ବାଙ୍କୀ ଡବଲ ମର୍ଡର ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର,୨୧।୨(ବ୍ୟୁରୋ): କଟକ ଜିଲା ବାଙ୍କୀଠାରେ କିଛିଦିନ ତଳେ ଘଟିଥିବା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ କଂଗ୍ରେସ ଟାର୍ଗେଟ କରିଛି। ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ନିରଞ୍ଜନ କହିଛନ୍ତି , ବାଙ୍କୀରେ କଂଗ୍ରେସର ଜଣେ ସରପଞ୍ଚଙ୍କ ସ୍ବାମୀ ଏବଂ ତାଙ୍କ ସାଙ୍ଗରେ ଥିବା ଜଣେ ଖବରଦାତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ରାଜନୈତିକ ଶତ୍ରୁତା ପାଇଁ ସେମାନଙ୍କୁ ହତ୍ୟା କରାଯାଇଛି। ଏଥିରେ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସାର ଡାକରା ଦେଇଥିବା ବେଳେ ତାଙ୍କ ଦଳ ଲୋକମାନେ ଏପରି କରୁଛନ୍ତି। ଏହି ଘଟଣାକୁ ସେ ତୀବ୍ର ନିନ୍ଦା କରିଛନ୍ତି। ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରନ୍ତୁ। ଏହା ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହା ବାହାର କରାଯାଉ ବୋଲି ନିରଞ୍ଜନ କହିଛନ୍ତି। ଏହାସହ ଗତ ୧୭ ତାରିଖରେ ହତ୍ୟାର ଶିକାର ହୋଇଥିବା ଭଗବାନ ସ୍ବାଇଁଙ୍କ ଘରକୁ ଯାଇଥିବାବେଳେ ସମ୍ପୂର୍ଣ୍ଣ ଗାଁରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା ବୋଲି ନିରଞ୍ଜନ କହିଛନ୍ତି।
ରାଜ୍ୟ ବଜେଟକୁ ନେଇ ନିରଞ୍ଜନ କହିଛନ୍ତି, ରାଜ୍ୟ ସରକାର ଆଣିଥିବା ୨୦୨୦-୨୧ ବଜେଟରେ ଓଡିଶାକୁ ଦେବାଳିଆ, ଅନଗ୍ରସରତା, ବେକାରି ବୃଦ୍ଧି ଭିତରକୁ ଠେଲି ଦେବାର ବ୍ୟବସ୍ଥା ରହିଛି। କୃଷି, ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ମୌଳିକ ଆବଶ୍ୟକତା ପ୍ରତି ଅଣଦେଖା କରାଯାଇଛିି। ଖଣିଜ ସମ୍ପଦ ବିକ୍ରିରୁ ଅଧିକ ଆଦାୟ କରିବାକୁ ଉଦ୍ୟମ କରିଛି। ଏହା ସମ୍ପୂର୍ଣ୍ଣ ଅସ୍ବଚ୍ଛ ବଜେଟ। ରାଜ୍ୟରେ ବେକାରି ସଂଖ୍ୟା ବୃଦ୍ଧି ପାଇଛି। ୨୦୧୮-୧୯ରେ ଦରମା ବାବଦରେ ଖର୍ଚ୍ଚ ମୋଟ ଆୟର ୨୩.୭୮ପ୍ରତିଶତ ଥିଲା, ମାତ୍ର ୨୦୨୦-୨୧ ବଜେଟରେ ୨୨.୫୯ପ୍ରତିଶତକୁ କମିଛି। କର୍ମଚାରୀଙ୍କ ବକେୟା ମହଙ୍ଗା ଭତ୍ତା ୪୦ପ୍ରତିଶତ ଦିଆଯାଇନାହିଁ। ଉନ୍ନୟନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି, ଏଭଳି ସ୍ଥିତିରେ କେନ୍ଦ୍ର ମଧ୍ୟ ବଜେଟରେ ଓଡିଶା ଅନୁଦାନକୁ କମାଇଦେଇଛି। ତେଣୁ ସରକାର ବଜେଟରେ ବରାଦ କରିଥିବା ଅର୍ଥ କେଉଁଠାରୁ ଆଣିବେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri