Posted inଖେଳ

ବସ୍‌ କଣ୍ଡକ୍ଟରଙ୍କ ପୁଅ ୧୯ ବର୍ଷରୁ କମ୍‌ ଏସିଆ କପ୍‌ ହିରୋ – ଅଙ୍କୋଲେକର

ନୂଆଦିଲ୍ଲୀ,୧୫।୯(ପିଟି): ୧୯ ବର୍ଷରୁ କମ୍‌ ଏସିଆ କପ୍‌ ଫାଇନାଲ ଦେଖିବା ଲାଗି ମୁମ୍ବାଇରେ ବସ୍‌ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିବା ବୈଦେହୀ ଅଙ୍କୋଲେକର ଶନିବାର ଛୁଟି ନେଇଥିଲେ। କିନ୍ତୁ ତାଙ୍କ ଘରେ ଥିବା କେବୁଲରେ ଖେଳ ଚ୍ୟାନେଲ ନ ଥିଲା, ଯାହା ତାଙ୍କୁ ପୁଅ ଅଥର୍ବଙ୍କ ପ୍ରଦର୍ଶନ ଦେଖିବାକୁ ରୋକିପାରି ନ ଥିଲା। ନିକଟରେ ରହୁଥିବା ଦିଅର ଘରେ ଖେଳ ଦେଖି ପୁଅର ଭଲ ପ୍ରଦର୍ଶନ ପାଇଁ ପ୍ରାର୍ଥନା କରିଥିଲେ। ଅବଶ୍ୟ ତାଙ୍କ ପ୍ରାର୍ଥନା ବେକାର ଯାଇ ନ ଥିଲା। ଅଥର୍ବ ବିନୋଦ ଅଙ୍କୋଲେକରଙ୍କ ୫ ଉଇକେଟ ସହାୟତାରେ ବାଂଲାଦେଶକୁ ହରାଇ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ଏସିଆ କପ୍‌ ଜିତିଥିଲା। ୧୦୭ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ବାଂଲାଦେଶ ୧୦୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ୧୮ ବର୍ଷୀୟ ବାମହାତୀ ସ୍ପିନର ଅଙ୍କୋଲେକର ୮ ଓଭର ବୋଲିଂ କରି ୨୮ ରନ୍‌ ବ୍ୟୟରେ ୫ ଉଇକେଟ ନେଇ ଚାମ୍ପିୟନ ଭାରତୀୟ ଦଳ ପାଇଁ ହିରୋ ସାଜିଥିଲେ। ଫଳରେ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଥିଲା ଏବଂ ସେ ଟୁର୍ନାମେଣ୍ଟରେ ସର୍ବାଧିକ ୧୨ଟି ଉଇକେଟ ନେଇଥିଲେ। ମୁମ୍ବାଇ ଫେରିବା ପରେ ଭାବବିହ୍ବଳ ମା’ ବୈଦେହୀ କହିଥିଲେ ଯେ, ତାଙ୍କ ବାପା ଏହା ଦେଖିବାକୁ ଥାନ୍ତେ କି। ଏହାଦ୍ୱାରା ସେ ତାଙ୍କ ବାପା ଓ ସଭିଙ୍କୁ ଗର୍ବିତ କରିଛନ୍ତି। ପୁଅକୁ କ୍ରିକେଟର କରାଇବାର ସ୍ବପ୍ନ ଦେଖିଥିବା ବାପା ୨୦୧୦ରେ ମ୍ୟାଲେରିଆରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ। ସେତେବେଳେ ଅଥର୍ବଙ୍କୁ ୧୦ ବର୍ଷ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ବସ୍‌ କଣ୍ଡକ୍ଟର ଚାକିରି ତାଙ୍କ ମା ବୈଦେହୀଙ୍କୁ ମିଳିଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ମଧ୍ୟ ପୁଅ ଅଥର୍ବଙ୍କୁ କ୍ରିକେଟର ହେବାକୁ ପ୍ରୋତ୍ସାହିତ କରିଥିଲେ ମା’। ମଧ୍ୟବିତ୍ତ ପରିବାରରୁ ଆସିଥିବା ଅଙ୍କୋଲେକର ଏବେ ମୁମ୍ବାଇର ସିଟି କଲେଜରେ ବାଣିଜ୍ୟ ବିଭାଗରେ ସ୍ନାତକ ପଢ଼ୁଛନ୍ତି। ଆସନ୍ତା ୨୬ ତାରିଖରେ ୧୯ ବର୍ଷରେ ପାଦ ଦେବାକୁ ଥିବା ଅଥର୍ବ ମୁମ୍ବାଇର ବାନ୍ଦ୍ରାସ୍ଥିତ ଏମ୍‌ଆଇଜି କ୍ରିକେଟ କ୍ଲବ ଓ ଷ୍ଟାର କ୍ରିକେଟ କ୍ଲବ ପାଇଁ ଖେଳନ୍ତି। ତାଙ୍କୁ ଏକଦା କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ଏକ ଯୋଡ଼ି ଗ୍ଲୋଭ୍ସ ଦେଇଥିଲେ। ଏହା ମୋ କ୍ୟାରିୟରର ସ୍ମରଣୀୟ ମୁହୂର୍ତ୍ତ ବୋଲି ସେ କୁହନ୍ତି। ତାଙ୍କର ଆଉ ଜଣେ ଭାଇ ରହିଛନ୍ତି ପାର୍ଥ (୧୩)। ସେ ମଧ୍ୟ ଜଣେ ବାମହାତୀ ସ୍ପିନର। ୧୪ ବର୍ଷରୁ କମ୍‌ ମୁମ୍ବାଇ ସେଟ୍‌ ଅପ୍‌ ଖେଳୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଅଥର୍ବ ତାଙ୍କ ଛୋଟଭାଇଙ୍କ ପାଇଁ ଏକ ଗିଫ୍ଟ ରଖିଛନ୍ତି। ଭାଇ ଲାଗି ହଳେ ଜୋତା ମଧ୍ୟ କିଣିଛି। ମୁଁ ତାକୁ ସବୁକିଛି ଦେବାକୁ ଚାହେଁ, ଯାହା ମୁଁ ଏବେସୁଦ୍ଧା ପାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲିଟିଲ ମାଷ୍ଟରଙ୍କ ୭୪ ତମ ଜନ୍ମଦିନ…

ନୂଆଦିଲ୍ଲୀ,୧୦।୭ : ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ନାମ ଅନ୍ୟତମ। ବିଶେଷ କଥା ୧୦ ଜୁଲାଇରେ ସୁନୀଲ ତାଙ୍କ ୭୪...

ଲକ୍ଷ୍ୟରୁ ଟପିଗଲେ ବିରୁଷ୍କା: ଯାହା କହିଥିଲେ କରି ଦେଖାଇଲେ

ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ୧୧ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି। କରୋନା ବିପକ୍ଷରେ ଲଢିବା ପାଇଁ InThisTogether ନାମକ...

ସ୍ମିଥ୍‌ଙ୍କ ଅର୍ଦ୍ଧଶତକ ସମ୍ମାନ ରଖିଲା

ଲଣ୍ଡନ, ୨୯।୭: ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ୫ମ ତଥା ଅନ୍ତିମ ଆଶେସ କ୍ରିକେଟ ଟେଷ୍ଟରେ ଷ୍ଟିଭେନ୍‌ ସ୍ମିଥଙ୍କ ଅର୍ଦ୍ଧଶତକ ଅଷ୍ଟ୍ରେଲିଆର ସମ୍ମାନ ରଖିଛି। ପ୍ରଥମ ଇନିଂସରେ...

ରାଜ୍ୟସ୍ତରୀୟ ଖୋ ଖୋ ଉଦ୍‌ଘାଟିତ

ପୁରୀ ଅଫିସ, ୧୪ା୧୧: ପୁରୀ ଜିଲା ହାଇସ୍କୁଲ ପରିସରରେ ରବିବାରଠାରୁ ୫୫ତମ ରାଜ୍ୟସ୍ତରୀୟ ସିନିୟର ବର୍ଗ ଖୋ ଖୋ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ଏହା ୩ଦିନ...

ସ୍ବର୍ଣ୍ଣ ବିଜୟିନୀ ଶ୍ୱେତାରାଣୀଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୧୧ା୫(ସ୍ପୋଟର୍‌ସ ବ୍ୟୁରୋ): ରୁଷିଆରେ ଅନୁଷ୍ଠିତ ମସ୍କୋ ଉଷୁ ଷ୍ଟାର ଓ୍ବାଲର୍‌ଡ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି ଓଡ଼ିଆ ଝିଅ ଶ୍ୱେତାରାଣୀ ମହାନ୍ତ। ୩ରୁ ୮...

ସ୍ବସ୍ତି ସିଂଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୨୯ା୩(କ୍ରୀଡ଼ା ପ୍ରତିନିଧି): ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସାଇକ୍ଲିଂ ଟ୍ରାକ୍‌ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍‌ ମଙ୍ଗଳବାର ଆରମ୍ଭ ହୋଇଛି।...

ଡିସି ପାଇଁ ୧୯୮ରନର ବିଜୟ ଲକ୍ଷ୍ୟ ରଖିଲା ଏସଆରଏଚ…

ନୂଆଦିଲ୍ଲୀ,୨୯।୪ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୪୦ତମ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଦଳ ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)...

ସାବାସ୍‌ ସିନ୍ଧୁ

ଭାରତର ତାରକା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏବେ ଟପ୍‌ ଫର୍ମରେ। ନିଜ ଜାଜ୍ୱଲ୍ୟମାନ କ୍ୟାରିୟରରେ ସେ ଯୋଡ଼ିଛନ୍ତି ଆଉ ଏକ ସ୍ବର୍ଣ୍ଣିମ ସଫଳତା।...

Advertisement
Archives

Model This Week