ବାଇକ୍‌ରୁ ଡେଇଁ ହାତକଡ଼ି ସହ ଚମ୍ପଟ ଅଭିଯୁକ୍ତ ଗିରଫ:୨ ପୋଲିସ ନିଲମ୍ବିତ

ଚାନ୍ଦବାଲି, ୯।୧୦ (ଡି.ଏନ.ଏ.): ଭଦ୍ରକ ଜିଲା ବାଂଶଡ଼ା ଥାନାରେ ଏକ କମେଣ୍ଟ ମାରିବା ମାମଲାରେ ଗିରଫ ଜଣେ ଅଭିଯୁକ୍ତ ଭଦ୍ରକ ଜେଲ୍‌କୁ ସ୍ଥାନାନ୍ତର ହେବା ରାସ୍ତାରେ ହାତକଡ଼ି ସହ ବାଇକ୍‌ରୁ ଡେଇଁ ମଙ୍ଗଳବାର ସନ୍ଧ୍ୟାରେ ଚମ୍ପଟ ମାରିଥିଲେ। ପୋଲିସ୍‌ ଖୋଜାଖୋଜି କରି ବିଳମ୍ବିତ ରାତିରେ ତାଙ୍କ ଘର ଜଳେଶ୍ୱରପୁର ପଞ୍ଚାୟତର ପଲେଇସାହିରୁ ଅଭିଯୁକ୍ତ ରାଜେନ୍ଦ୍ର ବାରିକ(ଅଭିମନ୍ୟୁ)ଙ୍କୁ ଗିରଫ କରିଛି। ବାଂଶଡ଼ା ଥାନାର କନଷ୍ଟେବଳ ମୁଷଳ ହାଂସଦାଙ୍କ ଅଭିଯୋଗ କ୍ରମେ ଏ ନେଇ ଚାନ୍ଦବାଲି ଥାନାରେ ଅନ୍ୟ ଏକ ମାମଲା(ନଂ.୨୪୪/୧୯) ରୁଜୁ ହୋଇଛି। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ବାଂଶଡ଼ା ଥାନାର ୨ ପୋଲିସ କନଷ୍ଟେବଳ ତୁଷାରକାନ୍ତ ଦାସ ଓ ମୁଷଳ ହାଂସଦାଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ସ୍ଥାନୀୟ ଜଳେଶ୍ୱରପୁର ଗ୍ରାମର ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ମାମଲାରେ ଅଭିଯୁକ୍ତ ରାଜେନ୍ଦ୍ରଙ୍କୁ ସୋମବାର ସନ୍ଧ୍ୟାରେ ପରମାନନ୍ଦପୁର ଦୁର୍ଗାମଣ୍ଡପ ନିକଟରୁ ଧରାଯାଇ ବାଂଶଡ଼ା ଥାନାରେ ଅଟକ ରଖାଯାଇଥିଲା। ମଙ୍ଗଳବାର ତାଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା। ଜାମିନ୍‌ ନାକଚ ହେବାରୁ ତାଙ୍କୁ ସନ୍ଧ୍ୟାରେ ଭଦ୍ରକ ଜେଲ୍‌କୁ ନିଆଯାଉଥିଲା। ରାଜେନ୍ଦ୍ରଙ୍କ ହାତରେ ହାତକଡ଼ି ପଡ଼ିଥିବା ବେଳେ ବାଂଶଡ଼ା ଥାନା ପୋଲିସ ତାଙ୍କୁ ଏକ ବାଇକ୍‌ରେ ପଛରେ ବସାଇ ଚାନ୍ଦବାଲିରୁ ଭଦ୍ରକ ଜେଲକୁ ନେଉଥିଲା। ସୁରକ୍ଷା ପାଇଁ ଅନ୍ୟ ଏକ ବାଇକ୍‌ରେ ଆଉ ଜଣେ ପୋଲିସ ତାଙ୍କୁ ପିଛା କରୁଥିଲେ। ଭଦ୍ରକ-ଚାନ୍ଦବାଲି ରାସ୍ତାରେ ନାଲଗୁଣ୍ଡା ବଜାରରେ ଏକ ବଡ଼ ହମ୍ପ୍‌ସଠାରେ ପୋଲିସ ବାଇକ୍‌ର ଗତି ଧୀର କରିବାର ସୁଯୋଗ ନେଇ ରାଜେନ୍ଦ୍ର ଡେଇଁପଡ଼ି ଖସିଯାଇଥିଲେ। ସେଠାରୁ ପ୍ରାୟ ୩ କି.ମି. ଦୂର ତାଙ୍କ ଘରକୁ ଚାଲିଯାଇଥିଲେ। ପୋଲିସ ବିଳମ୍ବିତ ରାତିରେ ତାଙ୍କ ଘରେ ଚଢ଼ାଉ କରି ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଝିଘରିଆଣୀ ଦର୍ଶନ ସାରି ଫେରୁଥିଲେ: ଅଟୋକୁ ପିଟିଲା ଟ୍ରକ, ଚାଲିଗଲା ୫ ଜୀବନ

ରାୟଗଡ଼ା ଅଫିସ,୨୨ା୨: ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ାଠାରୁ ୪ କିମି ଦୂରରେ ଟ୍ରକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା...

ଏହି ସବୁ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ସୋମବାର ମଧ୍ୟ କିଛି ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ...

ଟ୍ରାପ୍‌ କ୍ୟାମେରା ଲେନ୍ସରେ ବନ୍ୟଜନ୍ତୁ

କେନ୍ଦୁଝର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ପାଟଣା ଓ ଘଟଗାଁ ରେଞ୍ଜରେ ଥିବା ଅଟେଇ ଜଙ୍ଗଲ ଏବେ ପାଲଟିଛି ବନ୍ୟପ୍ରାଣୀଙ୍କ ସୁରକ୍ଷାସ୍ଥଳୀ। ଅଟେଇ ଜଙ୍ଗଲରେ ବାଘ ସହିତ...

ପାଦ ବିକୃତି ଚିକିତ୍ସା ପରେ ଘରକୁ ଫେରିଲେ ଶିଶୁ

ଫୁଲବାଣୀ ଅଫିସ,୨୬ା୧୨-ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର ହୋଇଥିବା ପାଦ ବିକୃତି ପିଲା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ଏମାନେ ଅନ୍ୟ ପିଲାଙ୍କ ଭଳି ସୁସ୍ଥ ଜୀବନଯାପନ...

ସରକାରଙ୍କ ତ୍ରୁଟି : ପିଲା ଯିବେ କୁଆଡ଼େ

ଭୁବନେଶ୍ୱର,୩୦ା୯: ରାଜ୍ୟରେ ଭୁଶୁଡି ପଡିଥିବା ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ଲାଗି ଗୋଟିଏ ପଟେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା କହୁଛନ୍ତି। ଅନ୍ୟପଟେ ସରକାରଙ୍କ ତ୍ରୁଟି...

ସୀମାନ୍ତରେ ଆନ୍ଧ୍ର ଅଧିକାରୀ-ପଟ୍ଟାଙ୍ଗୀ ବିଧାୟକ ମୁହାଁମୁହିଁ

ପଟ୍ଟାଙ୍ଗୀ,୧୪।୧୦ (ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତ ଉପରୁ ନଜର ହଟାଉନି ଆନ୍ଧ୍ର। ବାରମ୍ବାର ଓଡ଼ିଶାର ଏହି...

ନିର୍ଦ୍ଧାରଣ ହେବ ୧୦୧୧ ପ୍ରାର୍ଥୀଙ୍କ ଭାଗ୍ୟ

ଛେଣ୍ଡିପଦା,୧୮।୨(ସ୍ବ.ପ୍ର.) ଅନୁଗୋଳ ଜିଲାର ଛେଣ୍ଡିପଦା ଏବଂ କଣିହଁା ବ୍ଲକରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ଆବଶ୍ୟକ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।...

୯ରୁ ୧୮ ଯାଏଁ ଭୁବନେଶ୍ୱରରୁ ବରଗଡ଼ ରୋଡ୍‌ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର,୨।୧୦(ବ୍ୟୁରୋ): ବଲାଙ୍ଗୀର ଏବଂ ଲୋଇସିଂହା ଷ୍ଟେଶନ ମଧ୍ୟରେ ରେଳପଥ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ସୁରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ୨୦୨୦ ଅକ୍ଟୋବର ୯ରୁ...

Advertisement
Archives

Model This Week