Posted inରାଜ୍ୟ

ବର୍ଷା ଉଭାନ, ଚାଷୀ ଚାତକ: ଫାଟିଲାଣି ତଳି ଘେରା

ନାଉଗଁ।,୨୦ା୭(ସ୍ବ.ପ୍ର.): ବିଗତ ବର୍ଷଗୁଡିକ ଅପେକ୍ଷା ଚଳିତବର୍ଷ ନାଉଗଁ। ବ୍ଲକ ଅଞ୍ଚଳରେ କମ୍‌ ବର୍ଷା ହୋଇଛି। ଫଳରେ ଚାଷ କାର୍ଯ୍ୟ ଏ ପର୍ଯ୍ୟନ୍ତ ଠିକ୍‌ ଭାବେ ହୋଇପାରିନାହିଁ। ଯେଉଁ ଚାଷୀମାନେ ନିଜସ୍ବ ଉଦ୍ୟମରେ ତଳି ପକାଇଥିଲେ ପାଣି ଅଭାବରୁ ସେମାନଙ୍କ ତଳି ଘେରା ଫାଟି ଅଁ। କଲାଣି। ତେଣୁ ଦିନେ ଦୁଇଦିନ ମଧ୍ୟରେ ବର୍ଷା ନ ହେଲେ ତଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଏକମାତ୍ର ଭରସା ହେଉଛି ଉଠା ଜଳସେଚନ ପ୍ରକଳ୍ପ। ମାତ୍ର ସେଗୁଡିକ ମଧ୍ୟ ଅଚଳ। ତେଣୁ ଚାଷୀ ବର୍ଷାକୁ ଚାତକ ଭଳି ଚାହିଁ ରହିଛନ୍ତି। ପ୍ରକାଶ ଯେ, ନାଉଗଁ। ବ୍ଲକର ଜାମୁଗଁ।, ରୋହିଆ, ଗଜରାଜପୁର, ନୂଆଗଁ। ପଞ୍ଚାୟତକୁ ଛାଡ଼ିଦେଲେ ଆଉ ୧୨ ପଞ୍ଚାୟତର ଚାଷ ସମ୍ପୂର୍ଣ୍ଣ ଭାବେ ବର୍ଷା ଜଳ ଉପରେ ନିର୍ଭର କରିଥାଏ। କିନ୍ତୁ ଚଳିତବର୍ଷ ଚାଷ କାର୍ଯ୍ୟ ଆରମ୍ଭରୁ ପ୍ରକୃତି ଦାଉ ସାଧିଲାଣି। କୃଷି ବିଭାଗ ସୂଚନା ଅନୁଯାୟୀ, ଚଳିତବର୍ଷ ୭ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ୫ ହଜାର ହେକ୍ଟର ଜମିରେ ଶାରଦ ଓ ୨ ହଜାର ହେକ୍ଟର ଜମିରେ ଲଘୁ ଜାତୀୟ ଧାନ ଚାଷ ହୋଇଛି। ଚାଷୀ ଅଧିକ ଅମଳକ୍ଷମ ବିହନ ଯଥା ଧଳାସ୍ବର୍ଣ୍ଣ, ନାଲି ସ୍ବର୍ଣ୍ଣ, ପୂଜା, ୧୦୧୮, ୧୦୦୯, କଳାଶ୍ରୀ ଆଦି ଧାନ ଚାଷ କରିବା ପାଇଁ କ୍ଷେତ ପ୍ରସ୍ତୁତ କରିଥିବାବେଳେ ଲଘୁଜାତୀୟ ଧାନ ସୁପ୍ରଭା, ଖଣ୍ଡଗିରି, ବିଶା-୧୧ ଆଦି ଧାନ ବୁଣା ଶେଷ କରିଦେଇଛନ୍ତି। ତିରୁଣା, ଓଷକଣା, କୋରୁଆ, ଡେରିକି ଆଦି ପଞ୍ଚାୟତରେ ଚାଷୀ ଜୁନ ପ୍ରଥମ ସପ୍ତାହରେ ଖରୁଡି ଧାନ ବୁଣିଥିଲେ। ଅଧିକ ଅମଳକ୍ଷମ ବିହନ ତଳି ପକାଇବା ପାଇଁ ଚାଷୀ ତଳିଘେରା ପ୍ରସ୍ତୁତ କରିଥିବାବେଳେ ବର୍ଷା ଅଭାବରୁ ତଳି ଘେରା ଫାଟିଗଲାଣି। କେତେକ ତଳି ମଧ୍ୟ ନଷ୍ଟ ହୋଇଗଲାଣି। ସେପଟେ ବୁଣାହୋଇଥିବା ଧାନ ଜମିରେ ପାଣି ନ ଥିବାରୁ ଅନାବନା ଘାସ ମାଡ଼ିଗଲାଣି। ବିଭାଗୀୟ ତଥ୍ୟ ଅନୁଯାୟୀ, ୨୦୧୭ ସୁଦ୍ଧା ବ୍ଲକରେ ୮୬ଟି ଉଠା ଜଳସେଚନ ପ୍ରକଳ୍ପ ଥିଲା। ସେଥିମଧ୍ୟରୁ ୨୦ଟି ପ୍ରକଳ୍ପର ପୁନରୁଦ୍ଧାର କରାଯାଇଥିବାବେଳେ ସେଥିରେ ୨ କୋଟି ୫ ଲକ୍ଷ ୪୬ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ୭୬ଟି ପ୍ରକଳ୍ପ ଜଳ ଯୋଗାଇବା ପାଇଁ ପ୍ରସ୍ତୁତ ଥିବାବେଳେ ୧୫ ପ୍ରକଳ୍ପ ବର୍ତ୍ତମାନ ଜଳ ଯୋଗାଉଛି। ତେବେ ଏହି ତଥ୍ୟ ବାସ୍ତବତାଠାରୁ ସମ୍ପୂର୍ଣ୍ଣ ଭିନ୍ନ। କାଗଜ କଲମରେ ପାଣି ପଞ୍ଚାୟତ ଚାଲିଥିବାବେଳେ ଏହି ବ୍ଲକ ତିରୁଣା ପଞ୍ଚାୟତର ଅରିଓଦା, ଶିଖର ପଞ୍ଚାୟତର ପାଟେଣିଗଁା ପ୍ରକଳ୍ପକୁ ଛାଡି ଅନ୍ୟ ସମସ୍ତ ପ୍ରକଳ୍ପ ଅଚଳ ରହିଛି। କେଉଁଠି ଅଳ୍ପଦିନ ପାଣି ପଡି ପ୍ରକଳ୍ପ ଅଚଳ ହୋଇଛି ତ ଆଉ କେଉଁଠି ଆଦୌ ପାଣି ପଡିନାହିଁ। ତେଣୁ ଯଥାଶୀଘ୍ର ଏହି ଉଠାଜଳସେଚନ ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ଭୂତ ଭୟ ଘଟଣା, ଜିଲା ପ୍ରଶାସନ ସଚେତନ…..

ରାୟଗଡ଼ା,୨୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି…

କିସ୍‌ ହଷ୍ଟେଲ୍‌ରୁ ମିଳିଲା ଜଣେ ଛାତ୍ରଙ୍କ ମୃତଦେହ: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୧।୨(ତ୍ରିନାଥ ମହାନ୍ତି):ଇନ୍‌ଫୋସିଟି ଥାନା ଅନ୍ତର୍ଗତ କିସ୍‌(କଳିଙ୍ଗ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ସୋସିିଆଲ ସାଇନ୍ସ)ରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ହେଲେ ଚନ୍ଦନ ସବର। ତାଙ୍କ…

ବାଇକକୁ ପିଟିଲା ଟ୍ରକ, ଚାପି ହୋଇ ବାଇକ ଆରୋହୀଙ୍କ ଜୀବନ ଗଲା

ବାଲେଶ୍ୱର, ୨୧।୨( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି…

ଧସିଲା ଜଳସେଚନ ବିଭାଗର ସର୍ବପୁରାତନ କେନାଲ ବ୍ରିଜ୍‌, ଯାତାୟାତ ଠପ୍‌

ଜୟପୁର,୨୧।୨(ପବନ ପାଣିଗ୍ରାହୀ): ଜଳସେଚନ ବିଭାଗର ଏହି ସର୍ବପୁରାତନ କେନାଲ ବ୍ରିଜ ଧସିଯାଇଛି । ଫଳରେ ଜୟପୁର ସହରରୁ ବାରିଣୀପୁଟ ପଞ୍ଚାୟତର ଅନେକ ଗାଁକୁ ଯାତାୟତ ଠପ୍ ହୋଇଯାଇଛି…

ନାଣ୍ଡୁ ଆଣିଥିଲେ ବନ୍ଧୁକ, ଚଳାଇଲେ ଉତ୍କଳ କେଶରୀ

କଟକ,୨୧।୨(କାର୍ତ୍ତିକ ସାହୁ):କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଗୁଳିକାଣ୍ଡ ମାମଲାରେ କମିଶନରେଟ ପୋଲିସ ୫ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ହୁକୁ…

ଟି୨୦ ବିଶ୍ୱକପ ମଝିରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି କ୍ରିକେଟର୍‌: ଛାଡ଼ପତ୍ର ପରେ…

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରାହୁଲ ଚହରଙ୍କ ଛାଡ଼ପତ୍ର ହୋଇଛି।…

ଫେବୃଆରୀ ୨୩ ତାରିଖରେ କୁମ୍ଭ ରାଶିରେ ଅଙ୍ଗାରକ ଯୋଗ, ୩ ରାଶିକୁ ସତର୍କ….

ଯେତେବେଳେ ମଙ୍ଗଳ ଏବଂ ରାହୁଙ୍କ ସଂଯୋଗ ହୁଏ, ଅଙ୍ଗାରକ ଯୋଗ ସୃଷ୍ଟି ହୁଏ। ୨୩ ଫେବୃଆରୀରେ ମଙ୍ଗଳ ମକର ରାଶି ଛାଡି କୁମ୍ଭ ରାଶିରେ ପ୍ରବେଶ କରିବେ…

ତୁମମାନଙ୍କ ଯୋଗୁ ମୋ ବାପା ହଇରାଣ ହେଲେ….ଶଙ୍ଖ ଭବନରୁ ଆସିଲା ପୁଣି ଏକ ରୋଚକ ଘଟଣା

ଭୁବନେଶ୍ୱର, ୨୧।୨(ସୁନିତ୍‌ ମିଶ୍ର):ବିଜେଡି ଭିତରେ ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ନେତାମାନେ ପରସ୍ପର ବିରୋଧରେ ବିଷ ଓକାଳିବାରେ ଲାଗିଛନ୍ତି। ଏବେ ସେହି ଧାରା ତୀବ୍ର ହେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri