ବଳାତ୍କାରୀଙ୍କୁ ଦିଆଯିବ ନପୁଂସକ ଇଞ୍ଜେକଶନ

ମଣ୍ଟଗୋମେରୀ,୧୨।୬: ବଳାତ୍କାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଦାବିକୁ ଆଖି ଆଗରେ ରଖି ଗୋଟିଏ ରାଜ୍ୟ ଦୋଷୀଙ୍କୁ ନପୁଂସକ କରିବା ପାଇଁ ଏକ କେମିକାଲର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ଆମେରିକାର ଆଲାବାମାରେ ଏହାକୁ ନେଇ ଏକ ନୂଆ ଆଇନ ପ୍ରଣୟନ କରାଯାଇଛି। ନୂଆ ଆଇନ ଅନୁସାରେ ୧୩ବର୍ଷରୁ କମ୍‌ ବୟସର ଶିଶୁ ସହ ଯୌନ ଅପରାଧ କରୁଥିବା ବ୍ୟକ୍ତିଙ୍କୁ ନପୁଂସକ କରିବା ପାଇଁ ଇଞ୍ଜେକଶନ କିମ୍ବା ଔଷଧ ଦିଆଯିବ। ଆଇନ ଅନୁସାରେ ଶିଶୁଙ୍କ ସହ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ପାରୋଲରେ ଛଡ଼ାଯିବା ପୂର୍ବରୁ ଏହି ଇଞ୍ଜେକଶନ ଲଗାଯିବ। ଯାହାଫଳରେ ବ୍ୟକ୍ତିର ଯୌନ କ୍ଷମତା କ୍ଷୟ ହୋଇଯିବ। ଇଞ୍ଜେକଶନ ଲଗାଇବା ପରେ ଏହାର ପ୍ରଭାବ ସବୁଦିନ ନୁହେଁ ବରଂ କିଛି ସମୟ ପର୍ଯ୍ୟନ୍ତ ରହିବ। ପାରୋଲ ନେବାର ପାଖାପାଖି ମାସେ ପୂର୍ବରୁ ଏହି ଇଞ୍ଜେକଶନ ଲଗାଯିବ ବୋଲି ସୂଚନା ମିଳିଛି। ଆଉ ଏହି ଇଞ୍ଜେକଶନ୍‌ର ଖର୍ଚ୍ଚ ଉଠାଇବେ ଖୋଦ୍‌ ବଳାତ୍କାରୀ। ଯେଉଁ ବ୍ୟକ୍ତି ଏହାକୁ ନେବା ପାଇଁ ମନା କରିବେ ସେମାନଙ୍କୁ ଜେଲ୍‌ରୁ ଛଡ଼ାଯିବ ନାହିଁ। ସେହିପରି ବଳାତ୍କାରୀଙ୍କୁ କେତେ ଦିନ ଯାଏଁ ଏହି ଇଞ୍ଜେକଶନ୍‌ ଦିଆଯିବ ସେ ନେଇ କୋର୍ଟ ସ୍ଥିର କରିବେ। ତେବେ କେମିକାଲ କାଷ୍ଟ୍ରାସନ୍‌ରେ ଟ୍ୟାବଲେଟ କିମ୍ବା ଇଞ୍ଜେକଶନର ବ୍ୟବହାର କରାଯାଉଛି। ଏହା ଦ୍ବାରା ଟେଷ୍ଟୋଷ୍ଟିରନର ପ୍ରଡକ୍ସନ ପ୍ରଭାବିତ ହୋଇଥାଏ ଏବଂ ବ୍ୟକ୍ତିର ସେକ୍ସ ଡ୍ରାଇଭକୁ ଦୁର୍ବଳ କରିଥାଏ। ହେଲେ ଚିକିତ୍ସା ବନ୍ଦ ହେବା ପରେ ଏହାର ପ୍ରଭାବ କମିବାକୁ ଲାଗିଥାଏ। ଆଲାବାମାରେ ଏହି ଆଇନ ତିଆରି କରାଯିବା ପରେ ଆମେରିକାର ଏଭଳି ୭ଟି ରାଜ୍ୟ ହୋଇଯିବ, ଯେଉଁଠି କେମିକାଲ କାଷ୍ଟ୍ରାସନ୍‌ର ବ୍ୟବହାର କରାଯାଉଛି। ଏହି ରାଜ୍ୟ ଭିତରେ ଲୁସିଆନା ଓ ଫ୍ଲୋରିଡା ମଧ୍ୟ ସାମିଲ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ରଥଯାତ୍ରା ଡ୍ୟୁଟିବେଳେ ପ୍ରାଣ ହରାଇଥିବା ହୋମଗାର୍ଡଙ୍କ ପରିବାରକୁ ସହାୟତା

ବଞ୍ଚୋ,୧୫ା୭(ପ୍ରଦୋଷ ବିଶ୍ୱାଳ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ଥିବା ସମୟରେ କେନ୍ଦୁଝର ପୋଲିସ ବିଭାଗର ଜଣେ ହୋମଗାର୍ଡଙ୍କ ଅକାଳ ବିୟୋଗ ଘଟିଥିଲା। ଏହି ଘଟଣା ସମଗ୍ର…

ବଙ୍ଗରେ ଚହଳ! ଟିଏମସିରେ ଫାଟ ଭିତରେ ବଡ଼ କଥା କହିଦେଲେ ମମତା, ଅଭିଷେକ ବାନାର୍ଜୀ

କୋଲକାତା,୧୫।୭: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ବୁଧବାର ଏକ ବିଦ୍ରୋହ ମଧ୍ୟରେ ଅଭିଷେକ ବାନାର୍ଜୀଙ୍କୁ ସମର୍ଥନ ଜଣାଇଛନ୍ତି । ଟିଏମସିକୁ ପୁନଃଗଠନ…

ସେବାୟତଙ୍କୁ ଶ୍ରୀମନ୍ଦିର ସେବାରୁ ନିଲମ୍ବନ କଲେ ମୁଖ୍ୟ ପ୍ରଶାସକ

ପୁରୀ,୧୫ା୭(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିରରେ ନୀତି ସମ୍ପାଦନରେ ଶୃଙ୍ଖଳା ରକ୍ଷା ପ୍ରତି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସର୍ବଦା ସର୍ବୋଚ୍ଚ ଗୁରୁତ୍ୱ ଦେଇଆସୁଛି। ବୁଧବାର ଉଭାପର୍ବରେ ନୀତିକାନ୍ତି ପାଳନ ସମୟରେ…

ସରିଲା ଚାକିରି, କର୍ମମୟ ଜୀବନକୁ ମନେ ପକାଇ ଭାବବିହ୍ବଳ ହେଲେ ପ୍ରଧାନଶିକ୍ଷକ…

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତୁଳସୀପଲ୍ଲୀ କ୍ଷେତ୍ରମଣି ମଧ୍ୟ ଇଂରାଜୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ବିଦ୍ୟାଳୟ ତରଫରୁ ବୁଧବାର…

ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ପ୍ରତାରଣା, ପ୍ରେମିକଙ୍କୁ କାବୁ କରି ଥାନାରେ ଜିମା ଦେଲେ ପ୍ରେମିକା

ତୁମୁଡିବନ୍ଧ,୧୫।୭(ଦୀପକ କୁମାର ପରାସେଠ): ପ୍ରେମର ମିଠା ପ୍ରତିଶ୍ରୁତି ଦେଇ ଶେଷରେ ଜୀବନ ସହ ଖେଳ। କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର…

୧୧୨୯ ହିତାଧିକାରୀଙ୍କୁ ୫୧.୩୬ କୋଟି ଟଙ୍କା ଋଣ ମଞ୍ଜୁର

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବୁଧବାର ଆୟୋଜିତ ମେଗା କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମରେ ୧୧୨୯ ଜଣ ହିତାଧିକାରୀଙ୍କ ପାଇଁ ୫୧.୩୬ କୋଟି ଟଙ୍କାର…

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଅଗଷ୍ଟ ୨୮ରେ ରିଲିଜ ହେବନାହିଁ Shraddha Kapoorଙ୍କର ‘ଇଥା’!

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ଇଥା’କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜର ସୋସିଆଲ ମିଡିଆରେ ବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri