିଲେ ହେଁ ଫିଲରେ ଚୁଲବୁଲି ଅଭିନୟକୁ ନେଇ ଦର୍ଶକଙ୍କ ମନରେ...

ସଲମାନଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏହି ଅଭିନେତ୍ରୀ: ଜବାବରେ ମିଳିଥିଲା…

ବଲିଉଡ୍‌ ଅଭିନେତା ସଲମାନ ଖାନ ତାଙ୍କ ଫିଲ୍ମ ସହ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। ସଲ୍ଲୁଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ...

ଶାହାରୁଖଙ୍କ ସହ କାମ କରିବାକୁ ଚାହୁଁନାହାନ୍ତି ଏହି ପାକିସ୍ତାନୀ ଅଭିନେତା

ବମ୍ବେ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ସହ କାମ କରିବାକୁ କଳାକାରମାନେ ଚାହିଁ ରହିଛନ୍ତି। ହେଲେ ଜଣେ ପାକିସ୍ତାନୀ ଅଭିନେତା ଏବେ ତାଙ୍କ ସହ କାମ...

୧୮ ବର୍ଷରେ ବିବାହ କରିଥିଲେ ଏହି ଅଭିନେତ୍ରୀ, ୧୯ ବର୍ଷରେ ହୋଇଥିଲା ମୃତ୍ୟୁ

ମୁମ୍ବାଇ: ୧୯୯୩ରେ ଏକ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ଜାଣିବାକୁ ମିଳିଥିଲା, ମାତ୍ର ୧୯ ବର୍ଷର ଅଭିନେତ୍ରୀ ଦିବ୍ୟା ଭାରତୀ ଆଉ ନାହାନ୍ତି। ଏହି ଖବର...

ଜୈସଲମେର ପହଞ୍ଚିଲେ କିଆରା

ମୁମ୍ବାଇ: ବଲିଉଡ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରାଙ୍କ ଭାବି ପତ୍ନୀ ତଥା ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ବିବାହ ପାଇଁ ଏବେ ଖୁବ୍ ଚର୍ଚ୍ଚାରେ । ବାହାଘର...

Advertisement
Archives

Model This Week