ବଲାଙ୍ଗୀର ଜିଲାର ସଂକ୍ରମିତ ଦୁଇ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୫୩ ଜଣଙ୍କ ସ୍ବାବ ନେଗେଟିଭ

ବଲାଙ୍ଗୀର ଅଫିସ, ୪ା୫: ବଲାଙ୍ଗୀର ଜିଲା ଲିଖିରିଆ ଗାଁର ୨ ଯୁବକ କରୋନା ପଜିଟିଭ ଜଣାପଡିବା ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ସଂସ୍ପର୍ଶରେ ଆସିଥିବା ପ୍ରଥମ ୫୩ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିଲା। ତେବେ ସମସ୍ତଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ ଆସିଥିବା ଜିଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି। ଉକ୍ତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ଓ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଉଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗତ ୧ ତାରିଖରେ କରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିବା ପରେ ଉକ୍ତ ଅଞ୍ଚଳକୁ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା । ଏହି ଅବଧିକୁ ବୃଦ୍ଧି କରାଯାଇ ଆସନ୍ତା ୬ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରିକରାଯାଇଛି । ସୋମବାର ତୁଷରା ଏନ୍‌ଏସିର ତୁଷରା ସହରକୁ ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଶା, ଅଙ୍ଗନୱାଡି କର୍ମୀ ଘରକୁ ଘର ବୁଲି ସ୍ବାସ୍ଥ୍ୟଗତ ଲକ୍ଷଣ ସମ୍ପର୍କରେ ସର୍ଭେ କରୁଛନ୍ତି । କାଶ, ସର୍ଦ୍ଦି ଓ ଜ୍ୱର ଲକ୍ଷଣ ରହିଥିବା ବ୍ୟକ୍ତିଙ୍କର ତାଲିକା ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ, ତାମିଲନାଡୁରୁ ଫେରିଲେ ୨୩ ପ୍ରବାସୀ

ରାଇରଙ୍ଗପୁର,୧୬ା୫(ଡି.ଏନ୍‌.ଏ.)-ଲକ୍‌ଡାଉନ ଯୋଗୁ ଗୁଜରାଟ ଓ ତାମିଲନାଡୁରେ ଫସି ରହିଥିବା ୨୩ ପ୍ରବାସୀ ଓଡ଼ିଆ ଶୁକ୍ରବାର ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳକୁ ଫେରି ଆସିଛନ୍ତି। ଶ୍ରମିକ ଟ୍ରେନ୍‌...

ଯାଜପୁର ମୁଖ୍ୟ ଚିକିତ୍ସାଳୟ: ଅଟୋରିକ୍ସା ଦ୍ୱାରା ଅବରୋଧ ହେଉଛି ପ୍ରବେଶ ଦ୍ୱାର

ଯାଜପୁର ଟାଉନ,୨୨।୧୧(ଡିଏନଏ): ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମହିଳା ଓ ଶିଶୁଙ୍କ ପାଇଁ ରହିଥିବା ସ୍ବତନ୍ତ୍ର ଚିକିତ୍ସାଳୟ ପ୍ରବେଶଦ୍ୱାରରେ କେତେକ ଅଟୋ ନିୟମିତ ଭାବେ ପାର୍କିଂ କରିବା...

ଖୋଲିଲା ଗାଡ଼ି ପାର୍କିଂ ଗେଟ୍‌ରୁ ତାଲା

ମାଲକାନଗିରି, ୩୧ା୧(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାର ସୁଭାଷ ବୋଷ ଛକ ନିକଟରେ ପୌର ପରିଷଦ ପକ୍ଷରୁ ଜନସାଧାରଣଙ୍କ ସୁବିଧା ପାଇଁ ଗାଡ଼ି ପାର୍କିଂ ଲାଗି...

ଇକୋ ସେନ୍‌ସେଟିଭ ଜୋନ୍‌ରେ ପ୍ରକଳ୍ପ

କେନ୍ଦ୍ରାପଡ଼ା ଅଫିସ,୧୯।୮: ଜାତୀୟ ଉଦ୍ୟାନ ଭିତରକନିକାର ସୁରକ୍ଷା ପାଇଁ ପରିବେଶ ସମ୍ବେଦନଶୀଳ ଅଞ୍ଚଳ (ଇକୋ ସେନ୍‌ସେଟିଭ ଜୋନ) ଚିହ୍ନଟ ହୋଇଛି। ସେହି ପରିସରରେ କୌଣସି ପ୍ରକଳ୍ପ...

ଆଶ୍ରମ ବିଦ୍ୟାଳୟରେ ଛାତ୍ର ଅସନ୍ତୋଷ: ରାତିଅଧରେ ଡେଇଁଲେ ପାଚେରି

କୋରୁକୋଣ୍ଡା,୩।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ମାରିୱାଡା ଆଶ୍ରମ ବିଦ୍ୟାଳୟରେ ଦୀର୍ଘଦିନ ଧରି ଅବ୍ୟବସ୍ଥା ଲାଗି ରହିଛି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ଜିଲା...

ହକ୍‌ ପାଇଁ ଦୁର୍ବାର ଆନ୍ଦୋଳନ ହେବ

ଲୋଇସିଂହା,୫।୯(ଡି.ଏନ.ଏ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକର କେତେକ ପଞ୍ଚାୟତ ୨୦୨୧-୨୨ ଖରିଫ ମରୁଡି କ୍ଷତିପୂରଣ ତାଲିକାରୁ ବାଦ ପଡିଛନ୍ତି। କ୍ଷତିପୂରଣ ଦାବିରେ ଗତ ୨୬ ଜୁଲାଇରେ ଚାଷୀମାନେ...

ଥାନା ସମ୍ମୁଖରେ ଧାରଣାରେ ବସିଲେ ଖବରଦାତା

ମାଲକାନଗିରି,୧୯ା୧୨(ଡି.ଏନ୍‌.ଏ.): ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରିବାକୁ ଉଦ୍ୟମ କରୁଛି ମାଲକାନଗିରି ପୋଲିସ। ବିନା କାରଣରେ ୫ ଜଣ ଖବରଦାତାଙ୍କୁ ଉଠାଇ ନେଇ ଗିରଫ କରିଛି।...

‘ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଉ’

ପୁରୀ ଅଫିସ, ୧୨ା୫: ସନାତନ ହିନ୍ଦୁ ଧର୍ମର ଚାରିଧାମ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ଅନ୍ୟତମ ତଥା ପ୍ରମୁଖ ଧାମ ଭାବେ ବିବେଚନା କରାଯାଇଥାଏ। ଶ୍ରୀମନ୍ଦିରରେ ବିଗ୍ରହମାନଙ୍କୁ...

Advertisement
Archives

Model This Week