ବସ୍ତାରୁ ମଣିଷ ଖପୁରି, ହାଡ଼ ମିଳିବା ଘଟଣା: ତଦନ୍ତ କଲା ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌

ବାହାନଗା/ରେମୁଣା, ୧୯।୭(ଡି.ଏନ.ଏ.)-ରେମୁଣା ବ୍ଲକ ଗାଞ୍ଜିଆ ମଙ୍ଗଳା ଛକ ନିକଟରେ ଗତ ଗୁରୁବାର ଅପରାହ୍ନରେ ଏକ ପରିତ୍ୟକ୍ତ ଅମରିବୁଦା ସ୍ଥାନରୁ ଏକ ଛିଣ୍ଡା ବସ୍ତାରୁ ମଣିଷର ଖପୁରୀ ଓ ହାଡ଼ ମିଳିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁକ୍ରବାର ଖନ୍ତାପଡ଼ା ଥାନା ପୋଲିସ୍‌ ଓ ଜିଲା ସାଇଣ୍ଟିଫିକ୍‌ ଟିମ୍‌ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଜିଲାର ୭ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ ଓ ଖନ୍ତାପଡ଼ା ଥାନା ପୋଲିସ୍‌ କୁଳିଗାଁ ପଞ୍ଚାୟତର ଗାଞ୍ଜିଆ ମଙ୍ଗଳା ଛକ ନିକଟସ୍ଥ ପରିତ୍ୟକ୍ତ ଅମରିବୁଦା ଭିତରେ ପଡ଼ିଥିବା ମଣିଷର ଖପୁରି ଓ ହାଡ଼କୁ ଉଦ୍ଧାର କରିବା ସହିତ ସେଗୁଡିକୁ ମେଡ଼ିକାଲକୁ ପଠାଯାଇଛି। ଅଧିକ ତଦନ୍ତ ନିମନ୍ତେ ଏସ୍‌ଏଫଏସଏଲ୍‌(ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇଣ୍ଟିଫିକ୍‌ ଲାବୋରୋଟୋରି)କୁ ପଠାଯିବ ବୋଲି ଖନ୍ତାପଡ଼ା ଥାନା ସୂତ୍ରରୁ ଜଣାପଡ଼ିଛି। ପରୀକ୍ଷା ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଖନ୍ତାପଡ଼ା ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri