ବଳକା ଧାନ କିଣୁନି ସମିତି, ଚାଷୀ ଅସନ୍ତୋଷ

ବାଲିଆପାଳ, ୩|୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଚାଷୀଙ୍କଠୁ ସିଧାସଳଖ ଧାନ କିଣିବା ପାଇଁ ସେବା ସମବାୟ ସମିତିକୁ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି ା ସରକାର ଧାନର ମୂଲ୍ୟ ସର୍ବନିମ୍ନ ୧୭୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି ା ବର୍ଦ୍ଧିତ ମୂଲ୍ୟ ଯୋଗୁ ଚାଷୀମାନେ ଅଧିକ ଫାଇଦା ପାଇବେ ବୋଲି ଆଶା ବାନ୍ଧିଥିଲେ। ଅଧିକାଂଶ ସେବା ସମବାୟ ସମିତି ଚାଷୀଙ୍କଠାରୁ ସାଢେ ୮ କୁଇଣ୍ଟାଲ ଧାନ କିଣୁଛି। ଫଳରେ ପ୍ରତ୍ୟେକ ଚାଷୀ ଓ ଭାଗଚାଷୀଙ୍କ ପାଖରେ ଆହୁରି ୨୦ କୁଇଣ୍ଟାଲରୁ ଅଧିକ ଧାନ ମହଜୁଦ ହୋଇରହିଛି ା ତେବେ ବଳକା ଧାନ ସମିତି କିଣୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସାଧାରଣତଃ ମିଲରମାନେ ସେବା ସମବାୟ ସମିତି ମାଧ୍ୟମରେ ଧାନ ନେଇଥାନ୍ତି। ବାଲିଆପାଳ ବ୍ଲକରେ ଅଧିକାଂଶ ସେବା ସମବାୟ ସମିତି ଚାଷୀଙ୍କଠାରୁ ମାତ୍ର ସାଢେ ୮ କୁଇଣ୍ଟାଲ ଧାନ କିଣୁଛି ା ଫଳରେ ଚାଷୀଙ୍କଠାରେ କ୍ୱୁଇଣ୍ଟାଲ କ୍ୱୁଇଣ୍ଟାଲ ଧାନ ବିକ୍ରି ହୋଇ ନ ପାରି ପଡିରହିଛି ା ଚାଷୀମାନେ ଯେତେ ଧଁାଦୌଡ କଲେ ବି ସେବା ସମବାୟ ସମିତି ସରକାରଙ୍କ ଧାର୍ଯ୍ୟ ଟାର୍ଗେଟ ମୁତାବକ ଧାନ କିଣିବ ବୋଲି ରୋକଠୋକ କହୁଛନ୍ତି ା ସରକାର ଚାହିଁଲେ ଏହି ସମସ୍ୟାର ସମାଧାନ କରିପାରିବେ। ଅନ୍ୟପକ୍ଷରେ ସେବା ସମବାୟ ସମିତି କୁଇଣ୍ଟାଲ ପିଛା ଧାନରୁ ୫/୧୦ କେଜି କାଟି ଦେଉଛନ୍ତି ା ଏନେଇ ଯେଉଁ ଚାଷୀ ପ୍ରତିବାଦ କରୁଛି ସେମାନଙ୍କଠୁ ଧାନ କିଣୁନାହାନ୍ତି। ପ୍ରତ୍ୟେକ ସେବା ସମବାୟ ସମିତିରେ ଏବେ ଶହ ଶହ ଅଣଚାଷୀଙ୍କ ନାମ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ ଚାଷୀକାର୍ଡ ମିଳିଛି ା ବହୁ ସେବା ସମବାୟ ସମିତି ଏହି ଅଣଚାଷୀଙ୍କ କାର୍ଡକୁ ବ୍ୟବହାର କରି ବାହାର ବ୍ୟବସାୟୀଙ୍କଠାରୁ ଧାନ କିଣୁଛନ୍ତି ବୋଲି ଗଣେଶ ନନ୍ଦ, ଦୈତାରୀ ସାହୁ, ବିଶ୍ୱନାଥ ପଣ୍ଡିତ, ଶଶାଙ୍କ ଦାସ, ଧନଞ୍ଜୟ ରାଉତ ଓ ପ୍ରଭାତ ରାଉଳ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ ପ୍ରକୃତ ଚାଷୀ ଧାନ ବିକ୍ରି କରି ନ ପାରି ହଟହଟା ହେଉଛନ୍ତି ା ସରକାର ଚାଷୀଙ୍କ ପାଇଁ କାଳିଆ ଯୋଜନାଠୁ ଯେତେ ଯୋଜନା ପ୍ରଚଳନ କରିଥିଲେ ବି ବାସ୍ତବ କ୍ଷେତ୍ରରେ ସେହି ଯୋଜନାଗୁଡିକର ଫାଇଦା ପ୍ରକୃତ ଚାଷୀମାନେ ପାଇପାରୁନାହାନ୍ତି ା ସରକାରଙ୍କ ଏସବୁ ଯୋଜନା ପ୍ରହସନରେ ପରିଣତ ହୋଇଛି ବୋଲି ଆଲୋଚନା ହେଉଛି। ଜନପ୍ରତିନିଧିମାନେ ଏ ଦିଗରେ କୌଣସି ପଦକ୍ଷେପ ନ ନେଇ ନୀରବ ରହୁଛନ୍ତି ା ଜିଲାପାଳ ଏଥିରେ ହସ୍ତକ୍ଷେପ କରିବାକୁ ଚାଷୀମାନେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ସମ୍ପତ୍ତି ତଥ୍ୟ ଦେଲେ ବାବୁଙ୍କୁ ମିଳିବ ଦଣ୍ଡ: ବେତନ ବଦଳରେ ଲାଗୁ ହେବ…

ଭୁବନେଶ୍ୱର,୧୩।୬(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଜ ସମ୍ପତ୍ତି ବିବରଣୀ ଦେବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ…

ଭୟଙ୍କର ଦୁର୍ଘଟଣା: ଲ୍ୟାଣ୍ଡିଂ ସମୟରେ ଭାରତୀୟ ବାୟୁସେନାର AN-32 ବିମାନ କ୍ରାସ

ଗୁଆହାଟି,୧୩।୬: ଶନିବାର ଆସାମର ଜୋରହାଟରେ ଥିବା ଭାରତୀୟ ବାୟୁସେନା (IAF) ବାୟୁସେନାର ବାୟୁସେନା ଘାଟିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ AN-32 ପରିବହନ ବିମାନ…

ପୋଲିସ DG ପଦବୀ ପାଇଁ ୩୩ ବରିଷ୍ଠ IPS ମନୋନୀତ: ଓଡ଼ିଶା କ୍ୟାଡରର୍‌ ୨ ଜଣଙ୍କୁ ମିଳିଲା…

ଭୁବନେଶ୍ୱର,୧୩।୬: ପୋଲିସ DG ପଦବୀ ପାଇଁ ଦେଶରୁ ମୋଟ ୩୩ ଜଣ ବରିଷ୍ଠ IPS ମନୋନୀତ ହୋଇଛନ୍ତି। କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଛି।…

ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ, ବିଧାୟକଙ୍କୁ ନେଇ କହିଲେ…

କେନ୍ଦ୍ରାପଡ଼ା, ୧୩ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି…

ଆମେରିକାକୁ ଧୋଇଲେ ଜୟଶଙ୍କର: କଡ଼ା ଟାର୍ଗେଟ୍‌ କରି କହିଲେ…

ନୂଆଦିଲ୍ଲୀ,୧୩।୬:ଓମାନ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ନୌସେନାର କାର୍ଯ୍ୟାନୁଷ୍ଠାନରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ଆମେରିକା ନିକଟରେ କଡ଼ା…

ହର୍ମୁଜରେ ଭାରତୀୟ ଜାହାଜ ଉପରେ ହୋଇଛି ଆକ୍ରମଣ: ଟ୍ରମ୍ପଙ୍କ ଦାବିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ଇରାନ

ଓ୍ବାଶିଂଟନ୍‌,୧୩।୬:ହର୍ମୁଜ ପ୍ରଣାଳୀ ନିକଟରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।…

କନଷ୍ଟେବଳଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ୧୨ ଘଣ୍ଟା ହେଲା ରାସ୍ତାରେ ଶବ ରଖି ରାସ୍ତାରୋକୋ, ଯାତାୟତ ଠପ୍‌

ବ୍ରହ୍ମପୁର, ୧୩/୬(ସୁବାସ ଚନ୍ଦ୍ର ପାଢ଼ୀ) : ପୋଲିସ କନଷ୍ଟେବଳ ଆଶୁତୋଷ ମୁର୍ଦଙ୍ଗୟା (୩୧)ଙ୍କୁ ଗତ ୫ ତାରିଖରେ ବିଜିପୁର ପୋଲିସ କ୍ୱାଟରରେ ତାଙ୍କ ସ୍ତ୍ରୀ ସା ନାୟକ…

ବାଏପାସ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ହାଇୱାକୁ ପିଟିଲା BMW କାର୍‌, ଘଟଣାସ୍ଥଳରେ ଚାଲିଗଲା ୨ ଜୀବନ

ଭବାନୀପାଟଣା,୧୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବାଏପାସ୍‌ ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ପଛ ପଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri