ବର୍ଷା ହେଲେ ସମବାୟ ସମିତି ଗୃହରୁ ପାଣି ଗଳୁଛି

ନାଉଗଁା,୨୭ା୬(ସ୍ବ.ପ୍ର.): ଚାଷୀଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଛି କୃଷି ସମବାୟ ସମିତି। ଏହା ମାଧ୍ୟମରେ କୃଷିଋଣଠାରୁ ଆରମ୍ଭ କରି ଗ୍ରୁପ୍‌ ଋଣ, ରିହାତି ଦରରେ ବିହନ ଆଦି ଯୋଗାଇ ଦିଆଯିବା ସହ ମଣ୍ଡି ମାଧ୍ୟମରେ ଚାଷୀଙ୍କଠାରୁ ଧାନ, ମୁଗ ଆଦି ସରକାରୀ ଦରରେ ସଂଗ୍ରହ କରାଯାଉଛି। କେବଳ ସେତିକି ନୁହେଁ, ସମବାୟ ସମିତିକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ସମବାୟ ଆପଣଙ୍କ ଦ୍ୱାରରେ ନାମକ କାଯର୍‌ୟକ୍ରମ କରାଯାଉଛି। କିନ୍ତୁ ନାଉଗଁା ବ୍ଲକରେ ଥିବା ୬ ସମବାୟ ସମିତି ମଧ୍ୟରୁ ଅଧିକାଂଶ ସମବାୟ ସମିତି ଅବ୍ୟବସ୍ଥାରେ ପରିଚାଳିତ ହେଉଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ଏହି ବ୍ଲକର ତିରୁଣା କୃଷି ସେବା ସମବାୟ ସମିତି ହେଉଛି ଏହାର ଜ୍ୱଳନ୍ତ ଉଦାହରଣ। ସମିତି କୋଠାଘର ସମ୍ମୁଖ ଚୂନ ଲେପ ଦିଆଯାଇଥିବାବେଳେ ଭିତର ଅବସ୍ଥା କିନ୍ତୁ ଭିନ୍ନ। ସମିତିର ୨ଟି ଗୋଦାମ ଗୃହ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଫଳରେ ଗତବର୍ଷ ଧାନ ବିହନ ଗଚ୍ଛିତ ରଖିବା ପାଇଁ ସମିତି ସମର୍ଥ ହୋଇ ନ ଥିବା ଅଭିଯୋଗ ହେଉଛି। ସମବାୟ ସମିତି ମାଧ୍ୟମରେ କୃଷକଙ୍କୁ ବିଭିନ୍ନ ତାଲିମ, ପ୍ରୋତ୍ସାହନ, ବିହନ ବଣ୍ଟନ, ଧାନ ସଂଗ୍ରହ କରାଯାଇଥାଏ। ଏହି ସମିତି ୧୯୮୮-୮୯ ରେ ଗଠନ କରାଯାଇଥିଲା। ଏହା ଉପରେ ତିରୁଣା, ଡାବର, ଜାମୁଗଁା ପଞ୍ଚାୟତର ଶତାଧିକ ଚାଷୀ ନିର୍ଭରଶୀଳ। ଘରର କାନ୍ଥରୁ ପ୍ଳାଷ୍ଟର ଛାଡି ଇଟା ଓ ଛାତର ରଡ଼ ଦେଖାଯାଉଛି। ବର୍ଷା ହେଲେ ଛାତରୁ ପାଣି ଗଳୁଛି। ତେଣୁ ଗତବର୍ଷ ଧାନ ବିହନ ରଖିବା ସମ୍ଭବ ହୋଇ ନ ଥିଲା ଓ ଚାଷୀମାନେ ବିହନ ପାଇବାରୁ ବଞ୍ଚତ୍ତ ହୋଇଥିଲେ। ସେହିପରି ଧାନ ମଣ୍ଡି ଖୋଲିବା ସମୟରେ ଚାଷୀଙ୍କ ଧାନ ଖରା କାକରରେ ପଡିରହୁଥିବା ସମିତିର ପରିଚାଳନା କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି। ୧୯୯୪ ବନ୍ୟା ଓ ୧୯୯୯ ମହାବାତ୍ୟାରେ ଘରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏ ସମ୍ପର୍କରେ ବିଭିନ୍ନ ସମୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ପରିଚାଳନା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। କମିଟି ସଦସ୍ୟଙ୍କ ଅଭିଯୋଗ ମୁତାବକ ୨୦୦୨ରେ ତତ୍କାଳୀନ ସଭାପତି ଗୃହ କ୍ଷତିଗ୍ରସ୍ତ ହୋଇଥିବା ସମ୍ପର୍କରେ କଟକ କେନ୍ଦ୍ରୀୟ କୋ-ଅପରେଟିଭ୍‌ ବ୍ୟାଙ୍କ ଓ ରାଜ୍ୟ ସମବାୟ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ। ହେଲେ କିଛି ସୁଫଳ ମିଳି ନ ଥିଲା। ବର୍ତ୍ତମାନର ସଭାପତି କମଳକାନ୍ତ ପରିଡ଼ା ସମାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ୨୦୧୭ ଏପ୍ରିଲ ୯ ତାରିଖରେ ୪ ଜିଲାକୁ ନେଇ କଟକ ସହିଦ ଭବନରେ ହୋଇଥିବା ବୈଠକରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିଲା। ସେହିପରି ଗତ ମାର୍ଚ୍ଚ ମାସରେ ଜିଲାସ୍ତରୀୟ ବୈଠକରେ ଅଭିଯୋଗ କରାଯାଇଥିଲା। ଘର ମରାମତି କରାଯାଉ ନ ଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କମ୍ପ୍ୟୁଟର ଆଦି ଚୋରି ହୋଇଯିବାର ଭୟ ରହିଛି। ତେଣୁ ତୁରନ୍ତ ଉକ୍ତ ସମବାୟ ସମିତିର ଗୋଦାମ ଗୃହକୁ ନୂତନ ଭାବେ ନିର୍ମାଣ କରିବାକୁ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କପ୍‌୩୧’: ଜଳବାୟୁ ପାଣ୍ଠିକୁ ନେଇ ବିବାଦ

ଆଣ୍ଟାଲ୍ୟା,୧୦।୧୧: ତୁର୍କୀର ପର୍ଯ୍ୟଟନ ସହର ଆଣ୍ଟାଲ୍ୟାଠାରେ ସୋମବାରଠାରୁ ୩୧ତମ ଜାତିସଂଘ ଜଳବାୟୁ ସମ୍ମିଳନୀ (କପ୍‌୩୧) ଆରମ୍ଭ ହୋଇଯାଇଛି। ଆସନ୍ତା ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶ୍ୱସ୍ତରୀୟ…

ଲଜ୍ଜାଜନକ ରେକର୍ଡ ହାସଲ କଲେ ଏହି ବୋଲର୍‌! ବିଶ୍ୱର ପ୍ରଥମ ବୋଲର ଭାବେ…

ଶାରଜା,୧୦।୧୧: ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ତେବେ ଏହି ମ୍ୟାଚ୍‌ରେ ଆଫଗାନିସ୍ତାନର ସ୍ପିନର ଜିଆ ଉର୍‌ ରେହମାନଙ୍କ…

ସ୍ମୃତି ମନ୍ଧାନାଙ୍କ ଭାଗ୍ୟ ଫିଟିଲା: ପୁଣି ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ମହିଳା କ୍ରିକେଟ୍‌ରେ ଆରମ୍ଭ ହୋଇଛି ସ୍ମୃତି ମନ୍ଧାନା ଯୁଗ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସ୍ମୃତି ମନ୍ଧାନାଙ୍କୁ ଟେଷ୍ଟ ଦଳର ଅଧିନାୟିକା ଭାବେ…

ଡେବ୍ରିଗଡ଼ ପର୍ଯ୍ୟଟନ ଜୋନରେ ବୁଲିଲା ମହାବଳ ବାଘ, ସମ୍ବର ଶିକାର ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସମ୍ବଲପୁର,୧୦।୧୧(ପ୍ରମୋଦ ବହିଦାର): ପ୍ରସିଦ୍ଧ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର ପର୍ଯ୍ଯଟନ ଜୋନରେ ମହାବଳ ବାଘର ଚଳପ୍ରଚଳ ଦେଖିବାକୁ ମିଳିଛି । ଏହା ଏକ ଅଣ୍ଡିରା ମହାବଳ ବୋଲି ଜଣା…

କିଏ ଭାଙ୍ଗିବେ ସଚିନଙ୍କ ୧୦୦ ଶତକ ରେକର୍ଡ: ରେସ୍‌ରେ ସବୁଠୁ ଆଗରେ ଅଛନ୍ତି…

ନୂଆଦିଲ୍ଲୀ,୧୦।୧୧:କ୍ରିକେଟ ଜଗତରେ ଏବେ ପୁଣି ଚର୍ଚ୍ଚାରେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ରେକର୍ଡ। ଗତ ୧୬ଟି ଦିନିକିଆ ଇନିଂସରେ ୪ଟି ଶତକ ହାସଲ କରିଛନ୍ତି କୋହଲି।…

IOAରେ ବଡ଼ ଓଲଟପାଲଟ: ପି.ଟି. ଉଷାଙ୍କୁ ଝଟକା, ସାଇନା ମାରିଲେ ବାଜି

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଅଲିମ୍ପିକ ସଂଘ (IOA)ର ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ସ୍ପୋର୍ଟସପର୍ସନ ଅଫ ମେରିଟ (SOM) ନିର୍ବାଚନରେ IOA ଅଧ୍ୟକ୍ଷ ପି.ଟି. ଉଷା ନିର୍ବାଚିତ…

ଜର୍ମାନୀ ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ! ଆଇଗ୍ନର ହେବେ ଜର୍ମାନୀର ପ୍ରଥମ ମହିଳା ରାଷ୍ଟ୍ରପତି

ବର୍ଲିନ,୧୦ା୧୧: ଜର୍ମାନୀକୁ ପ୍ରଥମ ମହିଳା ରାଷ୍ଟ୍ରପତି ମିଳିବାକୁ ଯାଉଛି । ଚାନ୍ସେଲର ଫ୍ରିଡରିଚ୍‌ ମେର୍ଜଙ୍କ ପାର୍ଟି ପକ୍ଷରୁ ଦକ୍ଷିଣପନ୍ଥୀ ରାଜନେତା ଇଲ୍‌ସେ ଆଇଗ୍ନରଙ୍କୁ ଆସନ୍ତାବର୍ଷ ଦେଶର ସର୍ବୋଚ୍ଚ…

ଆଶ୍ଚର୍ଯ୍ୟ… ସମୁଦ୍ର ଭିତରେ କଇଁଛ-ପକ୍ଷୀ ଖାଇ ବଞ୍ଚିଲେ ୫, ୧୦୦ ଦିନ ଘଟିଲା….

ନୂଆଦିଲ୍ଲୀ,୧୦ା୧୧: ମୃତ୍ୟୁକୁ ମାତ୍‌ ଦେଇ ଫେରିଲେ ୫ ଜଣ । ପ୍ରଶାନ୍ତ ମହାସାଗରରେ ପ୍ରାୟ ୧୦୦ ଦିନ ଧରି ଏକ ଛୋଟ ଡଙ୍ଗାରେ ଭାସିବା ପରେ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?