ବସ୍‌ ଧକ୍କାରେ ଅଟୋ ଚୂର୍‌ମାର: ୨ମୃତ

ବଲାଙ୍ଗୀର ଅଫିସ,୭।୧୦ :ବଲାଙ୍ଗୀର ସଦର ବ୍ଲକ ଦାଉପାଲି ଛକରେ ରବିବାର ଅପରାହ୍ନରେ ବସ୍‌ ଧକ୍କାରେ ଏକ ଅଟୋ ଚୁରମାର ହୋଇଯାଇଛି। ଅଟୋରେ ଥିବା ଡଙ୍ଗାଘାଟର ରଞ୍ଜିତ ସାହୁ (୩୬) ଓ ତୁଷୁରାବାହାଲର ତୁଳାରାମ ସାହୁ(୨୬)ଙ୍କ ମୃତ୍ୟୁ ଘଟିଛି। ଉଭୟେ ଏକ ଅଟୋ ରିକ୍ସାରେ ପାଟଣାଗଡ଼ ଯାଉଥିବାବେଳେ ସାମନା ପଟୁ ଆସୁଥିବା ଗଣପତି ବସ୍‌ (ନଂ.ଓଡି ୦୩ବି ୭୨୭୫) ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତୁଳାରାମଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନା ଦେବା ବାଟରେ ରଞ୍ଜିତଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ଡ୍ରାଇଭର ବସ୍‌କୁ ନେଇ ବଲାଙ୍ଗୀର ସଦର ଥାନାରେ ଆମତ୍ସମର୍ପଣ କରିଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବଲାଙ୍ଗୀର ତହସିଲଦାର ଲଲାତ କୁମାର ଲୁହା ରାସ୍ତାରେକୋ ହଟାଇବା ପାଇଁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ରେଡକ୍ରସରୁ ମୃତକଙ୍କ ପରିବାରଙ୍କୁ ନଗଦ ୨୦ ହଜାର ଟଙ୍କା ପ୍ରଦାନର ପ୍ରତିଶ୍ରୁତି ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀତି ପ୍ରଶାସକଙ୍କୁ ଭକ୍ତ ନିବାସ କର୍ମଚାରୀ ସଂଘର ଦାବିପତ୍ର: ଶ୍ରମ ଆଇନକୁ ଉଲ୍ଲଂଘନ କରୁଛି ଠିକା ସଂସ୍ଥା

ପୁରୀ ଅଫିସ, ୧୨।୧୦: ବିଭିନ୍ନ ଦାବି ନେଇ ଶୁକ୍ରବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଶ୍ରୀମନ୍ଦିର ଭକ୍ତ ନିବାସ କର୍ମଚାରୀ ସଂଘ। ପରେ...

ମଣ୍ଟଫୋର୍ଟ ସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଯାପିତ: ଅପସଂସ୍କୃତିଠାରୁ ଦୂରେଇ ରୁହ

ଢେଙ୍କାନାଳ ଅଫିସ, ୮।୧୨ – ଇଂଲିଶ ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୬୯ରେ ପ୍ରତିଷ୍ଠା ହୋଇଥିଲା ମଣ୍ଟଫୋର୍ଟ ସ୍କୁଲ। ଏହାକୁ ପ୍ରତିଷ୍ଠା କରିବାରେ ତତ୍କାଳୀନ ସମୟରେ...

ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବା ପଡ଼ିଥିଲା ମହଙ୍ଗା

ବାଙ୍ଗିରିପୋଷିି,୨୨ା୩: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଶାଳବଣି ଗ୍ରାମର ଏକାଦଶୀ ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ଜଣେ ବିବାହିତ ମହିଳାଙ୍କ ସହ ସମ୍ପର୍କ...

ଦଳୀୟ ପାର୍ଥିନୀଙ୍କ ସହ ପ୍ରଚାରରେ ବାହାରିଲେ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୪।୫: ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୩ ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ...

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍‌: ଅଭିଯୋଗ ପରେ ନୂତନ ପ୍ରଶ୍ନପତ୍ର ସେଟ୍‌ରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ସମ୍ବଲପୁର, ୧୩।୨ (ବ୍ୟୁରୋ)- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପ୍ରଶ୍ନପତ୍ର ଲିକ୍‌ ହୋଇଛି। କେମେଷ୍ଟ୍ରି (ରସାୟନ ବିଜ୍ଞାନ) ଓ ଜୁଲୋଜି (ପ୍ରାଣୀ ବିଜ୍ଞାନ) ବିଷୟର ପ୍ରଶ୍ନପତ୍ର...

ମିଳୁନି ପ୍ରଧାନମନ୍ତ୍ରୀ ଫସଲ ବୀମାରାଶି

ନବରଙ୍ଗପୁର,୫ା୧୦(ବି.ପ୍ର.): ନବରଙ୍ଗପୁର ଜିଲାର ୧୦ଟି ବ୍ଲକର ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୨୦୧୮ ଖରିଫ ଚାଷ ପାଇଁ ପ୍ରିମିୟମ୍‌ ଜମା କରିଥିଲେ। କିନ୍ତୁ ଏଯାଏ...

ସ୍ତ୍ରୀଙ୍କୁ ହେମଦସ୍ତାରେ ଛେଚି ହତ୍ୟା କରିବା ପରେ ବିଷ ପିଇଲେ ସ୍ବାମୀ

କଣ୍ଟାପଡ଼ା,୧୨ା୧୨(ଡି.ଏନ୍‌.ଏ.): ପାରିବାରିକ କଳହକୁ କେନ୍ଦ୍ରକରି ରବିବାର ହେମଦସ୍ତାରେ ଛେଚି ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବିଷପିଇ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା କଟକ ଜିଲା...

ଭାଙ୍ଗିଦେଲେ ଝାମୁଦଣ୍ଡ, ବନ୍ଦ ହେଲା ପରମ୍ପରା

ଖୋର୍ଦ୍ଧା ଅଫିସ,୧୪ା୪: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ କେରଙ୍ଗ ପଞ୍ଚାୟତର ଦିବ୍ୟସିଂହପ୍ରସାଦ ଗ୍ରାମରେ ବୁଧବାର ଝାମୁଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗାଁ ଦାଣ୍ଡରେ ଝାମୁଯାତ୍ରା ଚାଲିଥିବାବେଳେ...

Advertisement
Archives

Model This Week