ବାଟ ହୁଡ଼ିଛି ଗାଁ ଆଲୋକୀକରଣ ବ୍ୟବସ୍ଥା ୩୦ ପ୍ରତିଶତ ପଞ୍ଚାୟତରେ ସୀମିତ

ନୟାଗଡ଼ ଅଫିସ,୧୮ା୮: ନୟାଗଡ଼ ଜିଲାର ବିଭିନ୍ନ ପଞ୍ଚାୟତରେ ଆଲୋକୀକରଣ ବ୍ୟବସ୍ଥା ଫେଲ୍‌ ମାରିଥିବା ଦେଖିବାକୁ ମିଳୁଛି। ଏ ନେଇ ପ୍ରତି ପଞ୍ଚାୟତକୁ ଅର୍ଥରାଶି ପ୍ରଦାନ କରାଯାଇଛି। ହେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚମାନେ ଧ୍ୟାନ ଦେଉ ନ ଥିବାରୁ ଏହି ବ୍ୟବସ୍ଥା ଫେଲ୍‌ ମାରିଥିବା କୁହାଯାଉଛି। ଅନ୍ୟପକ୍ଷେ ଲାଇଟ୍‌ ଲଗାଇବା ପରେ ରକ୍ଷଣାବେକ୍ଷଣା ଖର୍ଚ୍ଚ କିପରି କରିବେ ସେ ନେଇ ସରପଞ୍ଚମାନେ ଦ୍ୱନ୍ଦ୍ୱରେ ଥିବାରୁ ଏଥିପ୍ରତି ଆଗଭର ହେଉ ନ ଥିବା ଜଣାପଡିଛି।
ପ୍ରକାଶ ଯେ, ପ୍ରତି ଗ୍ରାମରେ ଆଲୋକୀକରଣ ବ୍ୟବସ୍ଥା ପାଇଁ କେନ୍ଦ୍ର ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନ ପଞ୍ଚାୟତକୁ ଟଙ୍କା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ୨ ବର୍ଷରେ ପ୍ରତି ପଞ୍ଚାୟତକୁ ୧ ଲକ୍ଷ ୭୬ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହିଭଳି ଭାବେ ଜିଲାର ୧୯୪ ପଞ୍ଚାୟତକୁ ୩ କୋଟି ୪୧ ଲକ୍ଷ ୪୪ ହଜାର ଟଙ୍କା ପ୍ରଦାନ କରାଯାଇଛି। ପୂର୍ବରୁ ମଧ୍ୟ ଏ ନେଇ ଅର୍ଥ ପ୍ରଦାନ କରାଯାଇଥିଲା। ହେଲେ ଅନେକ ପଞ୍ଚାୟତରେ ବର୍ତ୍ତମାନ ସୁଦ୍ଧା ଲାଇଟ୍‌ ଲଗାଯାଇନାହିଁ। ୧୯୪ ପଞ୍ଚାୟତରୁ ପ୍ରାୟ ୩୦ ପ୍ରତିଶତ ଅର୍ଥାତ୍‌ ୫୮ ପଞ୍ଚାୟତରେ ଲାଇଟ୍‌ ଲଗାଯାଇଥିବା ନେଇ ଜିଲା ପଞ୍ଚାୟତ କାର୍ଯ୍ୟାଳୟରୁ ସୂଚନା ମିଳିଛି। ହେଲ ଉକ୍ତ ପଞ୍ଚାୟତଗୁଡିକ ବର୍ତ୍ତମାନ ସୁଦ୍ଧା ୟୁସି (ୟୁଟିଲାଇଜେଶନ ସାର୍ଟିଫିକେଟ) ଦାଖଲ କରିନାହାନ୍ତି। ଷ୍ଟ୍ରିଟ୍‌ ଲାଇଟ୍‌ ପିଛା ଟଙ୍କା ଦିଆଯାଉଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ ଦିଗରେ ବୈଠକ କରି ଆଲୋଚନା କରାଇବା କଥା। ହେଲେ ଏ ଦିଗରେ କୌଣସି ଆଲୋଚନା ହେଉନାହିଁ। ଅନ୍ୟପଟେ କେଉଁ ଗ୍ରାମରେ ଦୁଇଟି କିମ୍ବା ଅନ୍ୟ କେଉଁ ଗ୍ରାମରେ ଗୋଟିଏ ଲାଇଟ୍‌ ଲଗାଯିବ ତାହାକୁ କେନ୍ଦ୍ର କରି ଅନେକ ସ୍ଥାନରେ ଲାଇଟ୍‌ ଲଗାଯାଉନାହିଁ। ଆଲୋକୀକରଣ ବ୍ୟବସ୍ଥାରେ ଗାଁ ମୁଣ୍ଡରେ ଲାଇଟ୍‌ ନ ଲଗାଯିବା ଯୋଗୁ ପୂର୍ବଭଳି ଗ୍ରାମବାସୀ ଅନ୍ଧାରରେ ଯାତାୟାତ କରୁଛନ୍ତି। ପ୍ରତି ପଞ୍ଚାୟତକୁ ଏ ନେଇ ଅର୍ଥ ରାଶି ପ୍ରଦାନ କରାଯାଉଥିବା ବେଳେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ନ ହେବା ଘଟଣା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଶୁଣିବାକୁ ମିଳୁଛି ଯେ, ଆଗାମୀ ଦିନରେ ଡିଆରଡିଏରେ ବୈଠକ କରାଯାଇ ଏ ନେଇ ଆଲୋଚନା କରାଯିବ। ଟେଣ୍ଡର ଡକାଯାଇ କୌଣସି ସଂସ୍ଥାକୁ ଆଲୋକୀକରଣ କରାଇବା ଦାୟିତ୍ୱ ଦିଆଯିବ। ଉକ୍ତ ସଂସ୍ଥା ଲାଇଟ୍‌ ଲଗାଇବା ସହିତ ଏହାର ରକ୍ଷଣାବେକ୍ଷଣ ମଧ୍ୟ କରିବ। ଏ ନେଇ ଜିଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟଙ୍କୁ ପଚାରିବାରୁ ସେ କହିଥିଲେ, ଅନେକ ଗ୍ରାମରେ ଲାଇଟ୍‌ ଲଗାଯାଇଥିଲେ ମଧ୍ୟ ଯୁସି ଦାଖଲ କରାଯାଇନାହିଁ। ବଳକା ରହିଯାଇଥିବା ପଞ୍ଚାୟତରେ ତୁରନ୍ତ ଲାଇଟ୍‌ ଲଗାଇବା ଦିଗରେ କାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri