ବାଉଣ୍ଡ୍ରି ଗଣିତ ନିୟମକୁ ପୂର୍ବତନ କ୍ରିକେଟରଙ୍କ ସମାଲୋଚନା

ନୂଆଦିଲ୍ଲୀ,୧୫।୭(ପିଟି)- ଗୌତମ ଗମ୍ଭୀରଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବାଉଣ୍ଡ୍ରି ଗଣିତ ଦ୍ୱାରା ବିଶ୍ୱ ଚାମ୍ପିୟନ ନିର୍ଦ୍ଧାରଣ କରାଯିବା ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି। ରବିବାର ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଟାଇ ରହିବା ଯୋଗୁ ସୁପର ଓଭର ସହାୟତା ନିଆଯାଇଥିଲା। ହେଲେ ସୁପର ଓଭର ମଧ୍ୟ ଟାଇ ରହିଥିଲା। ଫଳରେ ଅପେକ୍ଷାକୃତ ଅଧିକ ବାଉଣ୍ଡ୍ରି ମାରିଥିବା ଦଳକୁ ବିଜେତା ଘୋଷଣା କରାଯାଇଥିଲା। ଇଂଲଣ୍ଡ ଦଳ ମ୍ୟାଚ୍‌ ଓ ସୁପର ଓଭରରେ ୨୨ ଚୌକା ଓ ୨ ଛକାକୁ ମିଶାଇ ମୋଟ ୨୪ ବାଉଣ୍ଡ୍ରି ଲଗାଇଥିଲା। ଫାଇନାଲରେ ନ୍ୟୁଜିଲାଣ୍ଡ ମୋଟ ୧୬ ବାଉଣ୍ଡ୍ରି ମାରିଥିଲା। ବିଶ୍ୱକପ୍‌ ଫାଇନାଲରେ ଏହି ଗେମ୍‌ର ଫଳାଫଳ କେମିତି ବାହାରିଲା ବୁଝାପଡ଼ୁନାହିଁ। ଅଧିକ ବାଉଣ୍ଡ୍ରି ମାରିଥିବା ଦଳକୁ ବିଜେତା ଧରି ନେବା ଏକ ହାସ୍ୟାସ୍ପଦ ନିୟମ। ଫାଇନାଲ ମ୍ୟାଚ୍‌ ଟାଇ ଭାବେ ଶେଷ ହେବା ଉଚିତ ଥିଲା। ଉଭୟ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଦଳକୁ ରୋମାଞ୍ଚକ ଫାଇନାଲ ପାଇଁ ଶୁଭେଚ୍ଛା ବୋଲି ଗମ୍ଭୀର ଟୁଇଟ୍‌ କରିଛନ୍ତି। ୨୦୧୧ ବିଶ୍ୱକପ ଚାମ୍ପିୟନ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଯୁବରାଜ ସିଂ ଟୁଇଟ୍‌ କରିଛନ୍ତି, ମୁଁ ଆଇସିସି ନିୟମ ସହ ଏକମତ ନୁହେଁ। କିନ୍ତୁ ନିୟମ ଯାହା ଧାର୍ଯ୍ୟ ହୋଇଛି, ତାହା ପରିବର୍ତ୍ତନ ହୋଇପାରିବ ନାହିଁ। ଚାମ୍ପିୟନ ଇଂଲଣ୍ଡକୁ ଶୁଭେଚ୍ଛା। ନ୍ୟୁଜିଲାଣ୍ଡ ଦଳର ଖେଳାଳିଙ୍କ ପ୍ରତି ମୋର ସହାନୁଭୂତି ରହିଛି। ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡ ସ୍କଟ୍ଟ ଷ୍ଟାଇରିସ ଓ ପୂର୍ବତନ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡିନ ଜୋନ୍ସ ଆଇସିସି ନିୟମକୁ ଏକ ଜୋକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳରତ୍ନ ସୁପାରିସ ତାଲିକାରେ ମନିକା

ନୂଆଦିଲ୍ଲୀ,୩।୬(ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ଚଳିତ ବର୍ଷ ଖେଳାଳିଙ୍କ ନାମ ସୁପାରିସ ତାଲିକା ବଢ଼ିବାରେ ଲାଗିଛି। ମଙ୍ଗଳବାର...

ପୁଣି ଘୁଞ୍ଚିବ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୨୪।୯ (ପି.ଟି.): ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ ପୁଣି ଥରେ ଘୁଞ୍ଚିବାର ସମ୍ଭାବନା ଦେଖାଦେଇଛି। ପୂର୍ବରୁ ଥରେ ଘୁଞ୍ଚାଯାଇ ଏହି ମେଗା ଇଭେଣ୍ଟକୁ...

ଜଉନାଙ୍କୁ ୪୦୦ ମିଟର ହର୍ଡଲ୍ସ ଟାଇଟଲ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି)- ରାଞ୍ଚତ୍ରେ ଚାଲିଥିବା ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶା ଖେଳାଳି ଚମକ ଦେଖିବାକୁ ମିଳିଛି। ମହିଳା ୧୦୦ ଓ ପୁରୁଷ ୧୦୦...

ଓ୍ବେଷ୍ଟଇଣ୍ଡିଜ୍‌ ସିରିଜ୍‌ ପୂର୍ବରୁ ଭାରତୀୟ ଦଳକୁ ଝଟ୍‌କା

ପୋର୍ଟ ଅଫ୍‌ ସ୍ପେନ୍‌,୨୨।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଜୁଲାଇ ୨୨ରୁ ଆରମ୍ଭ ହେଉଛି । ଏହା ପରେ...

ଇଣ୍ଡୋ-ପାକ୍‌ ବିଶ୍ୱକପ୍‌ ମ୍ୟାଚ୍‌ ବିଜ୍ଞାପନକୁ ସାନିଆଙ୍କ ବିରୋଧ

ନୂଆଦିଲ୍ଲୀ,୧୨।୬(ପିଟି): ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ର ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ଲାଗି ପ୍ରସାରଣକାରୀ ଚ୍ୟାନେଲରେ ଦେଉଥିବା କିଛି ସ୍ବତନ୍ତ୍ର ବିଜ୍ଞାପନ ଉଭୟ...

ପୁଣି ଥରେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗ୍ରେଗ୍‌ ବାର୍କଲେ, ଜୟ ଶାହାଙ୍କୁ ମିଳିଲା ବଡ ଦାୟିତ୍ୱ

ମେଲବୋର୍ନ,୧୨।୧୧: ନ୍ୟୁଜିଲ୍ୟାଣ୍ଡର ଗ୍ରେଗ୍‌ ବାର୍କଲେ ଶନିବାର ସର୍ବସମ୍ମତି କ୍ରମେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ଅଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ଲାଗି ନିର୍ବାଚିତ ହୋଇଛନ୍ତି। ବାର୍କଲେଙ୍କ କାର୍ଯ୍ୟକାଳ...

ଦ୍ରାଭିଡଙ୍କ ଏହି ଟିପ୍ସ ମାନିଲେ ଭାରତ ଗସ୍ତରେ ସଫଳ ହେବ ଇଂଲଣ୍ଡ

ଇଂଲଣ୍ଡର ପୂର୍ବତନ କେଭିନ ପିଟରସନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ଆଗାମୀ ଭାରତ ଏବଂ ଇଂଲଣ୍ଡ ସିରିଜ୍‌ ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି...

ବୋଲିଂ ଲାଇନ୍‌ରେ ୩ ପରିବର୍ତ୍ତନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଛିଡ଼ା କଲା ୨୮୮ ରନ୍‌ର ଟାର୍ଗେଟ

କେପ ଟାଉନ,୨୩।୧: ପ୍ରଥମ ଦୁଇ ମ୍ୟାଚ୍‌ରେ ପରାଜୟ ପରେ ବୋଲିଂ ଲାଇନ୍‌ରେ ୩ ପରିବର୍ତ୍ତନ ସହ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଓହ୍ଲାଇଥିଲା ଭାରତ।...

Advertisement
Archives

Model This Week