ବସ୍‌ଷ୍ଟାଣ୍ଡରେ ବନ୍ଦ ହେଲା ଫଳ ଦୋକାନ

ଅନୁଗୋଳ ଅଫିସ, ୧୪।୫ – ଅନୁଗୋଳ ସହରର ବସ୍‌ଷ୍ଟାଣ୍ଡଠାରେ ଥିବା ଫଳ ଦୋକାନୀଙ୍କୁ ଅନୁଗୋଳ ଷ୍ଟାଡିୟମକୁ ସ୍ଥାନାନ୍ତର କରିବାକୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲେ ହେଁ ସେମାନେ ଏହାକୁ ମାନି ନ ଥିବା ଜଣାପଡିଛି। ଏହାକୁ ନେଇ ପ୍ରଶାସନ ସହ ଆଲୋଚନା ବିଫଳ ପରେ ବ୍ୟବସାୟୀଙ୍କୁ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଫଳ ବ୍ୟବସାୟୀଙ୍କୁ ଷ୍ଟାଡିୟମରେ ବ୍ୟବସାୟ କରିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ନମାନି ପୂର୍ବ ସ୍ଥାନରେ ବ୍ୟବସାୟ କରୁଥିବାରୁ ପୌରପାଳିକା ଓ ପୋଲିସ ପକ୍ଷରୁ ମଙ୍ଗଳବାର ଦୋକାନ ବନ୍ଦ କରିବା ପାଇଁ କୁହାଯାଇଥିଲା। ବ୍ୟବସାୟୀମାନେ ଆଲୋଚନା ପାଇଁ ଆସିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। କେବଳ ଷ୍ଟାଡିୟମରେ ଦୋକାନ ଖୋଲାଯାଇପାରିବ, ନଚେତ ସାମାଜିକ ଦୂରତା ରଖି ଦୋକାନ ଖୋଲିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ବ୍ୟବସାୟୀମାନେ ରାଜି ନ ହେବାରୁ ଫଳ ଦୋକାନ ନ ଖୋଲିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିବା ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଅଚାନକ ଜିଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ: ବିଭିନ୍ନ କାର୍ଯ୍ୟ କଲେ ଅନୁଧ୍ୟାନ

ମାଲକାନଗିରି,୨୪।୧(ଡି.ଏନ୍‌.ଏ.): ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି ଶୁକ୍ରବାର ଅଚାନକ ଜିଲା ସଦର ମହକୁମା ଚିକିତ୍ସାଳୟ ଗସ୍ତ କରି ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ତାଙ୍କ ଗସ୍ତବେଳେ...

ଶିକ୍ଷକଙ୍କ ଗୋ ସେବା ନିଶା

କେନ୍ଦୁଝର, ୮ା୪ ଶିକ୍ଷକତା କରିବା ସହ ସ୍ବଦେଶୀ ବିଚାର ଧାରା ରଖି ଚାଷ ଓ ଗୋସେବା କରି ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ପାଟଣା...

କରୋନା ସଂକ୍ରମଣ ବଳୟରେ କଟକର ହସ୍ପିଟାଲ, ବସ୍ତି: ଆଚାର୍ଯ୍ୟ ହରିହରରୁ ମାଳିସାହିକୁ ଡେଇଁଲା

କଟକ ଅଫିସ୍‌,୫।୭: କଟକ ଜିଲାରେ ପ୍ରଥମେ ବିଭିନ୍ନ ହସ୍ପିଟାଲ ଓ ଏବେ ବସ୍ତିରେ କରୋନା ଭୂତାଣୁର ସଂକ୍ରମଣ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ଏସ୍‌ସିବି ଆଇସୋଲେଶନ...

ପୁରୀ ମାଉସୀ ମା’ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ପୁରୀ ଅଫିସ,୧।୪: ପୁରୀ ମାଉସୀ ମା’ ମନ୍ଦିରରୁ ଲୁଟ୍‌ ଅଭିଯୋଗ ହୋଇଛି। ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟ୍‌ରେ ପଡ଼ିଥିବା ତାଲା ଭାଙ୍ଗି ଭିତରେ ପଶିବା...

ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌: ପୋଲିସ-ଅପରାଧୀ ମୁହାଁମୁହିଁ; ବିସ୍ଫୋରଣରେ ଡକାୟତ ମୃତ

ଭଞ୍ଜନଗର/ଆସିକା,୧୬।୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଜଙ୍ଗଲ ରାସ୍ତାରେ ସୋମବାର ସକାଳେ ଜଣେ ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ୧ଲକ୍ଷ ୧୦ ହଜାର ଟଙ୍କା...

ନାଲ୍‌କୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଟପ୍ପର ହେଲେ ଶୁଭମ୍‌ ଦାସ

ବଅଁରପାଳ,୨୧।୫(ଡି.ଏନ୍‌.ଏ.): ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଅନୁଗୋଳ ଜିଲା ନାଲ୍‌କୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛତ୍ରୀଛାତ୍ର ସଫଳତା ହାସଲ...

ପେସା ହେଲା କାଳ: ଗଛରୁ ପଡ଼ି ନଡ଼ିଆ ତୋଳାଳିଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୩।୧୧: ଖୋର୍ଦ୍ଧା ଜିଲା ବାଣପୁର ମଙ୍ଗରାଜପୁର ଗାଁର ଜଣେ ନଡ଼ିଆ ତୋଳାଳିଙ୍କର ରବିବାର ମୃତ୍ୟୁ ଘଟିଛି। ସେ ହେଲେ ମାନିଆ ପରିଡା(୫୨)। ମାନିଆ ନଡ଼ିଆ...

ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ପାଟଣା,୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବନବୀର ଗ୍ରାମର ଜଣେ ୨୨ବର୍ଷୀୟ ଯୁବକ ଗୁରୁବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ...

Advertisement
Archives

Model This Week