ବାତ୍ୟାରେ ଭାଙ୍ଗିଛି ଶହ ଶହ ନଡ଼ିଆ ଗଛ: ଶ୍ରୀମନ୍ଦିର ଲାଗି ଅଭାବ ପଡ଼ିପାରେ ପଇଡ଼

ପୁରୀ ଅଫିସ, ୧୯ା୫: ବାତ୍ୟାରେ ପୁରୀ ଜିଲାରେ ଲକ୍ଷାଧିକ ନଡ଼ିଆ ଗଛ ଭାଙ୍ଗିପଡ଼ିଛି। ଫଳରେ ଆଗାମୀ ଦିନରେ ନଡ଼ିଆ ଓ ପଇଡ଼ ଅଭାବ ପଡ଼ିପାରେ। ଶ୍ରୀମନ୍ଦିରରେ ଦୈନିକ ନୀତି ଲାଗି ଫୁଲ ଓ ତୁଳସୀ ପତ୍ର ପରେ ଏବେ ପଇଡ଼ ଅଭାବ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଶ୍ରୀମନ୍ଦିରରେ ଦୈନିକ ନୀତି ଲାଗି ୩୬ଟିରୁ ଊର୍ଦ୍ଧ୍ୱ ପଇଡ଼ ଆବଶ୍ୟକ ହୋଇଥାଏ। ସେହିପରି ସ୍ବତନ୍ତ୍ର ପୂଜା ତଥା ପର୍ବପର୍ବାଣିରେ ମଧ୍ୟ ବହୁସଂଖ୍ୟକ ପଇଡ଼ ଲୋଡ଼ା ପଡ଼ିଥାଏ। ଏବେ ଚନ୍ଦନ ଯାତ୍ରା ଚାଲିଛି। ଅକ୍ଷୟ ତୃତୀୟାଠାରୁ ଏହା ଆରମ୍ଭ ହୋଇଥିବାବେଳେ ୪୨ଦିନ ଧରି ଚାଲିବ। ଏଥିରେ ନୀତି ଲାଗି ପଇଡ଼ର ଆବଶ୍ୟକତା ପଡୁଛି। ବଜାରରେ ପଇଡ଼ ମିଳୁଥିଲେ ବି ଚଢା ଦାମ୍‌ ରହିଛି। ଅନ୍ୟପକ୍ଷେ ନଡ଼ିଆ ଓ ପଇଡ଼ ବିକି ଗୁଜୁରାଣ ମେଣ୍ଟାଉଥିବା ଲୋକେ ଜୀବିକା ହରାଇବାକୁ ବସିଛନ୍ତି।

ନରେନ୍ଦ୍ରକୋଣସ୍ଥିତ ଉପବନ, ମାଟିତୋଟା ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଶତାଧିକ ନଡ଼ିଆ ଗଛ ରହିଥିଲା। ଏହି ୩ଟି ସ୍ଥାନରୁ ଶ୍ରୀମନ୍ଦିର ନୀତି ଲାଗି ପଇଡ଼ ତୋଳାହୋଇ ଯାଉଥିଲା। ମାତ୍ର ଏବେ ଚିତ୍ର ଭିନ୍ନ। ବାତ୍ୟାରେ ସମସ୍ତ ନଡ଼ିଆ ଗଛ ଭାଙ୍ଗିପଡ଼ିଛି। ସେହିପରି ପୁରୀ ସଦର, ବ୍ରହ୍ମଗିରି, ସତ୍ୟବାଦୀ ପ୍ରଭୃତି ଅଞ୍ଚଳରେ ଲକ୍ଷାଧିକ ନଡ଼ିଆ ଗଛ ଭାଙ୍ଗିପଡ଼ିଥିବାବେଳେ ଅନେକଙ୍କ ନଡ଼ିଆ ବଗିଚା ଉଜୁଡ଼ିଯାଇଛି। ଫଳରେ ନଡ଼ିଆ ଓ ପଇଡ଼ ବିକି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ସମେତ ରାସ୍ତାକଡ଼ର ବହୁ ବେପାରୀ ପ୍ରଭାବିତ ହୋଇଛନ୍ତି। ଏମାନେ ଜୀବିକା ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ଚନ୍ଦନପୁର ବାଇପାସ୍‌ଠାରୁ ପିପିଲି ପର୍ଯ୍ୟନ୍ତ ୩୬କି.ମି. ବ୍ୟାପୀ ବିଭିନ୍ନ ସ୍ଥାନରେ ବେପାରୀମାନେ ପଇଡ଼ ବିକ୍ରି କରନ୍ତି। ଖରାଦିନେ ପଇଡର ଚାହିଦା ଅଧିକ। ତେଣୁ ଏମାନଙ୍କର ଭଲ ରୋଜଗାର ହୋଇଥାଏ। ମାତ୍ର ଏବେ ବେପାର ଧିମେଇ ଯାଇଛି ବୋଲି କହିଛନ୍ତି ବ୍ୟବସାୟୀ ଅନିଲ ଦାସ। ପୂର୍ବରୁ ଖରାଦିନେ ଦୈନିକ ୪ଶହରୁ ୬ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଥିଲା। ଏବେ କିନ୍ତୁ ବେପାର ମାନ୍ଦା। ଚାହିଦାନୁସାରେ ପଇଡ଼ ଆସିପାରୁନି ବୋଲି କହିଛନ୍ତି ସତ୍ୟବାଦୀର ଦୀପକ ସାହୁ। ଚାରିଆଡ଼େ ନଡ଼ିଆ ଗଛ ନଷ୍ଟ ହୋଇଛି। ତେଣୁ ଆଗାମୀ ଦିନରେ ନଡ଼ିଆ ଓ ପଇଡ଼ ମିଳିବା କଷ୍ଟକର ହୋଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସାକ୍ଷୀଗୋପାଳର ଦେବାଶିଷ ମିଶ୍ର ଓ ବୀରହରେକୃଷ୍ଣପୁରର ପ୍ରଫୁଲ୍ଲ ତ୍ରିପାଠୀ କହିଛନ୍ତି, ବାତ୍ୟାରେ ଆମ ଅଞ୍ଚଳରେ ଶହ ଶହ ନଡ଼ିଆଗଛ ଭାଙ୍ଗିପଡ଼ିଛି। ତେଣୁ ପୂଜାପାର୍ବଣ ଓ କାମକାର୍ଯ୍ୟ ଲାଗି ଆମକୁ ବଜାରରୁ ନଡ଼ିଆ, ପଇଡ଼ କିଣିବାକୁ ପଡ଼ିବ। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି, ସନାତନ ପୂଜାନୀତିରେ ନଡ଼ିଆ (ଶ୍ରୀଫଳ) ଓ ପଇଡ଼ର ବିଶେଷ ଆବଶ୍ୟକତା ରହିଛି। ଏହା ଶ୍ରୀମନ୍ଦିର ଦୈନିକ ପୂଜାବିଧିରେ ବିଶେଷ ଆବଶ୍ୟକ ପଡ଼ିଥାଏ। ତେଣୁ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ଆସାମର ୪୦ ଚାଷୀ

ଭଦ୍ରକ ଅଫିସ, ୧୯।୨: ଆସାମ କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ଜିଲାର ୪୦ଜଣ ଅଗ୍ରଣୀ ଚାଷୀ ଉନ୍ନତ ଚାଷ ପ୍ରଣାଳୀ ଓ ବିଭିନ୍ନ ଚାଷ ମଡେଲ...

ପାର୍ବଣ ଋତୁରେ ସତର୍କ ରହିବାକୁ ଆହ୍ବାନ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ):କୋଭିଡ୍‌ ପରିଚାଳନାରେ ଓଡ଼ିଶାର ସମସ୍ତ ସୂଚକାଙ୍କ ଜାତୀୟ ହାରଠାରୁ ଭଲ ରହିଛି। ଅଧିକାଂଶ ଜିଲାରେ ନୂଆ ସଂକ୍ରମଣ କମୁଛି। କଟକ, ଖୋର୍ଦ୍ଧା, ପୁରୀ ଭଳି ଅଧିକ...

ଓଡ଼ିଶାରେ ଆଗୁଆ ହୋଇପାରେ ସାଧାରଣ ନିର୍ବାଚନ: ଧର୍ମେନ୍ଦ୍ର

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଓଡ଼ିଶାରେ ଆଗୁଆ ହୋଇପାରେ ସାଧାରଣ ନିର୍ବାଚନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଏଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗଣମାଧ୍ୟମକୁ ଏଭଳି ପୂର୍ବାନୁମାନ କରିଛନ୍ତି।...

ଅଖାଦ୍ୟ ଖାଉଛନ୍ତି ପର୍ଯ୍ୟଟକ, ପ୍ରଶାସନ ନୀରବ

ପୁରୀ ଅଫିସ, ୨୯ା୬: ଘୋଷ ଯାତ୍ର।କୁ ଆଉ ୫ ଦିନ। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଜିଲା ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି। ସଜେଇ ହେଲାଣି ଶ୍ରୀକ୍ଷେତ୍ର। ବଡଦାଣ୍ଡରେ...

ଜନକଲ୍ୟାଣ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଅ

ଭୁବନେଶ୍ୱର,୩୦।୯(ବ୍ୟୁରୋ): ଆମ ଦଳ ଲୋକଙ୍କ ସାଥିରେ ଅଛି, ଲୋକଙ୍କ ପାଇଁ କାମ କରୁଛି। ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ...

ରସିକିଆ ଅଧ୍ୟାପକଙ୍କୁ ଅଟକ ରଖିଛି ପୋଲିସ

ଭୋଗରାଇ,୩୦।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଭୋଗରାଇ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷର...

ଆକାଶରେ ଯାତ୍ରୀ ଅସୁସ୍ଥ: ଭୁବନେଶ୍ୱରରେ ବିମାନର ଜରୁରୀ ଅବତରଣ, ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ

ଭୁବନେଶ୍ୱର,୨୬।୫(ବ୍ୟୁରୋ)- ଏମିତି ବି ଆସିପାରେ ମୃତ୍ୟୁ। ଘରକୁ ଫେରିବା ସମୟରେ ଆକାଶରେ ଅସୁସ୍ଥତା ଓ ପରେ ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଶନିବାର...

ଚାକିରିରୁ ଅବସର ନେବା ପରେ ଶରୀର ଦାନ କଲେ ଶିକ୍ଷକ

ମାଲକାନଗିରି,୩୧।୧(ଡି.ଏନ୍‌.ଏ.): ଚାକିରିରୁ ଅବସର ନେବା ଦିନ ରକ୍ତଦାନ ସହ ନିଜ ଶରୀର ଦାନ କରିଛନ୍ତି ଜଣେ ଶିକ୍ଷକ। ଶିକ୍ଷକଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।...

Advertisement
Archives

Model This Week