ବାତ୍ୟା ଭୟ ନାହିଁ

ଭୁବନେଶ୍ୱର,୮।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ। ଓଡ଼ିଶା କିମ୍ବା ଆନ୍ଧ୍ର ଉପକୂଳକୁ ଆସିବ ନାହିଁ। ସମୁଦ୍ରରେ ହିଁ ମିଳେଇ ଯିବ। ଦକ୍ଷିଣ ଆଣ୍ଡାମାନ ଓ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଶନିବାର ଅପରାହ୍ନ ସାଢ଼େ ୫ଟାରେ ଗଭୀର ଅବପାତ (ଡିପ୍‌ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ଆହୁରି ଘନୀଭୂତ ହୋଇ ରବିବାର ପୂର୍ବାହ୍ନରେ ବାତ୍ୟା ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହେବ। ତାହା ଓଡ଼ିଶା ଆଡ଼କୁ ଆସୁଥିଲେ ମଧ୍ୟ ସମୁଦ୍ର ଭିତରେ ରହି ଗତିପଥ ପରିବର୍ତ୍ତନ କରିବ। ପରେ ଉତ୍ତର- ପଶ୍ଚିମ ବଙ୍ଗୋପସାଗର ମଧ୍ୟରେ ଗତି କରି ଧୀରେ ଧୀରେ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଶନିବାର ରାତି ୧୦ଟାରେ ମିଳିଥିବା ସୂଚନା ଅନୁଯାୟୀ ଗଭୀର ଅବପାତ ବିଶାଖାପାଟଣାଠାରୁ ଦକ୍ଷିଣ-ପୂର୍ବ ଦିଗରେ ୧୧୪୦ କି.ମି. ଏବଂ ପୁରୀଠାରୁ ଦକ୍ଷିଣ- ଦକ୍ଷିଣ- ପୂର୍ବ ଦିଗରେ ୧୧୮୦ କିଲୋମିଟର ଦୂରରେ ରହିଛି। ଏହା ଘଣ୍ଟାପତି ୨୦ କିଲୋମିଟର ବେଗରେ ଗତି କରୁଛି। ଏହା ଗତିପଥ ପରିବର୍ତ୍ତନ କରି ଉତ୍ତର- ଉତ୍ତର- ପୂର୍ବ ଦିଗକୁ ଯିବ ଓ ପୁଣି ଉତ୍ତର- ପଶ୍ଚିମ ମୁହଁା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁୁମାନ କରାଯାଇଛି। ବାତ୍ୟାରେ ପରିଣତ ହେବା ପରେ ଏହାର ବେଗ ୯୦ରୁ ୧୦୦ କିଲୋମିଟର ରହିବ।୧୦ ତାରିଖ ବେଳକୁ ଏହା ଧୀରେ ଧୀରେ କମି ୭୫ରୁ ୮୦ କି.ମି. ରହିବା ନେଇ ଅନୁମାନ କରାଯାଇଛି। ତେବେ ସ୍ଥଳଭାଗ ନିକଟବର୍ତ୍ତୀ ହେବା ବେଳକୁ ଏହାର ବେଗ ୭୦ରୁ ୮୦ କି.ମି. ହେବ ବୋଲି ପାଣିପାଗ ପକ୍ଷରୁ କୁହାଯାଇଛି।
ବାତ୍ୟା ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାର କେତେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। ୧୦ ତାରିଖରୁ ଗଞ୍ଜାମ, ଗଜପତି ଓ ପୁରୀ ଜିଲାର କେତେକ ସ୍ଥାନରେ ବର୍ଷା ହୋଇପାରେ। ୧୧ ତାରିଖରେ ଗଞ୍ଜାମ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ପୁରୀ ଏବଂ କଟକ ଜିଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହିବ। ୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ପବନର ବେଗ ୬୫ରୁ ୭୫ କି.ମି. ରହିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ ଓ ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ୧୧ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରି ଦିଆଯାଇଛି। ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ରରେ ରହିଛନ୍ତି ତୁରନ୍ତ କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଦିଆଯାଇଛି।
ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା କହିଛନ୍ତି ଯେ, ବାତ୍ୟା ସ୍ଥଳଭାଗ ଛୁଇଁବନି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ପ୍ରସ୍ତୁତି କମ୍‌ କରାଯାଇ ନାହିଁ। ପରିସ୍ଥିିତିକୁ ଦେଖି ନିଷ୍ପତ୍ତି ନେବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ୧୭୫ ଅଗ୍ନିଶମ ବାହିନୀ, ୨୦ ଓଡ୍ରାଫ୍‌ ଏବଂ ୧୭ ଏନ୍‌ଡିଆରଏଫ୍‌ ଟିମ୍‌କୁ ସଜାଗ ରଖାଯାଇଛି। ଆବଶ୍ୟକ ସ୍ଥଳେ ସେ ସବୁକୁ ମୁତୟନ କରାଯିବ।
ରାଜ୍ୟରେ ପାଗ ମେଘୁଆ ରହୁଥିବାରୁ ତାତି ଗତ କିଛିଦିନ ହେବ କମ୍‌ ରହିଛି। ୧୦ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ୩ଟି ସ୍ଥାନରେ ୪୧ ଡିଗ୍ରୀ ସେଲ୍‌ସିିୟସ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବଲାଙ୍ଗୀରରେ ସର୍ବୋଚ୍ଚ ତାପମାତ୍ରା ୪୧.୮ ଡିଗ୍ରୀ ସେଲ୍‌ସିୟସ ଥିବା ବେଳେ ନୂଆପଡ଼ା ୪୧.୫, ଝାରସୁଗୁଡ଼ା ୪୧.୪, ଟିଟିଲାଗଡ଼ ୪୧, ସମ୍ବଲପୁର ୪୦.୪, ସୁନ୍ଦରଗଡ଼ ୪୦.୫, ହୀରାକୁଦ ୪୦.୨, ଭବାନୀପାଟଣା ୪୦.୨, ସୋନପୁର ୪୦.୮ ଏବଂ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri