Posted inଖେଳ

ବାଂଲାଦେଶର ରୋମାଞ୍ଚକ ବିଜୟ

ସିଲ୍‌ହେଟ୍‌, ୪।୩- ଏଠାରେ ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ବାଂଲାଦେଶ ୪ ରନରେ ରୋମାଞ୍ଚକ ଭାବେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ୍‌ରେ ୩୨୨ ରନ କରିଥିବାବେଳେ ଜିମ୍ବାଓ୍ବେ (୩୧୮/୮) ୪ ରନ ଦୂରରେ ରହିଯାଇଥିଲା। ବିଜୟ ସହ ଘରୋଇ ଦଳ ୩ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍‌ଜା କରିନେଇଛି। ପୂର୍ବରୁ ପ୍ରଥମ ମ୍ୟାଚ୍‌କୁ ବାଂଲାଦେଶ ୧୬୯ ରନରେ ଜିତିଥିଲା। ସିରିଜର ଅନ୍ତିମ ମ୍ୟାଚ୍‌ ଶୁକ୍ରବାର ଖେଳାଯିବ।
ହାଇସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ଭେଟେରାନ ଓପନର୍‌ ତମିମ୍‌ ଇକବାଲଙ୍କ ୧୫୮ ରନ (୨୦ ଚୌକା, ୩ ଛକା) ବଳରେ ୫୦ ଓଭରରେ ୮ ଉଇକେଟ୍‌ ହରାଇ ୩୨୨ ରନ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ମୁସଫିକର ରହିମ ୫୫, ମହମ୍ମଦୁଲା ୪୧ ରନ କରିଥିଲେ। ଜଣେ ବାଂଲାଦେଶ ବ୍ୟାଟ୍ସମ୍ୟାନ ଭାବେ ତମିମ ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ କରିଛନ୍ତି। ତମିମ ନିଜ ନାମରେ ରହିଥିବା ରେକର୍ଡକୁ ନିଜେ ଭଙ୍ଗ କରିଛନ୍ତି। ୨୦୦୯ରେ ସେ ଜିମ୍ବାଓ୍ବେ ବିପକ୍ଷରେ ୧୫୪ ରନ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ରେକର୍ଡ ହୋଇ ରହିଥିଲା। ସେହିଭଳି ଏହି ଇନିଂସ ଅବସରରେ ପ୍ରଥମ ବାଂଲାଦେଶ ବ୍ୟାଟ୍ସମ୍ୟାନ ଭାବେ ୭ ହଜାର ଦିନିକିଆ ରନ୍‌ ପୂରଣ କରିଛନ୍ତି। ଜିମ୍ବାଓ୍ବେ ପକ୍ଷରୁ କାର୍ଲ ମୁମ୍ବା ଓ ଡୋନାଲ୍ଡୋ ତିରିପାନୋ ୨ଟି ଲେଖାଏ ଉଇକେଟ୍‌ ନେଇଛନ୍ତି। ଜବାବରେ ଜିମ୍ବାଓ୍ବେ ମଧ୍ୟ ଓ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍‌ରେ ୩୧୮ ରନ କରିଥିଲା। ଅନ୍ତିମ ଓଭରରେ ୨୦ ରନ ଆବଶ୍ୟକ ହେଉଥିବାବେଳେ ଜିମ୍ବାଓ୍ବେ ୧୫ ରନ କରିପାରିଥିଲା। ଦଳ ପକ୍ଷରୁ ତିନାସି କାମୁନ୍‌ହୁକାମଓ୍ବି ୫୧, ଓ୍ବେସଲୀ ମାଧଭେରେ ୫୨, ସିକନ୍ଦର ରାଜା ୬୬, ତିରିପାନୋ ୫୫* ଓ ତିନୋତେନ୍ଦା ମୁତୁମ୍ବୋଜି ୩୪ ରନ କରିଥିଲେ। ବିଜୟୀ ଦଳର ତାଇଜୁଲ ଇସଲାମ ୩ଟି ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri