ବଲାଙ୍ଗୀରରେ ବିଶ୍ୱ ପରିବେଶ ଦିବସ ପାଳନ; ଗଛ ଲଗାଇ ଜୀବନ ବଞ୍ଚାଇବାକୁ ଜିଲାପାଳ ଦେଲେ ଆହ୍ବାନ

ବଲାଙ୍ଗୀର ଅଫିସ,୫।୬: କରଙ୍ଗାକଟା ବଞ୍ଚାଓ ଅଭିଯାନ ପକ୍ଷରୁ ବୁଧବାର ସ୍ଥାନୀୟ ଗାନ୍ଧୀ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିବେଶ ପ୍ରଦୂଷଣ କାରଶରୁ ସମଗ୍ର ଜୀବଜଗତ ସତ୍ତା ଆଜି ବିପନ୍ନ ହୋଇପଡ଼ିଲାଣି ବୋଲି ମତ ରଖିଥିଲେ। ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ରାଜୀବ ସଗରିଆ ଯୋଗଦେଇ ବଲାଙ୍ଗୀର ଜିଲାରେ ଜଙ୍ଗଲ ଲୁଟ୍‌, ମରୁଡ଼ି, ଦାଦନ ସମସ୍ୟା ଓ ପରିବେଶ ସଙ୍କଟ ଉପରେ କହିଥିଲେ। କାର୍ଯ୍ୟକ୍ରମରେ କିଶୋର ମିଶ୍ର ସଭାପତିତ୍ୱ କରିଥିଲେ। ଆବାହକ ପ୍ରଶାନ୍ତ ମହାକୁର ମଞ୍ଚାସୀନ ଥିଲେ। ଏହି ଅବସରରେ ହାଇସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବକ୍ତୃତା ଅନୁଷ୍ଠିତ ହୋଇଥିଲା। ଶେଷରେ ନାଗରିକ କମିଟି ସମ୍ପାଦକ ବିଷ୍ଣୁପ୍ରସାଦ କେଡିଆ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଚୋର ସନ୍ଦେହରେ ବାହାର ରାଜ୍ୟର ଯୁବକଙ୍କୁ ନିର୍ଧୂମ ମାଡ଼, ଭିଡିଓ ଭାଇରାଲ ପରେ…

ସମ୍ବଲପୁର,୨୨ା୬(ପ୍ରମୋଦ ବହିଦାର): ସମ୍ବଲପୁର ସହରର କ୍ଷେତରାଜପୁର ଥାନା ଅନ୍ତର୍ଗତ ଧୋବାପଡ଼ା ଅଞ୍ଚଳରେ ରବିବାର ସକାଳେ ଜଣେ ବାହାର ରାଜ୍ୟର ଯୁବକଙ୍କୁ ପିଲା ଚୋର ଭାବି କିଛି ସ୍ଥାନୀୟ…

୨୪ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ସମ୍ବଲପୁର, ୧୯.୬ (ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଅବକାରୀ ଗୋଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ (ଇଆଇ ଓ ଇବି) ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri