ବଲାଙ୍ଗୀର ଜିଲା: ଜୁନ୍‌ ୧ରୁ ଚାଲିବ ଘରୋଇ ବସ୍‌

ବଲାଙ୍ଗୀର ଅଫିସ, ୨୯।୫-ବଲାଙ୍ଗୀର ଜିଲାରେ ଜୁନ ୧ତାରିଖରୁ ଘରୋଇ ବସ୍‌ ଚଳାଚଳ ଆରମ୍ଭ କରିବ। ଜିଲା ଘରୋଇ ବସ୍‌ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜୁନ୍‌ ୧ତାରିଖ ପୂର୍ବରୁ ସମସ୍ତ ବସ୍‌କୁ ସଂଘ ପକ୍ଷରୁ ସାନିଟାଇଜ୍‌ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସମସ୍ତ ଯାତ୍ରୀ ମାସ୍କ ବ୍ୟବହାର କରି ବସ୍‌ରେ ନିୟୋଜିତ କର୍ମଚାରୀଙ୍କୁ ସହଯୋଗ କରିବା ପାଇଁ ସଂଘ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏ ନେଇ ସଂଘ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସଂଘ ସଭାପତି ହେମନ୍ତ ପଣ୍ଡା ଏହା ଜଣାଇଛନ୍ତି । ଜିଲାବ୍ୟାପୀ ବସ୍‌ ଚଳାଚଳ ହେଲେ ଜିଲାରେ ଜୀବନଯାତ୍ରା ସ୍ବାଭାବିକ ହେବା ସହ ଗରିବ, ଖଟିଖିଆ, ଚାଷୀ ମୂଲିଆ ଏବଂ କର୍ମଚାରୀ ଉପକୃତ ହେବେ ବୋଲି ସଭାପତି ପଣ୍ଡା କହିଛନ୍ତି। ସରକାରୀ ବ୍ୟବସ୍ଥା ମଧ୍ୟରେ ରହିଥିବା ନିର୍ଦ୍ଦିଷ୍ଟ କେତେକ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଯାତ୍ରୀଭଡା ରିହାତିକୁ ବାଦ୍‌ ଦେଲେ ଅନ୍ୟ କୌଣସି ପ୍ରକାର ରିହାତି ଦାବି ନ କରିବାକୁ ଯାତ୍ରୀଙ୍କୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଯାତ୍ରୀ ଭଡାରେ ସମସ୍ତ ପ୍ରକାର ରିହାତିକୁ ସଂଘ ପକ୍ଷରୁ ବାରଣ କରାଯାଇଛି ା ସରକାରୀ କାର୍ଯ୍ୟରେ ନିୟୋଜିତ ଥିବା କେତେକ ବସ୍‌କୁ ପର୍ଯ୍ୟାୟ କ୍ରମେ ଯାତ୍ରୀ ସେବାରେ ନିୟୋଜିତ କରାଯିବ ବୋଲି ସଂଘ କହିଛି । ଯାତ୍ରୀମାନଙ୍କର ସୁବିଧା ପାଇଁ ଜିଲାର ସମସ୍ତ ବସ୍‌ଷ୍ଟାଣ୍ଡରେ ରହିଥିବା ହୋଟେଲ ଓ ଅନ୍ୟାନ୍ୟ ଦୋକାନ ଗୁଡିକୁ ଖୋଲିବା ପାଇଁ ସଂଘ ଦାବି କରିଛି। ଲକ୍‌ଡାଉନ ପୂର୍ବରୁ ମଧ୍ୟ ଜିଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ହାତ ଧୋଇ ବସ୍‌ରେ ବସିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏହି ବୈଠକରେ ସଂଘ ସମ୍ପାଦକ ପ୍ରଶାନ୍ତ ଶତପଥୀ, ଉପସଭାପତି ସୌମେନ୍ଦ୍ର ପରିଚ୍ଛା, କୋଷାଧ୍ୟକ୍ଷ ଶିବଶଙ୍କର ପଟେଲ, ସହ ସମ୍ପାଦକ ଲିକୁନ ଆଚାର୍ଯ୍ୟଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷର ଆବେଗ ସାହିତ୍ୟ ସୃଷ୍ଟି କରେ

ବଲାଙ୍ଗୀର ଅଫିସ,୧୪ା୨- ବଲାଙ୍ଗୀର ସାମ୍ବାଦିକ ଭବନଠାରେ ସାପ୍ତାହିକ ପ୍ରେରଣା ପକ୍ଷରୁ ଗୁରୁବାର ବହୁଭାଷୀ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ମନୋରଞ୍ଜନ ସାହୁଙ୍କ...

ବିଜ୍ଞାନ ମେଳା ପାଇଁ ବେଆଇନ ଅର୍ଥ ସଂଗ୍ରହ

ବଲାଙ୍ଗୀର ଅଫିସ, ୧୪ା୧୧ – ଶିକ୍ଷା ବିଭାଗର କୌଣସି ସର୍କୁଲାର ନଥିବା ସତ୍ତ୍ୱେ ସରକାରୀ ସ୍କୁଲଗୁଡିକରେ ବିଜ୍ଞାନ ମେଳା ଆୟୋଜନ କରାଯିବା ନେଇ ବଲାଙ୍ଗୀର ଜିଲା...

କୋଭିଡ୍‌ ଟେଷ୍ଟ ପାଇଁ ତୁଷୁରା ଚିକିତ୍ସାଳୟରେ ଭିଡ: ରହୁନି ସାମାଜିକ ଦୂରତା

ଗୁଡଭେଲା,୧।୫(ଡି.ଏନ.ଏ ): ବଲାଙ୍ଗୀର ଜିଲା ତୁଷୁରା ଏନ.ଏ.ସି ଅଞ୍ଚଳରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବାବେଳେ ତୁଷୁରା ଚିକିତ୍ସାଳୟରେ କୋଭିଡ୍‌ ଟେଷ୍ଟ ପାଇଁ...

ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ପୁଞ୍ଜିଲାଲଙ୍କ ଜାମିନ ଆବେଦନ

ବଲାଙ୍ଗୀର ଅଫିସ, ୧୧।୧- ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହେର(୭୨)ଙ୍କ ଶୁକ୍ରବାର ରାତିରେ ବଲାଙ୍ଗୀର ଭୀମଭୋଇ...

ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

ବଲାଙ୍ଗୀର ଅଫିସ, ୩ା୨: ବଲାଙ୍ଗୀର ଗାନ୍ଧୀଭବନଠାରେ ବୌଦ୍ଧିକ ଅନୁଷ୍ଠାନ ରଚନା ପକ୍ଷରୁ ଶିକ୍ଷା ଅଧିକାର: ଲକ୍ଷ୍ୟ, ବାସ୍ତବତା ଓ ସମ୍ଭାବନା ଶୀର୍ଷକ ଏକ ଆଲୋଚନାଚକ୍ର ରବିବାର...

ଖେଳୁଥିବା ବେଳେ ବାଳକଙ୍କ ପେଟରେ ପଶିଲା ବର୍ଚ୍ଛା

ବଲାଙ୍ଗୀର ଅଫିସ, ୨୯।୧- ବଲାଙ୍ଗୀର ଜିଲା ବେଲପଡା ଥାନା ଅଏଁଲାଭଟା ଗାଁରେ ରବିବାର ଏକ ଅଘଟଣ ଘଟିଛି । ରାଜୁ ଥନାପତି ନାମକ ଜଣେ ୧୬...

ମାର୍କେଟ କମ୍ପ୍ଲେସରୁ ମିଳିଲା ଝୁଲନ୍ତା ମୃତଦେହ: ହତ୍ୟା ସନ୍ଦେହ

ଲୋଇସିଂହା,୨୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଆଗଲପୁର ବ୍ଲକ ଝରଣୀପାଲି ଗାଁ ମାର୍କେଟ କମ୍ପ୍ଲେସରୁ ସୋମବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।...

ପାଣି ପାଇଁ ତାତିଲେ ମହିଳା

ଟିଟିଲାଗଡ଼, ୧୬।୯ (ଡି.ଏନ.ଏ.) – ବଲାଙ୍ଗୀର ଜିଲା ଟିଟିଲାଗଡ ସହର ୱାର୍ଡ ନମ୍ବର ୧ ସର୍ଗିଗୁଡାରେ ପାନୀୟ ଜଳ ସମସ୍ୟା ସଙ୍ଗୀନ ରୂପ ନେଇଛି। ବିଭିନ୍ନ...

Advertisement
Archives

Model This Week