Posted inଖେଳ

ବଲ ଟାମ୍ପରିଂ କରି ଶେହଜାଦ ଦଣ୍ଡିତ

କରାଚୀ,୨।୧୧- ପାକିସ୍ତାନର ଟେଷ୍ଟ ଓପନର ଅହମ୍ମଦ ଶେହଜାଦ କୁଏଦ-ଇ-ଆଜାମ ଟ୍ରଫିରେ ଶୁକ୍ରବାର ସେଣ୍ଟ୍ରାଲ ପଞ୍ଜାବ ଓ ସିନ୍ଧି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ବଲ ଟାମ୍ପରିଂ କରିଛନ୍ତି। ଏଥିନେଇ ଦଣ୍ଡ ସ୍ବରୂପ ତାଙ୍କ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ କାଟ କରାଯାଇଛି। ଏ ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ କୁହାଯାଇଛି। ଫଇସଲାବାଦଠାରେ ସିନ୍ଧି ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସେଣ୍ଟ୍ରାଲ ପଞ୍ଜାବ ଦଳର ଅଧିନାୟକ ଶେହଜାଦ ବଲର ସ୍ଥିତିରେ ପରିବର୍ତ୍ତନ ଆଣିଥିଲେ। ଦୋଷ ପ୍ରମାଣ ହୋଇଥିବାରୁ ତାଙ୍କୁ ଦଣ୍ଡିତ କରାଯାଇଛି। ମ୍ୟାଚ୍‌ର ପ୍ରଥମ ଇନିଂସର ୧୭ତମ ଓଭରରେ ଫିଲ୍ଡ ଅମ୍ପାୟର ମହମ୍ମଦ ଆସିଫ ଓ ଜାମିର ଅହମ୍ମଦ ଯାଞ୍ଚବେଳେ ବଲରେ ଅସ୍ବାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ, ଯାହାକି ଫିଲ୍ଡିଂ କରୁଥିବା ଦଳ ଦ୍ୱାରା କରାଯାଇଥିଲା। ଏ ନେଇ ଅମ୍ପାୟର ମ୍ୟାଚ୍‌ ରେଫରିଙ୍କ ନିକଟରେ ରିପୋର୍ଟ କରିଥିଲେ। ଦଳର ଅଧିନାୟକ ଭାବେ ଶେହଜାଦ ଏଭଳି ଉଲ୍ଲଘନ ପାଇଁ ଉତ୍ତର ଦାୟୀ। ଏଥିଯୋଗୁ ତାଙ୍କୁ ନୋଟିସ ଦିଆଯାଇଥିଲା। ମ୍ୟାଚ୍‌ ଶେଷ ହେବା ପରେ ଅନୁଷ୍ଠିତ ଶୁଣାଣିରେ ଶେହଜାଦ ଦୋଷୀ ଥିବା ଜଣାପଡ଼ିଥିଲା। ଆଉ ଏକ ଘଟଣାରେ ପାକିସ୍ତାନ ଟେଷ୍ଟ ଦଳର ନୂଆ ଅଧିନାୟକ ଆଝାର ଅଲିଙ୍କୁ ଭତ୍ସର୍ନ କରାଯାଇଛି। ସେ ମ୍ୟାଚ୍‌ବେଳେ ଜଣେ ଖେଳାଳିଙ୍କ ଆଡ଼କୁ ବିନା କାରଣରେ ବଲ ପକାଇଥିଲେ, ଯାହାକି ଉକ୍ତ ଖେଳାଳିଙ୍କ ଲାଗି ସଙ୍କଟପୂର୍ଣ୍ଣ ହୋଇପାରିଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

Test news 2

Test news 2

Test new post

Test new post

ବଙ୍ଗୋପସାଗରରେ ଲଘୁଚାପ: ରାଜ୍ୟର ୧୧ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ସତର୍କ କଲା…

ଭୁବନେଶ୍ୱର, ୯ା୯(ସୌମ୍ୟରଞ୍ଜନ ରାଉତ) – ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri