ବାଙ୍କିଶୋଳରେ ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ୍‌

ବାରିପଦା ଅଫିସ, ୮ା୪- ମୟୂରଭଞ୍ଜ ଜିଲା ବାରିପଦା ସଦର ବ୍ଲକ ଅଧୀନ ବାଙ୍କିଶୋଳଠାରେ ଥିବା କିସ୍‌ ବିଦ୍ୟାଳୟ ପରିସରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ଼- ୧୯ ହସ୍ପିଟାଲ୍‌ ସ୍ଥାପନ ହେବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଓ କିମସ୍‌ ମଧ୍ୟରେ ଏନେଇ ମଙ୍ଗଳବାର ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ୭ ଦିନ ମଧ୍ୟରେ ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ବିନୀତ ଭରଦ୍ୱାଜ ଓ କିମସ୍‌ ମେଡ଼ିକାଲ୍‌ କଲେଜର ସିଇଓ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ ଏହି ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ, ଅତିରିକ୍ତ ଜିଲାପାଳ ବିବେକାନନ୍ଦ ସାହୁ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ରୂପଭାନୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରୁ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ: ଛାତ୍ରୀ ମୃତ, ୪୯ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୯।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ବିଟିଏମ୍‌ ବାଇପାସ୍‌ ୪୯ନଂ ଜାତୀୟ ରାଜପଥରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିିଛି। ଜଣେ ଛାତ୍ରୀ ସାଇକେଲ ଯୋଗେ...

ସରସ୍ବତୀ ମୂର୍ତ୍ତି ଭସାଣି ବେଳେ ଗଣ୍ଡଗୋଳ, ୪ ଆହତ

ସୋର, ୪।୨(ଡି.ଏନ.ଏ.)-ସରସ୍ବତୀଙ୍କ ମୂର୍ତ୍ତି ଭସାଣକୁ କେନ୍ଦ୍ର କରି ସୋର ଥାନା ଅଧୀନ ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ ଈଶ୍ୱରପୁର ଓ ମାଟିଆପଲା ଗ୍ରାମର ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ...

ପୋଖରୀରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣା: ହାଇଦ୍ରାବାଦ୍‌ରୁ ହତ୍ୟା ଅଭିଯୁକ୍ତ ଗିରଫ

ଦଶରଥପୁର,୧୬।୪(ଡି.ଏନ.ଏ.): ଯାଜପୁର ସଦର ଥାନା କପିଳେଶ୍ୱର ଗ୍ରାମ ସୀମାରେ ଥିବା ପରିତ୍ୟକ୍ତ ପୋଖରୀରୁ ଗତ ୮ ତାରିଖରେ ମିଳିଥିବା କଙ୍କାଳ ଚିହ୍ନଟ ହେବା ପରେ ହତ୍ୟା...

ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ପରିସରରେ ସ୍ଥାନ ଚିହ୍ନଟ ଲାଗି ପ୍ରଶାସନ, ସେବାୟତଙ୍କ ମଧ୍ୟରେ ବୈଠକ

ପୁରୀ ଅଫିସ, ୨୫।୪: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି ଓ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା। ଶୁକ୍ରବାର ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ନିଆଯାଇଥିବା...

ବଳାତ୍କାରୀଙ୍କୁ ୩ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୧୯ା୨: ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ଜଜ ଅନୁପ ରଞ୍ଜନ ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲା ଶୁଣାଣି କରିଥିଲେ। ପ୍ରମାଣ ମିଳଥିବାରୁ କାଳୁ...

ମୃଣ୍ମୟୀ ମୂର୍ତ୍ତି ସ୍ଥାନ ନେଲା ଦାରୁ ବିଗ୍ରହ

ଭଦ୍ରକ ଅଫିସ, ୧୮ା୩- ଭଦ୍ରକ ବ୍ଲକ ଚରମ୍ପା ବରାଳପୋଖରୀ ଅଞ୍ଚଳର ଜାନୁଗଞ୍ଜ ଗାଁରେ ଜଗନ୍ନାଥଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ପରେ ସୋମବାର ଦାରୁବିଗ୍ରହ ପ୍ରତିଷ୍ଠା ହୋଇଛି।...

ହିନ୍ଦୋଳ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି

ଢେଙ୍କାନାଳ, ୬।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଦାବି ହୋଇଛି । ସାମାଜିକ ସଂଗଠନ ଆମ ହିନ୍ଦୋଳ ପକ୍ଷରୁ ବ୍ଲକର...

ମେଡିକାଲରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ

ଆନନ୍ଦପୁର,୧୧ା୫(ସ୍ବ.ପ୍ର.): ଅସାନି ପ୍ରଭାବରେ ଆନନ୍ଦପୁର ଅଞ୍ଚଳରେ ଅନୁଭୂତ ହୋଇଥିବା ସକାଳର ସାମାନ୍ୟ ବର୍ଷାରେ ଚିକିତ୍ସାଳୟ ମଧ୍ୟରେ ପାଣି ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ଫଳରେ ରୋଗୀ...

Advertisement
Archives

Model This Week