ନିଶା ନିବାରଣ ଅଭିଯାନପାଇଁ ଅଣ୍ଟା ଭିଡ଼ିଲେ ମହିଳା

ବଡବିଲ, ୨୧।୮ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଦଲକିବସ୍ତିର ଶତାଧିକ ମହିଳା ନିଶା ନିବାରଣ ଅଭିଯାନ ପାଇଁ ଅଣ୍ଟା ଭିଡିଛନ୍ତି। ମା’ ଠାକୁରାଣୀ ମହିଳା ସମିତି ନେତୃତ୍ୱରେ ମଙ୍ଗଳବାର ଅଞ୍ଚଳର ଅଧିକାଂଶ ମହିଳା ଦଲକି ଫୁଟବଲ ପଡିଆରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରାରେ ଗଳିକନ୍ଦି ବୁଲି ନିଶା ନିବାରଣ ଅଭିଯାନ ଆରମ୍ଭ କରିଛନ୍ତି ଏହି ମହିଳା ଗୋଷ୍ଠୀ। ଦଲକିବସ୍ତିରେ ଏକାଧିକ ବେଆଇନ ଦେଶୀ ମଦ ବିକ୍ରୟ କେନ୍ଦ୍ର ସହ ଠାକୁରାଣୀ ବଜାର ଭିତରେ ବେଆଇନ ଭାବେ ଜଣେ ବ୍ୟକ୍ତି ବିଦେଶୀମଦ ଚୋରାରେ ବିକ୍ରି କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଅବକାରୀ ବିଭାଗ କିମ୍ବା ପୋଲିସ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାବେଳେ ମଦ୍ୟପାନ କରି ଦୈନିକ ଘରୋଇ କଳହ, ମାଡପିଟ୍‌ ଏପରିକି ଅନେକ ମୃତ୍ୟୁମୁଖରେ ମଧ୍ୟ ପଡୁଥିବା ସ୍ଥାନୀୟ ଅଭିଯୋଗ ହୋଇଛି। ଏଥିନେଇ ଦଲକିବସ୍ତିର ମହିଳାବୃନ୍ଦ ସଚେତନ ହୋଇଛନ୍ତି। ଏହାର ନେତୃତ୍ୱ ନେଇଛନ୍ତି ଜୟନ୍ତୀ ବାରିକ, ଯାଜ୍ଞସେନୀ ବେହେରା, ପଦ୍ମିନୀ ପାତ୍ର, ପ୍ରମିଳା ନାଏକ, କୁମୁଦିନୀ ନାଏକ ଏବଂ ଅନୀତା ବେହେରା। ମଙ୍ଗଳବାର ଏହି ମହିଳାମାନେ ଦଲକି ବସ୍ତି ଓ ଠାକୁରାଣୀ ଅଞ୍ଚଳରେ ଥିବା ବିଭିନ୍ନ ବେଆଇନ ଦେଶୀ ଓ ବିଦେଶୀ ମଦ ବିକ୍ରୟ କେନ୍ଦ୍ରକୁ ଯାଇ ବନ୍ଦ କରିବାକୁ ତାଗିଦ୍‌ କରିଛନ୍ତି। ଆଗାମୀ ଦିନରେ ମଦ ବିକ୍ରି କଲେ ନଷ୍ଟ କରିଦେବାକୁ ଧମକ ମଧ୍ୟ ଦେଇଥିବା ଜଣାପଡିଛି। ତେବେ ଅଞ୍ଚଳରେ ମଦ ଦୋକାନ ବନ୍ଦ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ମହିଳା ଗୋଷ୍ଠୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri