ବାଦାମବାଡ଼ି-ଲିଙ୍କ୍‌ରୋଡ୍‌କୁ ଘୁଞ୍ଚିବ ଛତ୍ରବଜାର

କଟକ ଅଫିସ,୨୭ା୩: ପ୍ରଶାସନର ନାନା କଟକଣା ସତ୍ତ୍ବେ ଛତ୍ରବଜାରରେ ଲୋକଙ୍କ ଭିଡ଼ କମୁନାହିଁ। ବୁଧବାର ଗ୍ରାହକ ଓ ଦୋକାନୀଙ୍କ ପାଇଁ ଚିହ୍ନ ଦିଆଯାଇଥିଲା। ହେଲେ ଗୁରୁବାର ତାହାକୁ କେହି ମାନୁ ନ ଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ କମ୍‌ ଜାଗା ଯୋଗୁ ଛତ୍ରବଜାରରେ ସାମାଜିକ ଦୂରତ୍ୱ ନିୟମ ପାଳିବା ସମ୍ଭବ ହେଉନାହିଁ। ଏହାକୁ ଦୃଷ୍ଟିରେ ରଖି ଛତ୍ରବଜାରକୁ ବାଦାମବାଡ଼ି-ଲିଙ୍କ୍‌ରୋଡ୍‌ ଛକ ପର୍ଯ୍ୟନ୍ତ ରାସ୍ତାକୁ ଘୁଞ୍ଚାଇଦେବାକୁ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗୁରୁବାର ସିଏମ୍‌ସିର ଡେପୁଟି କମିଶନର୍‌ ଅଭିନାଶ ରାଉତ ଏବଂ ପୋଲିସ ଅଧିକାରୀମାନେ ଛତ୍ରବଜାରକୁ ଯାଇ ବ୍ୟବସାୟୀଙ୍କୁ ଭିଡ଼ ପାଇଁ ତାଗିଦ୍‌ କରିଥିଲେ। ଶୁକ୍ରବାରଠାରୁ ନୂଆ ଜାଗାକୁ ଉଠିଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଅଧିକାରୀମାନେ ବାଦାମବାଡ଼ି-ଲିଙ୍କ୍‌ରୋଡ୍‌କୁ ଆସି ଜାଗା ଚିହ୍ନଟ କରିଥିଲେ । ସନ୍ଧ୍ୟାରେ କଟକ ଡିସିପି ଅଖିଳେଶ୍ୱର ସିଂ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ରାସ୍ତାରେ ଉଭୟ ବିକ୍ରେତା ଏବଂ ଗ୍ରାହକଙ୍କ ପାଇଁ ଚିହ୍ନ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳାଚଳ ଇସ୍ପାତ୍‌ ଘରୋଇକରଣ ପ୍ରସଙ୍ଗ: ଦ୍ୱନ୍ଦ୍ୱରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର ଅଫିସ/ କଳିଙ୍ଗନଗର(ଡି.ଏନ.ଏ.),୩ା୨: ଯାଜପୁର ଜିଲା କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ୍‌ ନିଗମ ଲିଃ (ଏନ୍‌ଆଇଏନ୍‌ଏଲ୍‌)କୁ କିଣିବା ପାଇଁ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ (ଟିଏସ୍‌ଏଲ୍‌ପି) ସର୍ବୋଚ୍ଚ...

ବଳାତ୍କାରୀଙ୍କୁ ୩୫ ବର୍ଷ ଜେଲ

ଜୟପୁର,୨୩ା୯(ନି.ପ୍ର.): ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଜୟପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ ପକ୍ସୋ କୋର୍ଟ ବିଚାରପତି ପ୍ରଦୀପ କୁମାର...

ଶିକ୍ଷକ ଅଭାବ ନେଇ ବିଦ୍ୟାଳୟରେ ତାଲା

ଭଣ୍ଡାରିପୋଖରୀ, ୨୪।୪ (ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଝୁଟୁଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଶନିବାର ଅଭିଭାବକମାନେ ମୁଖ୍ୟ ଫାଟକରେ...

ଉତ୍ସବ ପରି ଉତ୍ସାହ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୮ା୬ ମହାମାରୀ କରୋନାରୁ ଟିକା ହିଁ ସୁରକ୍ଷା ଦେଇପାରିବ। ଲୋକଙ୍କ ମନରେ ଏହି ବିଶ୍ୱାସ ଭରିବାରେ ସରକାର ସଫଳ ହୋଇଛନ୍ତି। ବିଶେଷଜ୍ଞମାନଙ୍କ...

ଆଜି ରାଜ୍ୟରୁ ୨୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧ା୪(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୨୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୬୬୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରେଇ ଆଣିବା ପାଇଁ ନିବେଦନ

ଦାରିଙ୍ଗବାଡି,୨୬।୨(ଡି.ଏନ୍‌.ଏ): ୟୁକ୍ରେନରେ ଏବେ ଯୁଦ୍ଧ ସ୍ଥିତି ରହିଥିବା ବେଳେ ବହୁ ଭାରତୀୟ ସେଠାରେ ଫସି ରହିଛନ୍ତି ।  ସେମାନଙ୍କୁ ଶୀଘ୍ର ସୁରକ୍ଷିତ ଫେରେଇ ଆଣିବାକୁ ଦାରିଙ୍ଗବାଡିର...

ହେଲ୍‌ମେଟ୍‌ ଜଗି ହାଲିଆ

କାମାକ୍ଷାନଗର, ୧୦।୨(ଡି.ଏନ୍‌.ଏ.) – ଆଗରେ ଅମାନିଆ ବାଇକ୍‌ଚାଳକ। ପଛରେ ପୋଲିସ। ଚାଲିଛି ଛକାପଞ୍ଝା। ବିନା ହେଲ୍‌ମେଟରେ ସହରରେ ସ୍ପିଡ୍‌ ବାଇକ୍‌ ଧରି ଚକ୍କର କାଟୁଛନ୍ତି ଅନେକେ।...

ଜଳୁନି ୫ହଜାର ଷ୍ଟ୍ରିଟ୍‌ ଲାଇଟ: ଅନ୍ଧାରରେ ବାରିପଦା ପୌର ପରିଷଦ

ବାରିପଦା ଅଫିସ,୧୧ା୮-ମୟୂରଭଞ୍ଜ ଜିଲାର ପୌର ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଆଲୋକୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ୫...

Advertisement
Archives

Model This Week