ବାଦାମବାଡ଼ି ଥାନା ଅଧିକାରୀଙ୍କ ଅନୁଭୂତି: ଆଖି ସାମ୍ନାରେ ମାଓବାଦୀଙ୍କ ଗୁଳିରେ ଟଳିଥିଲେ ସାଥୀ

ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପୋଲିସର ପ୍ରମୁଖ ଦାୟିତ୍ୱ। ଏହି ଦାୟିତ୍ୱ ସମ୍ପାଦନରେ ଅନେକ ପୋଲିସ କର୍ମଚାରୀ ନିଜ ଜୀବନ ଉତ୍ସର୍ଗ କରିଥିବା ନଜିର ରହିଛି। ଅନେକେ ନିଜର କର୍ତ୍ତବ୍ୟ ସମ୍ପାଦନା କରୁଥିବାବେଳେ ମୃତ୍ୟୁକୁ ଅତି ନିକଟରୁ ଦେଖିଛନ୍ତି। ଚାକିରି ଜୀବନରେ ଏଭଳି ଏକ ଅନୁଭୂତିକୁ ସାଉଁଟିଛନ୍ତି ବାଦାମବାଡ଼ି ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁ, ଯାହା ତାଙ୍କ ପାଇଁ ଅପାସୋରା ହୋଇ ରହିବ। ଏ ସମ୍ପର୍କରେ ସ୍ବାଇଁ କୁହନ୍ତି, ୨୦୧୧ ମସିହାର ଘଟଣା। ସୁନ୍ଦରଗଡ଼ ଜିଲା ବଣାଇ ସବ୍‌ଡିଭିଜନ କେ. ବଲାଙ୍ଗ ଥାନାରେ ମୋର ପୋଷ୍ଟିଂ ହୋଇଥାଏ। ତାହା ଏକ ମାଓବାଦୀପ୍ରବଣ ଅଞ୍ଚଳ। ବିଶ୍ରା ଥାନା ଅଧୀନ ଦୀଘା ଜଙ୍ଗଲରେ ୩୦ରୁ ଅଧିକ ମାଓବାଦୀ ଏକତ୍ର ହେଉଥିବା ଖବର ମିଳିଲା। ୩୦ଜଣ ଏସ୍‌ଓଜି କମାଣ୍ଡର, ଡିଭିଏଫ୍‌ କମାଣ୍ଡରଙ୍କ ସହ ମୁଁ ରାତି ପ୍ରାୟ ୧୨ଟାରେ ଅପରେଶନରେ ବାହାରିଲି। ପ୍ରାୟ ୭ଘଣ୍ଟା ପାହାଡ଼ି ରାସ୍ତାରେ ଚାଲିଚାଲି ଯିବା ପରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଦୂରରୁ ମାଓବାଦୀଙ୍କ ଉପସ୍ଥିତି ଜଣାପଡ଼ିଥିଲା। ମାଓବାଦୀମାନେ ଆମକୁ ଦେଖି ଗୁଳିବର୍ଷଣ କଲେ। ଆମେ ମଧ୍ୟ ପ୍ରତିଜବାବ ଦେଲୁ। ତେବେ କିଛି ସମୟ ଗୁଳିବର୍ଷଣ ପରେ ମୋ ପାଖରେ ଥିବା ଜଣେ କନଷ୍ଟେବଳ ଲକ୍ଷ୍ମଣ କିଷାନଙ୍କ ବନ୍ଧୁକ ଧୀରେ ଧୀରେ ତଳ ମୁହଁା ହେଉଥିବା ଦେଖିଲି। ପଛକୁ ଚାହିଁଲା ବେଳକୁ ଲକ୍ଷ୍ମଣଙ୍କ ଛାତିରୁ ପିଚକାରୀ ମାରିବା ଭଳି ରକ୍ତ ବାହାରୁଥାଏ। କିଛି କ୍ଷଣ ମଧ୍ୟରେ ସେ ଟଳିପଡ଼ିଲେ। ମାଓବାଦୀଙ୍କ ପ୍ରଚଣ୍ଡ ଗୁଳି ବର୍ଷଣ ଓ ସାଥୀଙ୍କ ମୃତ୍ୟୁ ଯୋଗୁ ଆଉ ଆଗକୁ ବଢ଼ିବାକୁ ସମ୍ଭବ ହେଲାନି। ପ୍ରାୟ ୨ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଏଥିରେ ଅଢ଼େଇ ହଜାର ରାଉଣ୍ଡ ଗୁଳି ଫାୟାରିଂ ହୋଇଥିଲା। ଶେଷରେ ଆମେ ପଛକୁ ଫେରି ଆସିଲୁ। ଏହାର ଦୁଇଦିନ ପରେ ଶହୀଦ ଲକ୍ଷ୍ମଣଙ୍କ ମୃତଦେହ ଆଣିଥିଲୁ। ତେବେ ଏହି ଘଟଣା ମୋର ନିଦ ହଜାଇଦେଲା। ସାଥୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ବିଚଳିତ ହୋଇପଡ଼ିଥିଲି। ଏହାର କିଛିଦିନ ପରେ ପୁଣି ସେଠାରେ ମାଓବାଦୀଙ୍କ ଉପସ୍ଥିତି ନେଇ ଖବର ମିଳିଥିଲା। ଅଧିକ ପ୍ରସ୍ତୁତ ହୋଇ ପୁନର୍ବାର ସେହିଠାରେ ପହଞ୍ଚିଥିଲୁ। ଆମ ଗୁଳିରେ ୩ଜଣ ମାଓବାଦୀ କମାଣ୍ଡର ପ୍ରାଣ ହରାଇଲେ। ଆହୁରି କେତେଜଣ ଆହତ ହୋଇଥିଲେ। ଏହାପରେ ମାଓବାଦୀ ଛତ୍ରଭଙ୍ଗ ଦେଇ ସେହି ସ୍ଥାନ ଛାଡ଼ି ପଳାଇଲେ। ସାଥୀଙ୍କ ମୃତ୍ୟୁର ପ୍ରତିଶୋଧ ନେଇ ମୋ ମନକୁ କିଛିଟା ଶାନ୍ତି ମିଳିଥିଲା। ତେବେ ସେହି ସାଥୀଙ୍କ ମୃତ୍ୟୁର ଦୃଶ୍ୟ ମନେପଡ଼ିଲେ ଆଜି ବି ଲୋମ ଟାଙ୍କୁରିଉଠେ।
– ରିପୋର୍ଟ: ଓଁକାର ମିଶ୍ର, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri