ବଲାଙ୍ଗୀର ଜିଲା: ଫେରିବେ ୯୦ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ

ବଲାଙ୍ଗୀର ଅଫିସ, ୨୬ା୪-   ମେ’ ୩ରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସରିବ। ଏହାପରେ ଜିଲା ତଥା ରାଜ୍ୟ ବାହାରେ ଥିବା ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବେ। ଏହିକ୍ରମରେ ୯୦ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଜିଲାକୁ ଫେରିବେ ବୋଲି ସୂଚନା ମିଳିଛି। ହେଲେ ସମସ୍ତ ପ୍ରବାସୀ ଶ୍ରମିକଙ୍କ ନାମ ପଞ୍ଜୀକରଣ, ସେମାନଙ୍କ ରହିବା, ଖାଇବା ଓ ସଂକ୍ରମିତ ଶ୍ରମିକଙ୍କୁ ଚିହ୍ନଟ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହେବ। ଏ ସଂକ୍ରାନ୍ତରେ ଜିଲା ପ୍ରଶାସନ ପକ୍ଷରୁ ସରପଞ୍ଚମାନଙ୍କ ସହିତ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଯଦି କୌଣସି କ୍ଷେତ୍ରରେ ସାମାନ୍ୟ ତ୍ରୁଟି ରହିବ ତାହା ଜିଲା ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ପଞ୍ଚାୟତସ୍ତରରୁ ମିଳିଥିବା ରିପୋର୍ଟ ଅନୁସାରେ ୮୫ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ନିଜ ନିଜ ଗଁାକୁ ଫେରିବେ। ଏହି ସଂଖ୍ୟା ଆହୁରି ବଢ଼ିପାରେ। ଏତେ ସଂଖ୍ୟକ ପ୍ରବାସୀ ଶ୍ରମିକ ଜିଲାକୁ ଫେରିଲେ ସେମାନଙ୍କୁ ପ୍ରଥମେ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରଖାଯିବ। ମାତ୍ର ସମସ୍ତଙ୍କ ପାଇଁ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରିବା ସହଜ କଥା ନୁହେଁ। ଏ ସଂକ୍ରାନ୍ତରେ ଜିଲାପାଳ ଅରିନ୍ଦମ ଡାକୁଆ ଶନିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ବିଭିନ୍ନ ବ୍ଳକ୍‌ ଅଫିସରୁ ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ, ସେମାନଙ୍କ ରହିବା, ଖାଇବା ସୁବ୍ୟବସ୍ଥା ସହ ସ୍ବାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ସେବା ଯୋଗାଇବାକୁ ସେ ଟିକିନିଖି ଆଲୋଚନା କରିଥିବା ଜଣାପଡିଛି। ପୂର୍ବରୁ ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ଦିଗରେ ସରପଞ୍ଚମାନଙ୍କ ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ କହି ସେମାନଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ଜିଲାର ୧୪ଟି ବ୍ଳକ୍‌ ଅନ୍ତର୍ଗତ ୩୧୭ ଗ୍ରାମ ପଞ୍ଚାୟତ ସରପଞ୍ଚମାନେ ଏଦିଗରେ ନିଜର ଅଙ୍ଗୀକାରବଦ୍ଧତା ପ୍ରଦର୍ଶନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏସବୁ ସତ୍ତ୍ୱେ କିଛି ସମସ୍ୟା ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଲକ୍‌ଡାଉନ୍‌ ଅବଧି ପରେ ଯଦି ଗଁାକୁ ପ୍ରବାସୀ ଶ୍ରମିକମାନଙ୍କ ସୁଅ ଛୁଟିବ ତେବେ ସେମାନଙ୍କ ନାମ ପଞ୍ଜୀକରଣ, ରହିବା, ଖାଇବା ସୁବ୍ୟବସ୍ଥା ଓ ସାମାଜିକ ଦୂରତ୍ୱ କେତେ ମାତ୍ରାରେ ପାଳନ ହୋଇପାରିବ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତ୍ୟେକ ପଞ୍ଚାୟତରେ ସରକାର ସର୍ବନିମ୍ନ ୩୦ରୁ ସର୍ବାଧିକ ୧୦୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିବାକୁ ବ୍ୟବସ୍ଥା କରିଛନ୍ତି। ଯଦି ହଜାର ହଜାର ଶ୍ରମିକ ଗଁାକୁ ଏକା ସଙ୍ଗରେ ଫେରିବେ ତେବେ ସମସ୍ତଙ୍କ ପାଇଁ କ୍ୱାରାଣ୍ଟାଇନ ସେଣ୍ଟର ଯୋଗାଇବା କଷ୍ଟକର ବ୍ୟାପାର ହୋଇପଡିବ ା ଏଭଳି କ୍ଷେତ୍ରରେ ସଂକ୍ରମିତ ବ୍ୟକ୍ତିଙ୍କୁ ବା ସାମାନ୍ୟ ଲକ୍ଷଣ ଥିବା ଶ୍ରମିକଙ୍କୁ ଚିହ୍ନଟ କରି ସେମାନଙ୍କୁ ଅଲଗା ରଖିବା ଆହୁରି ବଡ ଚ୍ୟାଲେଞ୍ଜ ହେବ ା ପ୍ରବାସୀ ଶ୍ରମିକଙ୍କ ସହ ସେମାନଙ୍କ ପରିବାର ସଦସ୍ୟଙ୍କ ମିଳାମିଶା ଯେପରି ନ ହେବ ତାକୁ ସୁନିଶ୍ଚିତ କରିବା ଆହୁରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ଏନେଇ ଜିଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି, ପ୍ରଶାସନ ପକ୍ଷରୁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବରମାନଙ୍କ ସହ ବ୍ୟାପକ ଆଲୋଚନା ଚାଲିଛି ା ସମସ୍ତଙ୍କ ପାଇଁ ସୁବ୍ୟବସ୍ଥା କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ା ସୂଚନାଯୋଗ୍ୟ, ଏ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲାରେ ଜଣେ ମାତ୍ର କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri