ବାଇକ୍‌ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌: ଜଣେ ଗୁରତର, ୧୫ରୁ ଊର୍ଦ୍ଧ୍ୱ ଆହତ

ଆଠଗଡ଼,୨୯।୧୧(ଡି.ଏନ୍‌.ଏ.): କଟକ ଜିଲା ଆଠଗଡ଼ ଥାନା ଅଧୀନ ପୁରୁଣା କଟକ- ସମ୍ବଲପୁର ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରାପାର୍ଟି ଟ୍ରକ୍‌ ସମ୍ମୁଖକୁ ବାଇକ୍‌ ଚାଲିଆସିବାରୁ ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଫଳରେ ବାଇକ୍‌ ଚାଳକଙ୍କ ସହ ୧୫ରୁ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯିବାପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଛି। ଅପରପକ୍ଷେ ବାଇକ୍‌ ଚାଳକ କନ୍ତୋଲର ବଳରାମ ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ଯାତ୍ରା ସାରି ‘ସାବିତ୍ରୀ ଗଣନାଟ୍ୟ’ର  ଏକ ସରଞ୍ଜାମ ବୋଝେଇ ଟ୍ରକ୍‌ କଟକ ଅଭିମୁଖେ ଯାଉଥିଲା। ପୁରୁଣା କଟକ-ସମ୍ବଲପୁର ରାସ୍ତାର କନ୍ତୋଲ ବାରବାଟୀ ପୋଖରୀ ନିକଟରେ ଟ୍ରକ୍‌ ସମ୍ମୁଖକୁ ଏକ ବାଇକ୍‌ ଚାଲି ଆସିବାରୁ ଭାରସାମ୍ୟ ହରାଇ ଏହା ଓଲଟି ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରାଜିତ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଭିକ୍ଟର

ମିରଟ,୬ା୪: ହଙ୍ଗେରୀୟମାନେ ଆସନ୍ତା ୧୨ରେ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚନ କରିବାକୁ ଯାଉଛନ୍ତି। ଏହା ଚଳିତବର୍ଷ ୟୁରୋପର ସବୁଠୁ ପରିଣାମସୂଚକ ନିର୍ବାଚନ ବୋଲି କୁହାଯାଉଛି। ୧୬ ବର୍ଷ ଧରି…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଟ୍ରମ୍ପ୍‌ ପ୍ରଶାସନଠାରୁ ଇରାନ ହାଜତ ବେଶି ସୁରକ୍ଷିତ

ତେହରାନ୍‌,୬ା୪: ଇରାନକୁ ଆକ୍ରମଣ କରିବାକୁ ଆସି ନିଖୋଜ ହୋଇଯାଇଥିବା ଏଫ୍‌-୧୫ଇ ଷ୍ଟାଇକ୍‌ ଇଗଲ୍‌ ଏୟାରକ୍ରାଫ୍ଟ କ୍ରିଉ ସଦସ୍ୟଙ୍କୁ କେବଳ ତେହରାନ୍‌ ଖୋଜୁନାହିଁ, ଆମେରିକା ଏୟାରଫୋର୍ସ ମଧ୍ୟ ତାଙ୍କୁ…

ତେହରାନ ପାଓ୍ବାର ପ୍ଲାଣ୍ଟ ଧ୍ୱଂସ କରିଦେବୁ: ଟ୍ରମ୍ପ୍‌

ଓ୍ବାଶିଂଟନ,୬ା୪: ଇରାନ ଯୁଦ୍ଧ ୩୭ ଦିନରେ ପହଞ୍ଚତ୍ଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରବିବାର ସୋସିଆଲ ମିଡିଆରେ ଏକ ବିସ୍ଫୋରକ ପୋଷ୍ଟ ଜରିଆରେ ତେହରାନ୍‌ ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌…

ଇସି ପ୍ରାର୍ଥୀଙ୍କ ଉପରେ ନିର୍ଭରକଲେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ

ନୂଆଦିଲ୍ଲୀ,୬ା୪: ଭୋଟ ପରିଚାଳନା କରୁଥିବା ପଦାଧିକାରୀ ଯଦି ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରନ୍ତି, ତେବେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରତ୍ନା…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri