Posted inରାଜ୍ୟ

ବାଇଚଢ଼େଇ ବଂଶ ବୃଦ୍ଧି ପାଇଁ ପ୍ରୟାସ ଜାରି

ଖଣ୍ଡପଡା,୧୩।୬(ସ୍ବ.ପ୍ର.): ବାଇଚଢେଇ ଛୋଟ ପକ୍ଷୀଟିଏ ହେଲେ ମଧ୍ୟ ତା’ର ବିଚକ୍ଷଣ ବୁଦ୍ଧି ଖଟାଇ ନିଜ ପାଇଁ ସେ ଯେଉଁ ବସା ତିଆରି କରେ ତାହା ଖୁବ୍‌ ମଜଭୁତ ଓ ସୁରକ୍ଷିତ ହୋଇଥାଏ। ଯାହା ଅନ୍ୟ ପକ୍ଷୀମାନଙ୍କ ବସାରେ ଦେଖିବାକୁ ମିଳେ ନାହିଁ। ତାଳ, ଖଜୁରି ଗଛରେ ବାଇଚଢେଇ ବସା ବାନ୍ଧି ଅଣ୍ଡା ଦେଇ ତା’ର ବଂଶ ବୃଦ୍ଧି ଘଟାଇଥାଏ । ଝଡ ତୋଫାନ କିମ୍ବା ବର୍ଷାରେ ଏହି ବସାର କୌଣସି କ୍ଷତି ଘଟି ନ ଥାଏ । ଏଣୁ ବିଭିନ୍ନ ଉଦାହରଣ ପ୍ରସଙ୍ଗରେ କୁହାଯାଇଥାଏ ”ବାଇଚଢ଼େଇର କି ଯାଏ ବା’ କଲେ ବସା ଦୋହଲୁଥାଏ“ । ଏବେ କିନ୍ତୁ ତାଳ, ଖଜୁରିଗଛର ଅଭାବ ଯୋଗୁ ବାଇଚଢେଇ ବସା ପ୍ରତି ବିପଦ ସୃଷ୍ଟି ହୋଇଛି।
ପ୍ରତିବର୍ଷ ଜଙ୍ଗଲ ବିଭାଗ ପକ୍ଷରୁ ବର୍ଷାଋତୁରେ ବିଭିନ୍ନ ଛାୟାପ୍ରଦ ବୃକ୍ଷରୋପଣ କରାଯାଉଥିବା ବେଳେ ଉଜୁଡି ଯାଉଥିବା ତାଳ ଓ ଖଜୁରି ଗଛ ରୋପଣ ଦିଗରେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେଉ ନାହାନ୍ତି । ବିଶେଷକରି ତାଳ ଓ ଖଜୁରି ବୃକ୍ଷ ଅଭାବରୁ ବାଇଚଢେଇ ଅନେକ ସମୟରେ ଟେଲିଫୋନ,ବିଦ୍ୟୁତ ତାର କିମ୍ବା ବାବୁଲ ଆଦି କଣ୍ଟା ଗଛରେ ବସା ତିଆରି କରୁଥିବା ପରିଲକ୍ଷିତ ହେଉଛି । ତେଣୁ ବାଇଚଢେଇର ସଂଖ୍ୟା ହ୍ରାସ ପାଉଥିବା ଜଣାପଡିଛି । ଏ ଦିଗରେ କଣ୍ଟିଲୋ ଅଞ୍ଚଳର ପରିବେଶବିତ୍‌ ତଥା ଗଛ ସାର୍‌ ଭାବରେ ପରିଚିତ ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ ଗତ କିଛି ବର୍ଷ ଧରି ବିଭିନ୍ନ ଅଞ୍ଚଳରେ ଖଜୁରି ଓ ତାଳ ଗଛ ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଚଳିତ ବର୍ଷ କଣ୍ଟିଲୋ ଓ ଭାପୁର ଅଞ୍ଚଳର ବିଭିନ୍ନ ନଦୀବନ୍ଧ, ରାସ୍ତା କଡ ଓ ପାହାଡ ପାଦତଳେ ପକ୍ଷୀମାନଙ୍କ ବଂଶ ବୃଦ୍ଧି ଲକ୍ଷ୍ୟରେ ତାଳ, ଖଜୁରି ଆଦି ଚାରା ରୋପଣ କରି ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି । ଦୀର୍ଘ ୧୦/୧୫ ବର୍ଷ ଧରି ସେ ତାଳ, ଖଜୁରି ମଞ୍ଜି ରୋପଣ କରି ଚାଲିଥିବା ବେଳେ ଜଙ୍ଗଲ ବିଭାଗ ଏହି ସବୁ ବୃକ୍ଷ ରୋପଣ ଦିଗରେ ଆଦୌ ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି। କିଛି ବ୍ୟକ୍ତି ୮/୧୦ଫୁଟ ଉଚ୍ଚର ତାଳ ଓ ଖଜୁରି ଡାଳକୁ ଦାନ୍ତକାଠି କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ କାଟି ନେଉଥିବା ବେଳେ ରାସ୍ତା ଓ ମାଳବନ୍ଧ ପ୍ରଶସ୍ତୀକରଣ ଆଳରେ ଠିକାଦାର ମଧ୍ୟ ଉକ୍ତ ଗଛ କାଟିବାକୁ ଦ୍ୱିଧାବୋଧ କରୁନାହାନ୍ତି। ଏଥିପାଇଁ ବନ ବିଭାଗ କିମ୍ବା ସ୍ଥାନୀୟ ଅଞ୍ଚଳର ଲୋକେ ନୀରବଦ୍ରଷ୍ଟା ସାଜିଛନ୍ତି ।ସଚେତନତା ଅଭାବରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ଗଛ ସାର କ୍ଷୋଭର ସହ କହିଛନ୍ତି । ଗତ ୧୫ ଦିନ ଧରି ଉକ୍ତ ଗଛର ସୁରକ୍ଷା ପାଇଁ ଲକ୍ଷ୍ମୀପ୍ରସାଦ, ଧାନଚେଙ୍ଗଡା ଗ୍ରାମବାସୀଙ୍କୁ ସାକ୍ଷାତ କରି ବାଇଚଢେଇଙ୍କ ବଂଶ ବୃଦ୍ଧି ପାଇଁ ତାଳ ଓ ଖଜୁରି ଗଛ ନ କାଟିବା ଲାଗି ସେ ଜନ ସଚେତନତା ସୃଷ୍ଟି କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ ଉପରେ ଲାଗିବ କଟକଣା : ବ୍ୟବସାୟୀଙ୍କଠାରୁ ଆଦାୟ ହେବ ୨୫ ହଜାର ଜରିମାନା

ନୟାଗଡ଼ ଅଫିସ,୬ା୬: ଆଗାମୀ ଦିନରେ ନୟାଗଡ଼ ପୌର ପରିଷଦର ସମସ୍ତ କର୍ମଚାରୀ ୧ମାସ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ନ ରହି ପ୍ରତି ୱାର୍ଡ଼ର ଗଳିକନ୍ଦି ବୁଲି ସମସ୍ୟା...

ରାଜ୍ୟ ସରକାରଙ୍କୁ ଏନ୍‌ଜିଟି ନୋଟିସ

ଭୁବନେଶ୍ୱର, ୨୧।୧୨(ବ୍ୟୁରୋ): ହାତୀ କରିଡର (ହାତୀ ଚଲାପଥ) ପ୍ରସଙ୍ଗ ନେଇ ପୁଣି ରାଜ୍ୟ ସରକାରଙ୍କୁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ନୋଟିସ ଜାରି କରିଛନ୍ତି। ମଙ୍ଗଳବାର ରାଜ୍ୟ...

ଶ୍ରୀମନ୍ଦିରରେ ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ: କଡ଼ ଲେଉଟାଇଲେ ଶୟନ ଠାକୁର

ପୁରୀ ଅଫିସ, ୧୦।୯: ଶ୍ରୀମନ୍ଦିରରେ ସୋମବାର ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ ନୀତି ଅନୁଷ୍ଠିତ ହୋଇଛି। କଡ଼ ଲେଉଟାଇଛନ୍ତି ଶୟନ ଠାକୁର। ମଙ୍ଗଳବାର ମହାପ୍ରଭୁଙ୍କ ବାମନ ବେଶ...

ଯୁବବର୍ଗ ଜିଲା ଛାଡ଼ିବାକୁ ପ୍ରସ୍ତୁତ

କେନ୍ଦ୍ରାପଡ଼ା ଅଫିସ,୭ା୧୧: ପାଟିରୁ ରକ୍ତ ବାହାରିଲେ ମଧ୍ୟ ଓଟ କଣ୍ଟାପତ୍ର ଖାଇବାକୁ ବାଧ୍ୟ। ସେ ଜାଣିଛି, କଣ୍ଟାପତ୍ର ନ ଖାଇଲେ ଜୀବନ ଧାରଣ ଅସମ୍ଭବ। ଠିକ୍‌...

 କଡ଼ାକଡ଼ି ହେବ ଯାଞ୍ଚ: ପ୍ରଥମ ଦିନରେ ମାସ୍କ ବାଣ୍ଟିଲା, ବୁଝାଇଲା ପୋଲିସ

ଭୁବନେଶ୍ୱର,୯ା୪(ବ୍ୟୁରୋ)- ବାୟୁ ଦ୍ୱାରା ମଧ୍ୟ ଘାତକ ଭୂତାଣୁ କୋଭିଡ୍‌-୧୯ ଅନ୍ୟକୁ ସଂକ୍ରମଣ ହେବାର ସମ୍ଭାବନା ରହିଛି। ତେଣୁ ଗୁରୁବାରଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ...

ପରିବାର ଚିନ୍ତାରେ ଅସହାୟ ପଦ୍ମିନୀ

ଛେଣ୍ଡିପଦା,୧୬ା୭(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ସପୋଇନାଳି ଗ୍ରାମର ଅଚ୍ୟୁତାନନ୍ଦ ବାଘ ଗତ ଗୁରୁବାର ବେକରେ ରଶି ଲାଗାଇ ଆତ୍ମହତ୍ୟା କରିବା ପରେ ତାଙ୍କ ପରିବାର...

ସବୁଜ ମିଶନରେ କେନ୍ଦ୍ର ବାଧକ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ତାପମାତ୍ରା ବୃଦ୍ଧି ସାଙ୍ଗକୁ ସ୍ବଳ୍ପ ବୃଷ୍ଟିପାତ ଶସ୍ୟ ଉତ୍ପାଦନ ପାଇଁ ମହାବିପତ୍ତି ହୋଇ ଉଭାହେଲାଣି। ପରିବେଶ ପ୍ରଦୂଷଣ ରୋକିବା ଏବଂ ବନ୍ୟଜନ୍ତୁଙ୍କୁ ବଞ୍ଚାଇ ରଖିବା...

୨୦ ଖଣି ପାଇଁ ସାନି ଟେଣ୍ଡର ବିଜ୍ଞପ୍ତି ଜାରି କଲେ ସରକାର

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ରାଜ୍ୟ ସରକାର ୨୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏ ନେଇ ଶୁକ୍ରବାର ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି...

Advertisement
Archives

Model This Week