ବଳାତ୍କାର ଅଭିଯୋଗ, ଯୁବକ ଗିରଫ

ଗୋପାଳପୁର,୩ା୧୦- ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଗୋଳନ୍ଥରା ପୋଲିସ ବୁଧବାର ରାତିରେ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ପଞ୍ଚମା ଗ୍ରାମର ଲକ୍ଷ୍ମୀନାରାୟଣ ପ୍ରଧାନ।
ପ୍ରକାଶ ଯେ, ଏହି ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ଘରକୁ ପ୍ରାୟ ୮ମାସ ହେଲେ ଲକ୍ଷ୍ମୀନାରାୟଣଙ୍କ ଯିବାଆସିବା କରୁଥିଲେ। ଏହା ଭିତରେ ସମ୍ପୃକ୍ତ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ସେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ଏପରିକି ଗତ ଅଗଷ୍ଟ ୨୬ରେ ଉଭୟେ ଭୁବନେଶ୍ୱର ବୁଲିବାକୁ ଯାଇ ଏକ ଲଜ୍‌ରେ ରହିଥିଲେ। ପରଦିନ ଗ୍ରାମକୁ ଫେରୁଥିବାବେଳେ ଭୁବନେଶ୍ୱର ରେଳ ଷ୍ଟେସନରେ ଯୁବତୀଙ୍କୁ ଲକ୍ଷ୍ମୀନାରାୟଣ ଟଙ୍କା ମାଗିଥିଲେ। ସେ ନ ଦେବାରୁ ମାଡ ମାରିଥିଲେ। ଚେତାଶୂନ୍ୟ ହୋଇଯିବାରୁ ସେଠାରେ ଛାଡି ଚାଲିଆସିଥିଲେ। ଯୁବତୀ ଜଣକ ଘରକୁ ଫେରି ସେପ୍ଟେମ୍ବର ୩୦ରେ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ନଂ.୨୩୬/୧୯ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ବୁଧବାର ରାତିରେ ଲକ୍ଷ୍ମୀନାରାୟଣ ଗ୍ରାମରେ ଥିବା ଖବର ପାଇ ପୋଲିସ ଚଢାଉ କରି କାବୁ କରିଥିଲା। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଦର ଅଧିକରୁ ମଟନ ବ୍ୟବସାୟ ମାନ୍ଦା

ବ୍ରହ୍ମପୁର,୨୯।୧୧(ତନୁଶ୍ରୀ ନାହାକ): ଧର୍ମ ମାସ କାର୍ତ୍ତିକ ସରିଛି। ମାସେ ହେଲା ରେଶମ ସହରର ଆମିଷ ବଜାର ମାନ୍ଦା ଥିବାବେଳେ ମଙ୍ଗଳବାର ଛାଡ଼ଖାଇ ପାଇଁ ଚଳଚଞ୍ଚଳ ହୋଇ...

ହାତୀ ଉପଦ୍ରବ: ବ୍ୟାପକ ଫସଲ

ଭଞ୍ଜନଗର,୨୭ା୧୧(ବାବୁଲା ପ୍ରଧାନ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି। ସନ୍ଧ୍ୟା ପୂର୍ବରୁ ହାତୀପଲ...

କରୋନା ପରେ ନିମୋନିଆକୁ ନେଇ ବଢିଲା ଚିନ୍ତା

ବ୍ରହ୍ମପୁର,୨୭ା୧୧(ସୁବାସ ଚନ୍ଦ୍ର ପାଢ଼ୀ): କରୋନା ପରେ ଏବେ ଚୀନରେ ପିଲାମାନେ ନିମୋନିଆ ଆକ୍ରାନ୍ତ ହେଉଥିବାରୁ ଚାରିଆଡେ ଚିନ୍ତା ବଢିଛି। ଭାରତ ସରକାର ରାଜ୍ୟଗୁଡିକୁ ସତର୍କତା ଅବଲମ୍ବନ...

ବିଜେଡିରେ ଯୋଗଦେବା ପରେ ମା’ ତାରାତାରିଣୀଙ୍କ ଆଶିଷ ନେଲେ ଭି.କେ ପାଣ୍ଡିଆନ

ପୁରୁଷୋତ୍ତମପୁର,୨୭।୧୧(ସିମାଞ୍ଚଳ ମିଶ୍ର): ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଜଦରେ ସାମିଲ ହୋଇଛନ୍ତି। ବିଜେଡିରେ...

ଆବର୍ଜନା ଦୁର୍ଗନ୍ଧରେ ଅତିଷ୍ଠ ସହରବାସୀ

ବ୍ରହ୍ମପୁର,୨୭ା୧୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ଚଳିତବର୍ଷ ନିଗମ ସ୍ବଚ୍ଛ ସର୍ବେକ୍ଷଣ ଦାୈଡରେ ସର୍ବାଧିକ ଜନମତ ସଂଗ୍ରହ କରିଛି। ସହରର ପରିମଳ ଦାୟିତ୍ୱ ବିଇଏମସିର ସାନିଟେସନ...

ପାଠ ଛାଡ଼ି ଗାଈ ଚରାଉଛନ୍ତି ରାହୁଳ

ମୋହନା,୨୭ା୧୧(ମନ୍ମଥ ମିଶ୍ର): ଯେଉଁ ବୟସରେ ହାତରେ କଲମ ଧରି ପାଠ ପଢ଼ିବା କଥା, ସେହି ବୟସରେ ହାତରେ ଏବେ ବାଡ଼ି ଧରି ଗାଈ ଚରାଉଛନ୍ତି। ମା’ଙ୍କୁ...

ଭଉଣୀଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଇ କରିଛନ୍ତି ହତ୍ୟା

ହିଞ୍ଜିଳିକାଟୁ,୨୬।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଜଣେ ମହିଳାଙ୍କ ବିଷକ୍ରିୟାରୁ ମୃତ୍ୟୁ ଘଟିଛି। ମୃତା ମହିଳା ଜଣକ ହେଲେ ପବିତ୍ର ସାହୁଙ୍କ...

ଲଜ୍‌ ଭିତରୁ ମହିଳାଙ୍କୁ ଗଳିତ ମୃତଦେହ ଜବତ, ସ୍ବାମୀ ଫେରାର

ବ୍ରହ୍ମପୁର,୨୬ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଗୋଇଲୁଣ୍ଡି- କୋର୍ଟପେଟା ରାସ୍ତାରେ ଥିବା ଏକ ଲଜ୍‌ ଭିତରୁ ଜଣେ ମହିଳାଙ୍କ ମୃତଦେହ ଜବତ ହୋଇଛି। ମୃତକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri