ବସୁନ୍ଧରା, ଆବାସ ଯୋଜନାରୁ ବଁଚିତ୍‌ ମୋହନ

ଅତାବିରା, ୪।୩ (ଡି.ଏନ୍‌.ଏ.)-କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖିକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ସରକାରୀ ଯୋଜନା ଭଁଡ଼ାରରେ ଛୁଆ ଜନମ୍‌ ହେଲାନୁ ମଲା ଲୁକ୍‌କର ଶୁଧି କାଯ୍‌ ତକ ସାହାଯ୍‌ ଦେବାର ବେବସ୍‌ତା ରହିଛେ। ହେଲେ ଆଏଜ୍‌ ବି ଆମର ରାଏଜେ ନିହାତି ଗରିବ୍‌ ଲୋକ୍‌ ପେଟ୍‌ ପାଟନାର ଲାଗି ନାନା ଦୁଖ୍‌ ଭୁଗୁଛନ୍‌। କିଏ ପେଟ୍‌ପାଟନା ଲାଗି ଦାଦନ ଯାଉଛେ ତ ଆର କିଏ ଜନମ୍‌ ମାଏଟ୍‌କେ ପର କରି ଉନିଆନେ ଯାଇ ରହୁଛେ। ସେନ୍‌ତା ଆରକେତେ ଗରିବ୍‌ ଦୁଖି ଜାଗାବାଡ଼ି ଅଭାବୁ କିଏ ବଁଧ୍‌ ଖଁଡ଼ିଥି ତ ଆର କିଏ କେନ୍‌ ନାଲ୍‌ ତରେ ସରକାରୀ ଜାଗାଥି କୁରିଆଟେ କରି ମୁଡ଼ ଗୁଁଜୁଛନ୍‌। ଏନ୍‌ତା ଝନେ ଦୁଖି ଲୋକ୍‌ ସଂଗେ ଭେଟ୍‌ ହେଇଥିଲା ବୁର୍ଲା ବଡ଼ ଡାକ୍‌ତରଖାନା ଯକ୍ଷ୍ମା ଓ୍ବାର୍ଡ ସାମନାଥି।
ସୂଚନା ଅନ୍‌ସାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂସାରିପାଲି ଗଁାର ମୂଲ ବାସିନ୍‌ଦା ମୋହନ ମେହେର(୩୫)। ପରିବାର କହେଲେ ମାଏକିନା ପଦ୍ମାବତୀ, ୪ ଝି’ ଶ୍ରୁତୀ, ପ୍ରତି, ଇତି ଆର ଶ୍ରଦ୍ଧାକୁଁ ନେଇ ତାକର ସଁସାର। ମୋହନ ଝନେ ନିହାତି ଗରିବ୍‌ ଲୋକ୍‌। ଆଏଜ୍‌କେ ୫୦ ବଛର ତଲେ ପେଟ୍‌ପାଟନାର ଲାଗି ମୋହନକଁର ବାପା ଜନମ୍‌ ମାଏଟ୍‌ ଛାଡ଼ି କୁଟୁମବସିଆ ବୁର୍ଲାକେ ପଲେଇ ଆସିଥିଲେ। ସେ କୁଲିମଜୁରି କରି ନିଜର କୁଟୁମ ପୁଷୁଥିଲେ। ମହୋନ ବଡ଼ ହେଲା ଉତାରୁ ବିହାଚୁରା ହେଇ ଘର ସଁସାର କରିଛନ୍‌। ସେ ବୁର୍ଲା ଏନ୍‌ଏସିର ଗୌରପାଲି ମନ୍ଦିର ପଡ଼ାରେ ଗୁଟେ ସରକାରୀ ଜାଗାରେ କୁରିଆଟେ କରି କୁଟୁମବସିଆ ମୁଡ଼ ଗୁଁଜିଛନ୍‌। ପରିବାରଟା ସରକାରୀ ଯୋଜନାରେ ମାସିକ ୨୦ କେ.ଜି. ଚାଉଲ ଆର ୨ ଲିଟର କିରାସିନ ପାଉଛନ୍‌। ହେଲେ ରୟତି ଜାଗାବାଡ଼ି ଅଭାବୁ ସରକାରୀ ଯୋଜନାରେ ଘରଖଁଡ଼େ ପାଇ ନାଇଁପାରବାର ବଲି ସେ କହିଥିଲେ। ମୋହନ ଫିଦିନ ସଖାଲୁ ଭିମସାରର ଯକ୍ଷ୍ମା ଓ୍ବାର୍ଡ ଆଘେ ଗୁଟେ ଠେଲା ଲଗଉଛନ୍‌। ସେ ଠେଲାରେ ମୁଢ଼ି ମିକ୍ସଚର, ପାଉଁରୁଟି, ବିସ୍କୁଟ, ଇଡ୍‌ଲି, ଚା’ ବିକୁଛନ୍‌। ମୋହନ୍‌ ଓ୍ବାର୍ଡ ଆଘେ ପୁହୁଁଚି ପଡ଼ଲେ ରୁଗୀମାନକର ଲାଗେଲେସରମାନେ ଗଦ୍‌ଗଦ୍‌ ମନେ ତାକରନୁ ଜିନିଷ ନେବାର ଲାଗି ଲମ୍‌ବା ଧାଡ଼ିରେ ଠିଆ ହେଉଛନ୍‌। ଇ ଯକ୍ଷ୍ମା ଓ୍ବାର୍ଡ ଆସେପାସେ କେହେନ୍‌ସି ଦୁକାନ ବଜାର ନଁାଇଁନ। ଯେନ୍‌ଦିନ ମୋହନ୍‌ କେହେନ୍‌ସି କାରନ୍‌ରୁ ନାଇଁ ଆସି ପାରବାର ରୁଗୀମାନକର ଲାଗେଲେସରମାନେ ବହୁତ୍‌ ହଇରାନ ହରକତ ହେଉଛନ୍‌। ମୋହନ ଫିଦିନ ଯାହା ରୁଜଗାର କରୁଛନ୍‌ ସେଥ୍‌ରେ ତାକର ପରିବାର ଚଲବାର ସଂଗେ ଝି’ମାନକର ପାଠ୍‌ପଢ଼ା ଖରଚ୍‌ ତୁଲଉଥିବାର କହିଛନ୍‌। ହେଲେ ଅଭାବ ଅନାଟନ ସବୁବେଲେ ଲାଗି ରହୁଛେ, ହେଥିର ଲାଗି ଜାଗାବାଡ଼ି କି ଘରଦୁଆର ତିଆରି ନାଇଁପାରବାର। ସରକାରୀ ଯୋଜନାରେ ଡିହ ଖଁଡ଼େ ଆର ଘରଟେ ପାଏଲେ ମୋର ଦୁଖ୍‌ ଯାଏତା ବଲି ମୋହନ୍‌ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri