ବର୍ଷାରେ ବେହାଲ ରେଶମ ସହର

ବ୍ରହ୍ମପୁର ଅଫିସ,୨୧ା୮- ବର୍ଷାରେ ପୁଣି ବେହାଲ ହୋଇଛି ବ୍ରହ୍ମପୁର ମହାନଗର ନିଗମର ବହୁ ଅଞ୍ଚଳ। ମଙ୍ଗଳବାର ଅପରାହ୍ନରେ ମାତ୍ର ଦେଢଘଣ୍ଟା ବର୍ଷାରେ ସହରର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ଦେଖିବାକୁ ମିଳିଥିଲା। ରାସ୍ତା ଉପରେ ପ୍ରାୟ ୨ ଫୁଟ ଉଚ୍ଚର ବର୍ଷାଜଳ ସହ ଡ୍ରେନ୍‌ଗୁଡିକର ଜଳ ପ୍ରବାହିତ ହୋଇଥିବା ବେଳେ ଅନେକ ଅଞ୍ଚଳ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜଳବନ୍ଦୀ ହୋଇ ରହିଥିଲା। ତେବେ ବର୍ଷାଦିନ ପୂର୍ବରୁ ଡ୍ରେନ୍‌ ସଫା ଓ ନିର୍ମାଣ ଦିଗରେ ବିଏମ୍‌ସିର ଅବହେଳା ଯୋଗୁ ଏପରି ହୋଇଛି। ବର୍ଷାଦିନକୁ ଦୃଷ୍ଟିରେ ରଖି ଡ୍ରେନ୍‌ ସଫା ଓ ଜଳ ନିଷ୍କାସନ ଦିଗରେ ପଦକ୍ଷେପ ନିଆଯାଉଥିବା ନେଇ ବିଏମ୍‌ସି ପକ୍ଷରୁ କୁହାଯାଉଥିବା ବେଳେ ଅନେକ ଅଞ୍ଚଳରେ ଡ୍ରେନ୍‌ର ବର୍ଷାଜଳ ନିଷ୍କାସନ ବାଧାପ୍ରାପ୍ତ ଯୋଗୁ ଏଭଳି କୁତ୍ରିମ ବନ୍ୟା ପରିସ୍ଥିତି ଉପୁଜିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
କିଛିଦିନ ପୂର୍ବେ ଲଘୁଚାପ ଜନିତ ଦୁଇଦିନ ବର୍ଷାରେ ସହରର ଗଜପତି ନଗର, ନୀଳାଞ୍ଚଳ ନଗର ଓ ପ୍ରେମନଗର ଭଳି କେତେକ ଅଞ୍ଚଳ ଜଳମଗ୍ନ ହୋଇଥିଲା। ମଙ୍ଗଳବାର ଅପରାହ୍ନରେ ପୁଣି ମୌସୁମୀ ବର୍ଷାରେ ସହରର ଅନେକ ଅଞ୍ଚଳରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୫ ନଂ. ୱାର୍ଡ ତୁଳସୀନଗର ଦ୍ୱିତୀୟ, ତୃତୀୟ, ଷଷ୍ଠ, ସପ୍ତମ ଲାଇନ ସମେତ ୬ ନଂ. ୱାର୍ଡ ଲୋଚାପଡା ବ୍ୟାଙ୍କ କଲୋନୀ, ଭବାନୀନଗର ପ୍ରଭୃତି ଆଦି ଅଞ୍ଚଳରେ ପ୍ରାୟ ୨ ଫୁଟ ଉଚ୍ଚରେ ନର୍ଦ୍ଦମା ମିଶା ବର୍ଷାଜଳ ଜମି ରହିଥିଲା। ଅନେକଙ୍କ ଘରମଧ୍ୟକୁ ଏହି ନର୍ଦମା ମିଶା ବର୍ଷାଜଳ ପଶିଥିବା ଦେଖିବାକୁ ମିଳିିଥିଲା। ଫଳରେ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିଭିନ୍ନ ଅଞ୍ଚଳକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।
ବ୍ରହ୍ମପୁରରେ ୨୦୧୮ରେ ବିିଭିନ୍ନ ୱାର୍ଡରେ ଉନ୍ନତି ଯୋଜନା, ବିଏମ୍‌ସି ଫଣ୍ଡ ଓ ଓଡିଆରପିରେ ଡ୍ରେନ୍‌ ନିର୍ମାଣ ନେଇ ଭିତ୍ତପ୍ରସ୍ତର ସ୍ଥାପନ କରାଯାଇଥିଲା। କିନ୍ତୁ ଅଦ୍ୟାବଧି ଅନେକ ଅଞ୍ଚଳରେ ଡ୍ରେନ୍‌ ନିର୍ମାଣ ତଥା ପୁନରୁଦ୍ଧାର ହୋଇ ନ ଥିବା ଅଭିଯୋଗ ହୋଇଛି। ୫ ନଂ. ୱାର୍ଡ ତୁଳସୀନଗର ଷଷ୍ଠ ଗଳିରେ ଡ୍ରେନ୍‌ ଅଧାରୁ ପୋତି ହୋଇଯାଇଥିବା ଏହାର ପୁନରୁଦ୍ଧାର ଦିଗରେ ପଦକ୍ଷେପ ନିଆଯାଇନାହିଁ। ଫଳରେ ବର୍ଷାଜଳ ନିଷ୍କାସନ ପ୍ରଭାବିତ ହୋଇଥିଲା। ନର୍ଦ୍ଦମା ଜଳ ଉକ୍ତ ଅଞ୍ଚଳର ଘରେ ପଶିଯାଇଥିଲା। ସେହିପରି ପ୍ରେମନଗର ରାସ୍ତାରେ ଡ୍ରେନ୍‌ ଅବ୍ୟବସ୍ଥା ଯୋଗୁ ନର୍ଦ୍ଦମା ମିଶା ବର୍ଷାଜଳ ମୁଖ୍ୟରାସ୍ତାରେ ଜମି ରହିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ରାମଲିଙ୍ଗମ ଟେମ୍ପୁଲ ରୋଡ ନର୍ଦ୍ଦମାଜଳ ପ୍ରାୟ ୨ ଫୁଟ ଉଚ୍ଚରେ ପ୍ରବାହିତ ହେବା ସହ ନିକଟସ୍ଥ ବିଏମ୍‌ସି କାର୍ଯ୍ୟାଳୟ, ସ୍କୁଲ ମଧ୍ୟରେ ପଶିଯାଇଥିଲା। ଲୋଚାପଡା ବ୍ୟାଙ୍କ କଲୋନୀ, ଭବାନୀନଗର ଅଞ୍ଚଳରେ ମଧ୍ୟ ଅନୁରୂପ ପରିସ୍ଥିତ ଦେଖିବାକୁ ମିଳିଥିଲା। ବିଗତ ୨ ରୁ ୩ ବର୍ଷ ପରେ ପୁଣି ଚଳିତ ବର୍ଷ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବିଏମ୍‌ସି ପକ୍ଷରୁ ବର୍ଷାଜଳ ନିଷ୍କାସନ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଡ୍ରେନ୍‌ର କ୍ଷମତାଠାରୁ ଅଧିକ ପରିମାଣର ବର୍ଷା ହୋଇଥିବାରୁ ଏଭଳି ପରିସ୍ଥିତ ଉପୁଜିଛି। ବର୍ଷାଜଳ ଜମି ରହିଥିବା ତଥା ଡ୍ରେନ୍‌ ଚୋକ ହୋଇଥିବା ଅଞ୍ଚଳକୁ ସ୍ବତନ୍ତ୍ର ଟିମ୍‌ ପଠାଯାଇଛି। ଡ୍ରେନ୍‌ ସଫା ଓ ଅଞ୍ଚଳରେ ଜମି ରହିଥିବା ଜଳ ନିଷ୍କାସନ ଦିଗରେ ପଦକ୍ଷେପ ନିଆଯାଇଥିବା କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri