ବାଣ୍ଟିଲେ ବଢ଼େ ଖୁସି

ଧନସମ୍ପତ୍ତି ଥାଇ ମଧ୍ୟ କିଛି ବ୍ୟକ୍ତି ଖୁସି ନ ଥାନ୍ତି। ତେବେ ପ୍ରକୃତ ଖୁସି ମିଳିଥାଏ ଅନ୍ୟ ସହ ଖୁସି ବାଣ୍ଟିବାରେ। ଏଭଳି ଅନେକ ରାସ୍ତା ଅଛି, ଯାହାକୁ ନିଜ ଜୀବନରେ ସାମିଲ କରି ଆପଣ ପ୍ରକୃତ ଖୁସି ପାଇପାରିବେ।
ଯଦି କାହାଠାରେ କୌଣସି ଭଲ ଗୁଣ ଦେଖନ୍ତି ତେବେ ତାଙ୍କୁ ମନଖୋଲି ପ୍ରଶଂସା କରନ୍ତୁ। ପ୍ରଶଂସା ଶୁଣି ତାଙ୍କ ମୁହଁରେ ଫୁଟିଉଠୁଥିବା ଖୁସି ନିଶ୍ଚିତ ଭାବେ ଆପଣଙ୍କୁ ମଧ୍ୟ ଖୁସି କରିଦେବ।
କାହାଠାରୁ ଯଦି କିଛି ସାହାଯ୍ୟ ପାଉଛନ୍ତି ତେବେ ତାଙ୍କୁ ଧନ୍ୟବାଦ ଦେବାକୁ ଯେପରି ନ ଭୁଲନ୍ତି।
ଘର କାମରେ ନିଜ ଜୀବନସାଥୀଙ୍କୁ ସାହାଯ୍ୟ କରନ୍ତୁ। ସପ୍ତାହର ଗୋଟିଏ ଦିନ ତାଙ୍କୁ ଘର କାମରୁ ବିରତି ଦେଇ ସବୁ କାମ ନିଜେ କରନ୍ତୁ, ଦେଖିବେ ଏହା ତାଙ୍କୁ ଖୁସି ଦେବା ସହ ଆପଣଙ୍କୁ ମଧ୍ୟ ସନ୍ତୋଷ ପ୍ରଦାନ କରିବ।
କର୍ମକ୍ଷେତ୍ରରେ ଅଧସ୍ଥନ କର୍ମଚାରୀଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରନ୍ତୁ। ତାଙ୍କ ମୁହଁର ହସ ଆପଣଙ୍କୁ ନିଶ୍ଚୟ ଖୁସି କରିଦେବ।
ବିଶେଷ ଅବସରରେ ତ ସମସ୍ତେ ଉପହାର ଦେଇଥାନ୍ତି। କେବେ ବିନା କୌଣସି ଅବସରରେ ନିଜ ପ୍ରିୟଜନଙ୍କୁ ଛୋଟ ଛୋଟ ଉପହାର ଦେଇ ଦେଖନ୍ତୁ ଏହା ସେମାନଙ୍କୁ ଖୁସି କରାଇବା ସହ ଆପଣଙ୍କୁ ମଧ୍ୟ ଖୁସି ପ୍ରଦାନ କରିବ।
ଘରେ କିମ୍ବା ଅଫିସରେ ଆପଣଙ୍କ ସହ ଯଦି କୌଣସି ବ୍ୟକ୍ତି ଭିତରକୁ ବା ବାହାରକୁ ଯା’ନ୍ତି, ତେବେ ତାଙ୍କ ପାଇଁ ବି ଗେଟ୍‌ଟି ଖୋଲିଦିଅନ୍ତୁ। ଦେଖିବେ ଆପଣଙ୍କର ଏହି ଛୋଟିଆ ଇଙ୍ଗିତ ତାଙ୍କୁ ଖୁସି ଦେବ।
ଖାଦ୍ୟକୁ ସବୁବେଳେ ବାଣ୍ଟି ଖା’ନ୍ତୁ। ଆପଣଙ୍କ ନିକଟରେ ଥିବା ଖାଦ୍ୟକୁ ଆଖପାଖରେ ଥିବା ଲୋକଙ୍କ ସହ ବାଣ୍ଟି ଖା’ନ୍ତୁ ଦେଖିବେ ଖାଇବାର ମଜା ଦ୍ୱିଗୁଣିତ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ପଡ଼ୋଶୀଙ୍କ ଆକ୍ରମଣରେ ଜଣେ ଗୁରୁତର, ଠେଙ୍ଗାମାଡ଼ରେ…

ଦିଗପହଣ୍ଡି,୧୩ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡି. ଆମ୍ବଠା ଗ୍ରାମର ଧ୍ରୁବ ରାଉତ ତାଙ୍କ ପଡ଼ୋଶୀ ଅର୍ଜୁନ ନାହାକଙ୍କୁ ଶନିବାର ସକାଳ ପ୍ରାୟ ସାଢ଼େ…

ନିର୍ମାଣାଧୀନ କାର୍ଯ୍ୟ ପରିଦର୍ଶନ କଲେ ମନ୍ତ୍ରୀ, ସମୀକ୍ଷା କରି କହିଲେ…

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଛକଠାରେ ନିର୍ମାଣାଧୀନ ରିଙ୍ଗ୍‌ରୋଡ୍‌କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ…

ବିବାହିତା ମହିଳାଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା, ଯୁବକ ନେଲେ ଚରମ ନିଷ୍ପତ୍ତି…

ହାଟଡିହୀ/ଛେନାପଦୀ,୧୩ା୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ବଣିଆପଙ୍କ ଗ୍ରାମ ନିକଟରେ ଶନିବାର ଜଣେ ଯୁବକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକା ଖାଇବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri