ବସ୍‌ ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

ବେତନଟୀ,୧୨ା୮(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ୧୮ ନଂ. ଜାତୀୟ ରାଜପଥର ରାଗଧା ଛକ ନିକଟରେ ରବିବାର ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସୁରେଇଡ଼ିହ ଗ୍ରାମର ବନମାଳି ମହାନ୍ତ (୫୫)। ଭୁବନେଶ୍ୱରରୁ ବାରିପଦା ଫେରୁଥିବା ଯାତ୍ରୀବାହୀ ବସ୍‌ଟି ବନମାଳିଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରାସ୍ତା ଅବରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବରପାଇ ଘଟଣାସ୍ଥଳକୁ ବେତନଟୀ ଥାନା ଓ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ପୋଲିସ ଘଯଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଯାନବାହାନ ଚଳାଚଳ ହୋଇଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିନେଇ ଥାନାରେ ଏକ ମାମଲା(ନଂ.୧୨୭/୧୯) ରୁଜୁ କରି ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତରଙ୍ଗ ଯୁବ ସଂଘ ପକ୍ଷରୁ ମାସ୍କ ବଣ୍ଟନ

ଦାରିଙ୍ଗବାଡ଼ି,୨୧।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଅନ୍ତରଙ୍ଗ ଯୁବ ସଂଘ ପକ୍ଷରୁ ବିଶୋଧିତ କରାଯିବା ସହ ମାସ୍କ ବଣ୍ଟନ କରାଯାଇଛି। ଏଥିସହ ବିଭିନ୍ନ...

ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି: ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଧାରଣା

ପାରାଦୀପ,୧୧ା୧(ସ୍ବ.ପ୍ର.): ପାରାଦୀପ ବନ୍ଦରର ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଶୁକ୍ରବାର ପାରାଦୀପ ପୋର୍ଟ ଆଣ୍ଡ ଡକ୍‌ ମଜଦୁର ୟୁନିୟନ ପକ୍ଷରୁ ଧାରଣା ଦିଆଯାଇଛି। ଉକ୍ତ ପ୍ରକଳ୍ପରେ...

ଆବାସ ହଡ଼ପ: ମୁଣ୍ଡ ଗୁଞ୍ଜିବା ଲାଗି ଛାତ ନାହିଁ

ଆଳି,୧୩ା୫ (ଡି.ଏନ.ଏ.): ରାଜ୍ୟ ସରକାର ଆବାସ ଯୋଜନା ମାଧ୍ୟମରେ ଗରିବ ଅସହାୟ ପରିବାରକୁ ପକ୍କାଘର ଯୋଗାଇ ଦେଉଛନ୍ତି। ଚାଳ ଘର ରହିବ ନାହିଁ, ସମସ୍ତଙ୍କୁ ମିଳିବ...

ବ୍ୟାପକ ହେଉଛି ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ,୨୧।୮: ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ ଦିନକୁଦିନ ବ୍ୟାପକ ହେବାରେ ଲାଗିଛି। ଜିଲା ଓ ଜିଲା ବାହାରେ ଏହାର ସମର୍ଥକଙ୍କ ସଂଖ୍ୟା ବଢି...

ଅର୍ଡର ବାତିଲ ହେଲେ ଖୁସି ବାଣ୍ଟୁଛନ୍ତି ଡେଲିଭରି ବୟ ସଞ୍ଜୀବ

କଟକ ଅଫିସ,୨୯ା୫:କଟକର ଜଣେ ସ୍ବିଗି ଡେଲିଭରି ବୟଙ୍କ ପ୍ରଶଂସନୀୟ କାର୍ଯ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେଉଛି। ଜଣେ ଅସହାୟ ବୃଦ୍ଧଙ୍କୁ ସେ ଏକ...

ଫେରାର ଭାଟି ମ୍ୟାନେଜରଙ୍କୁ ଖୋଜୁଛି ପୋଲିସ

ଅନୁଗୋଳ ଅଫିସ, ୨୯।୪ – ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆରେ ଥିବା ଦେଶୀ ମଦ ଭାଟି ଉପରେ ଚଢ଼ାଉ ବେଳେ ଫେରାର ହୋଇଯାଇଥିବା ମ୍ୟାନେଜରଙ୍କୁ ଗିରଫ...

ଜଜାଙ୍ଗ ଖଣିରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ: ଡକାୟତି ଉଦ୍ୟମ, ୪ ଗିରଫ

ଯୋଡ଼ା, ୧୯।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଖଣିର ରେଳ ସାଇଡିଂରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଡକାୟତି ଉଦ୍ୟମ ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ...

ଅଦିନିଆ ବର୍ଷା: ଚାଷୀ ଆତଙ୍କିତ

ସରଣ୍ଡା,୨୫।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ସରଣ୍ଡାରେ ମଙ୍ଗଳବାର ସକାଳୁ ବର୍ଷା ଲାଗି ରହିଛି। ସୋମବାର ମଧ୍ୟ ଦିନତମାମ ବର୍ଷା ଲାଗି ରହିଥିବା ଯୋଗୁ ସାଧାରଣ...

Advertisement
Archives

Model This Week