ବାରିପଦା ଅଫିସ,୨୩।୫: ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ମୟୂରଭଞ୍ଜ ଲୋକ ସଭା ଆସନ ଅନ୍ତର୍ଗତ ବାଙ୍ଗିରପୋଷି ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ସୁଗଦା ମୁର୍ମୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ସୁଦାମ ମାରାଣ୍ଡିଙ୍କଠାରୁ ୭୯୮ ଭୋଟରେ ଆଗୁଆ ଅଛନ୍ତି। ସେହିପରି ଦ୍ୱିତୀୟ ରାଉଣ୍ଡ ଗଣତି ପରେ ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ପ୍ରକାଶ ସୋରେନ ବିଜେଡି ପ୍ରାର୍ଥୀ ସରୋଜୀନି ହେମ୍ବ୍ରମଙ୍କ ଠାରୁ ୧୫୮୬ ଭୋଟରେ ଆଗୁଆ ଅଛନ୍ତି। ଅନ୍ୟପକ୍ଷେ ମୋରଡା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରାଜ କିଶୋର ଦାସ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଠାରୁ ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ୧୩୯୧ ଭୋଟରେ ଆଗୁଆ ଅଛନ୍ତି।
ମହିଳାଙ୍କଠାରୁ ମୋବାଇଲ୍ ଛଡ଼ାଇବାକୁ ନେଇ ଯୁବକଙ୍କୁ ହତ୍ୟା
ବାରିପଦା, ୩।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଚାଉଁରାଡି ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି। ମୋବାଇଲ୍ ଛଡ଼ାଇବା ଘଟଣାକୁ କେନ୍ଦ୍ର…
ଭଞ୍ଜପୁର ପୋଲିସକୁ ବଡ଼ ସଫଳତା: କାର୍ ସହ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ, ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ
ବାରିପଦା, ୩/୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର ଭଞ୍ଜପୁର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଲକ୍ଷ୍ମୀପୋଷିସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟ ସୁବର୍ଣ୍ଣରେଖା କେନାଲ…

