ବଲାଙ୍ଗୀରରେ ୧୪ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି, ୨ ସୁସ୍ଥ

ବଲାଙ୍ଗୀର ଅଫିସ, ୨୬ା୫: ବଲାଙ୍ଗୀର ଜିଲାରେ ମଙ୍ଗଳବାର ୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ବଲାଙ୍ଗୀର ମ୍ୟୁନିସିପାଲିଟି ଅଞ୍ଚଳର ୭ଜଣ ରହିଛନ୍ତି। ଏହି ସଂକ୍ରମିତ ୭ଜଣ ବଲାଙ୍ଗୀର ରାଧାରାଣୀପଡ଼ାର ହୋଇଥିବା ବେଳେ ସେମାନେ କୋଲକାତାରୁ ଫେରି ହୋମ୍‌ କ୍ୱାରାଣ୍ଟାଇଇନ୍‌ରେ ରହିଥିଲେ। ଅନ୍ୟ ୭ ସଂକ୍ରମିତଙ୍କ ମଧ୍ୟରୁ ଟିଟିଲାଗଡ଼ ବ୍ଲକ ସିଲୁଆଁ ଗ୍ରାମପଞ୍ଚାୟତର ୨, ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ଗ୍ରାମପଞ୍ଚାୟତର ୧, ମନହୀରା ଗ୍ରାମପଞ୍ଚାୟତର ୧, ତୁରେକେଲା ବ୍ଳକ ମହଖଣ୍ଡ ଗ୍ରାମପଞ୍ଚାୟତର ୨, ବେଲପଡା ବ୍ଲକ ଧୁମାଭଟା ଗ୍ରାମପଞ୍ଚାୟତର ୧ ରହିଛନ୍ତି। ଏମାନେ ସମସ୍ତେ ମୁବାଇ, ତାମିଲନାଡୁରୁ ଫେରି କ୍ୱାରାଣ୍ଟାଇନରେ ରହିଥିଲେ ବୋଲି ଜଣାପଡ଼ିଛି। ସମସ୍ତ ୧୪ ସଂକ୍ରମିତଙ୍କୁ ବଲାଙ୍ଗୀର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । ନୂଆ ୧୪ ଆକ୍ରାନ୍ତଙ୍କୁ ମିଶାଇ ଜିଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ସେଥିରୁ ଗୁଡଭେଲା ବ୍ଲକ ଲିଖିରିଆ ଗାଁର ୨ ସଂକ୍ରମିତ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଅନ୍ୟ ୩୬ ଜଣ ସକ୍ରିୟ ରହିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ଉତ୍ସବ: ପ୍ରକୃତ ଶିକ୍ଷାର ଉଦ୍ଦେଶ୍ୟ ମନୁଷ୍ୟର ପୁନରୁତ୍ଥାନ

ଜଟଣୀ,୭।୧୨(ଡି.ଏନ୍‌.ଏ.): ଜୀବନର ମାନ ନାଟକୀୟ ଢଙ୍ଗରେ ପରିବର୍ତ୍ତନ ହେଉଛି। ଆଧ୍ୟାତ୍ମିକ ଚେତନା ହିଁ ଆମକୁ ଏକ ସମ୍ପୂର୍ଣ୍ଣ ଓ ସଫଳ ଜୀବନ ଗଠନ କରିବାରେ ସହାୟକ...

ଶିକାରକୁ ଯିବା ହେଲା କାଳ: ଗୁଳି ମାଡ଼ରେ ଶିକାରୀ ମୃତ, ବାପାଙ୍କ ସମେତ ୩ ଅଟକ

ଦାରିଙ୍ଗବାଡ଼ି,୨।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଜଙ୍ଗଲକୁ ଶିକାର ପାଇଁ ଯିବା ଜଣେ ଯୁବକଙ୍କ ପାଇଁ କାଳ ହୋଇଛି। ଗୁଳିମାଡ଼ରେ ସହଯୋଗୀମାନଙ୍କ ସହ ଯାଇଥିବା ଶିକାରୀଙ୍କ ମୃତ୍ୟୁ...

ନିରାଡ଼ମ୍ବର ଭାବେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ବାଲେଶ୍ୱର ଅଫିସ,୨୮।୪- ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ‘ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ’ ତରଫରୁ ମଧୁସୂଦନ ଦାସଙ୍କ ୧୭୩ତମ ଜୟନ୍ତୀ ଉତ୍ସବ ନିରାଡ଼ମ୍ବର ଭାବରେ...

ଜବରଦଖଲ ହଟାଇବା ଦାବିରେ ୧୨ ଘଣ୍ଟିଆ ରାସ୍ତାରୋକୋ

ଭଦ୍ରକ ଅଫିସ,୩୦।୯ : ଭଦ୍ରକ – ବନ୍ତ ଏବଂ ଆଗରପଡ଼ା ରାସ୍ତାର ବରପଦା ଛକଠାରେ ସୋମବାର ସକାଳୁ ୧୨ ଘଣ୍ଟିଆ ରାସ୍ତାରୋକୋ କରାଯାଇଛି। ରାସ୍ତାର ଉଭୟ...

ଭୁବନେଶ୍ୱର-ବନମାଳିପୁରରୁ ରାସ୍ତାରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ

ବାଳକାଟୀ,୧୭ା୬(ଡି.ଏନ୍‌.ଏ.)-ବାଳକାଟୀ ଫାଣ୍ଡି ଅନ୍ତର୍ଗତ ଭୁବନେଶ୍ୱର-ବନମାଳିପୁର ମୁଖ୍ୟରାସ୍ତାର ମା’ ଦୁଲ୍ଲାଦେବୀ ମନ୍ଦିର ନିକଟରେ ବୁଧବାର ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି।...

ସଙ୍ଗରୋଧ କେନ୍ଦ୍ରରେ ଛାୟା ବିବାହ  

ଓଡ଼ାପଡ଼ା, ୨୭।୫(ଡି.ଏନ.ଏ.)-ସଙ୍ଗରୋଧରେ ଥିବା ପ୍ରବାସୀଙ୍କ ଚିତ୍ତବିନୋଦନ ଲାଗି ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଅଙ୍କରାନ୍ତିପୁର ଉନ୍ନୀତ ହାଇସ୍କୁଲସ୍ଥିତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବୁଧବାର ଛାୟା ବିବାହ କାର୍ଯକ୍ରମ...

ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କଲେ ବରଗଡ଼ ଚାଷୀ

ପଦ୍ମପୁର,୨୫।୧(ଡି.ଏନ୍‌.ଏ.)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅଢେଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ...

ଭଡ଼ା ମାଗିବେ ନାହିଁ ଘର ମାଲିକ: ଲକ୍‌ଡାଉନ୍‌ ବେଳେ ସମ୍ପୂର୍ଣ୍ଣ ମଜୁରି ଦେବେ ନିଯୁକ୍ତିଦାତା

ନୂଆଦିଲ୍ଲୀ,୩୦ା୩: କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ନିଯୁକ୍ତିଦାତାମାନେ...

BGU
Play 250+ Trending Games
Archives

Model This Week

Why Dharitri