ବାଉନ୍ସର ଆସିବା ଘଟଣାରେ ହେଲାନି ଆଲୋଚନା: ପ୍ରଦୀପ

ଭୁବନେଶ୍ୱର,୨୨ା୧(ବ୍ୟୁରୋ):କଂଗ୍ରେସ କାର୍ଯ୍ୟାଳୟକୁ ବାଉନ୍ସର ଆସିବା ଘଟଣା ନୂଆ ମୋଡ଼ ନେଇଛି। ଏହାକୁ ନେଇ ବିବାଦ ତେଜିଥିବା ବେଳେ ବାଉନ୍ସର କୌଣସି ଦଳୀୟ ନେତା ନୁହେଁ, ବରଂ ବିରୋଧୀ ପଠାଇଥିବା କଂଗ୍ରେସ ନେତାଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଅନ୍ୟପଟେ ଏହି ଘଟଣା ଉପରେ କୌଣସି ଆଲୋଚନା ହୋଇ ନ ଥିବା ଜଣାପଡିଛି। କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ବାଉନ୍ସର କେଉଁଠୁ ଆସିଲେ ଜଣାନାହିଁ। କିନ୍ତୁ କୌଣସି ଦଳୀୟ ଲୋକ ସେମାନଙ୍କୁ ଡାକି ନ ଥିଲେ। ଏହା ଦଳକୁ ବଦନାମ କରିବାକୁ ଯୋଜନା ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୧୭ ତାରିଖରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ କେତେଗୁଡିଏ ଜିଲାର ନିର୍ବାଚନୀ ସମୀକ୍ଷା ବୈଠକ ଚାଲିଥିଲା। ଏହି ସମୟରେ କେତେଜଣ କର୍ମୀ ଓ ନେତା ଦଳୀୟ କାର୍ଯ୍ୟାଳୟ ବାହାରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତିଙ୍କୁ ପରିବର୍ତ୍ତନ ଲାଗି ଦାବି କରିଥିଲେ। ଏଭଳି ପରିସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ କେତେଜଣ ବାଉନ୍ସର ଉପସ୍ଥିତ ରହିବା ସହିତ ଧାରଣାରତ କର୍ମୀଙ୍କୁ କାର୍ଯ୍ୟାଳୟରୁ ତଡି ଦେଇଥିଲେ। ଏହାକୁ ନେଇ ବିବାଦ ଉଠିବା ପରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏହି ଘଟଣାକୁ ନିନ୍ଦା କରିଥିଲେ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ କରିବାକୁ ଦାବି କରିବେ ବୋଲି କହିଥିଲେ। ମାତ୍ର ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ କୌଣସି ଆଲୋଚନା ହୋଇ ନ ଥିବା ସେ କହିଛନ୍ତି। ପ୍ରଦୀପ କହିଛନ୍ତି ଯେ, ସୁଭାଷ ବୋଷଙ୍କ ଜୟନ୍ତୀ, ଜାନୁୟାରୀ ୨୬ ପାଳନ ଏବଂ ଆସନ୍ତା ୩୦ରେ ହେବାକୁ ଥିବା ଏକତା ଦିବସ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ମାତ୍ର ଏଭଳି ଘଟଣା ଦଳରେ ଖରାପ ପରମ୍ପରା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଢ଼େ ୧୨ଟା ସୁଦ୍ଧା ୫୫ % ମତଦାନ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଆଜି ରାଜ୍ୟରେ ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ସାଢ଼େ ୧୨ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ ହୋଇଥିବା...

ରାଜକୋଷ ପାଇଁ ରହିତାଦେଶ ଅଡୁଆ: କୋର୍ଟରେ ଗଡୁଛି ୧୦ ହଜାର ୪୧୮ କୋଟିର ରାଜସ୍ବ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): କୋର୍ଟ କଚେରି ରହିତାଦେଶ ରାଜ୍ୟ ରାଜକୋଷ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ବିଭିନ୍ନ କ୍ଷେତ୍ରରୁ ଆଦାୟ ହେବାକୁ ଥିବା ଟିକସ ଅଦାଲତ...

ମୃତଦେହକୁ ଝୁଣି ଖାଉଛନ୍ତି ବୁଲା କୁକୁର, କାହାରି ନିଘା ନାହିଁ

ନବରଙ୍ଗପୁର,୨।୧(ବି.ପ୍ର.): ନବରଙ୍ଗପୁର ଜିଲା ସଦର ମହକୁମା ଗାବ୍ରିଆଲଗୁଡ଼ା ନିକଟରେ ଥିବା କୁସୁମଝର ଡ୍ୟାମ୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିନେ କି ଦୁଇଦିନ ନୁହେଁ,...

ଦୂରଦର୍ଶିତାପୂର୍ଣ୍ଣ ନିର୍ଣ୍ଣୟ ହେବା ଆବଶ୍ୟକ

ପୁରୀ ଅଫିସ,୨୦ା୬: ଏଥର ବଡ଼ଦାଣ୍ଡରେ ଗଡ଼ିବନି ରଥ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ରଥଯାତ୍ରାକୁ ବନ୍ଦ କରିଛନ୍ତି ସୁପ୍ରିମ୍‌କୋର୍ଟ। ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି...

ଲକ୍‌ଡାଉନ୍‌ ପାଇଁ ପଛେଇଯାଇଛି ଅନ୍ଧତ୍ୱ ଦୂରୀକରଣ ଯୋଜନା: ମୋତିଆବିନ୍ଦୁ ରୋଗୀଙ୍କ ସଙ୍କଟ ବଢ଼ିଲା

କଟକ ଅଫିସ, ୧୮ା୫: କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଲାଗି ଜାରି ହୋଇଥିବା ଲକ୍‌ଡାଉନ ଯୋଗୁ ଏବେ ସରକାରଙ୍କ ଅନ୍ଧତ୍ୱ ଦୂରୀକରଣ ଯୋଜନା ଅନେକ ଯୋଜନ...

ଜିଦ୍‌ରେ ଅଟଳ ୨ସେବାୟତ ନିଯୋଗ

ଭୁବନେଶ୍ୱର/ ପୁରୁଣା ଭୁବନେଶ୍ୱର, ୧୦ା୩ : ଗୁରୁବାର ଜାଗର। ଏଥିପାଇଁ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର...

ଆଜି ପ୍ରଦର୍ଶିତ ହେବ ଫନୀ ସମ୍ପର୍କିତ ବୃତ୍ତଚିତ୍ର

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଚଳିତ ବର୍ଷ ମେ ୩ରେ ଓଡ଼ିଶା ଉପକୂଳ ସାମୁଦ୍ରିକ ଝଡ ଫନୀ ଦ୍ୱାରା ଘୋର ପ୍ରଭାବିତ ହୋଇଥିଲା। ଏହାକୁ ମୁକାବିଲା କରିବା ପାଇଁ...

ଓଆଇପିଏଲ୍‌ ଜାଲିଆତି କରି ଜମି ହାତେଇଛି : କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୬ା୧୧(ବ୍ୟୁରୋ): ଖୋର୍ଦ୍ଧା ସାରୁଅ ଜମି ବିବାଦ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଓଡ଼ିଶା ଇନ୍‌ଫ୍ରାଟେକ ପ୍ରାଇଭେଟ ଲିମିଟେଡ୍‌ (ଓଆଇପିଏଲ) କମ୍ପାନୀ ଜାଲିଆତି କରି...

Advertisement
Archives

Model This Week