ବର୍ଷବର୍ଷ ଧରି ବାରଣ୍ଡାରେ ପଢୁଛନ୍ତି ୨ ଶ୍ରେଣୀର ଛାତ୍ରୀଛାତ୍ର

ଝରିଗାଁ, ୨୧।୧(ସ୍ବ.ପ୍ର.) –  ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଏହାର ସଫଳ ରୂପାୟନ ହୋଇପାରୁନି କେଉଁଠି ପିଲାଙ୍କ ତୁଳନାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ସେହିଭଳି ଶ୍ରେଣୀଗୃହ ଅଭାବରୁ ଗୋଟିଏ କୋଠରିରେ ଏକାଧିକ ଶ୍ରେଣୀର ପିଲାଙ୍କୁ ପଢାଯାଉଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅଧୀନ ନୂଆଗାଁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ୧୯୯୨ରେ ନୂଆଗାଁରେ ପ୍ରାଥମିକ ବିଦ୍ୟାଳୟଟିଏ ଖୋଲାଯାଇଥିଲା। ପିଲାଙ୍କ ସଂଖ୍ୟା ବଢୁଥିବାରୁ ୨୦୧୦ରେ ଏହାକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନ୍ୟତା ମିଳିଥିଲା। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ମୋଟ ୨୫୦ ଛାତ୍ରୀଛାତ୍ର ପଢୁଥିବାବେଳେ ମାତ୍ର ୫ ଜଣ ଶିକ୍ଷୟିତ୍ରୀଶିକ୍ଷକ ରହିଛନ୍ତି। ସ୍କୁଲରେ ମାତ୍ର ୩ଟି ଶ୍ରେଣୀ ଗୃହ ରହିଛି। ଗୋଟିଏ କୋଠରିରେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ମୋଟ ୮୮ ଛାତ୍ରୀଛାତ୍ର ବସି ପାଠ ପଢୁଛନ୍ତି। ସେହିଭଳି ଅନ୍ୟ ଏକ କୋଠରିରେ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ୬୧ ଜଣ ଛାତ୍ରୀଛାତ୍ରଙ୍କୁ ପାଠ ପଢାଯାଉଛି। ବଳକା ଆଉ ଏକ କୋଠରୀରେ ଷଷ୍ଠ ଓ ଅଷ୍ଟମ ଶ୍ରେଣୀର ୪୪ ଛାତ୍ରୀଛାତ୍ର ପଢୁଚନ୍ତି। ପ୍ରଥମର ୨୩ ଏବଂ ସପ୍ତମ ଶ୍ରେଣୀର ୩୪ ଛାତ୍ରୀଛାତ୍ର ଦୁଇଟି ବାରଣ୍ଡାରେ ବର୍ଷ ତମାମ୍‌ ପାଠ ପଢୁଛନ୍ତି। ସର୍ବଶିକ୍ଷା ଅଭିଯାନ ଯୋଜନାରେ ୨୦୧୨ରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଧାର୍ଯ୍ୟ ଅଟକଳ ମୂଲ୍ୟରୁ କମ୍‌ ଟଙ୍କା ଆସିଥିବା ଯୋଗୁ ୭ବର୍ଷ ହେଲାଣି ସେହି ଶ୍ରେଣୀଗୃହ କାମ ଅଧାପନ୍ତରିଆଭାବେ ପଡିରହିଛି। ସ୍କୁଲରେ ଥିବା ରୋଷେଇ ଘରଟି ଅତି ଛୋଟ ଏବଂ ବର୍ଷା ଦିନେ ସେଥିରୁ ପାଣି ଗଳୁଥିବାରୁ ତେଣୁ ପାଚିକାମାନେ ଉକ୍ତ ଅର୍ଦ୍ଧ ନିର୍ମିତ ଶ୍ରେଣୀ ଗୃହରେ ରୋଷେଇ କରୁଛନ୍ତି। ରାଜ୍ୟସରକାରଙ୍କ ସହାୟତାରେ ୨୦୧୬ ନଭେମ୍ବରରେ ଶହେ ଶଯ୍ୟା ବିଶିଷ୍ଟ ଏକ ଛାତ୍ରୀନିବାସ ଶୁଭ ଉଦ୍‌ଘାଟନ କରାଯାଇଥିଲା। ଯାହାକି ୨୦୧୮ ଅପ୍ରିଲରୁ କାର୍ଯ୍ୟକାରୀ ହୋଇଛି। ଛାତ୍ରୀ ନିବାସରେ ପାଚେରି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ମୁଖ୍ୟ ଫାଟକରେ କବାଟ ନାହିଁ। ସେହିପରି ସେଠାରେ ରୋଷେଇ ଘର, ଖାଇବା ଗୃହ ଆଦି ନାହିଁ। ଏଠାରେ ଶୌଚାଳୟ ବ୍ୟବସ୍ଥା ଠିକ୍‌ ନ ଥିବାରୁ ନାହିଁ ନଥିବା ଅସୁବିଧା ହେଉଛି ବୋଲି ଛାତ୍ରୀମାନେ କହିଛନ୍ତି। ଛାତ୍ରୀବାସର ରୋଷେୟା ଜୟନ୍ତୀ ମାଝି ଓ ସୁଶିଳା ମାଝିଙ୍କୁ ପ୍ରାୟ ୨ ବର୍ଷ ହେବ ଦରମା ମିଳି ନଥିବା ସେମାନେ କହିଛନ୍ତି। ସେଠାରେ ମାଟ୍ରୋନ ନ ଥିବାରୁ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ହୀରାଙ୍କ ଉପରେ ଏହାର ପରିଚାଳନା ଦାୟିତ୍ୱ ରହିଛି । ଏ ନେଇ ଜିଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଛାତ୍ରୀବାସର ରୋଷେୟାମାନେ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରି ନ ଥିବା ହେତୁ ଏଚ୍‌ଆର୍‌ଏମ୍‌ଏସ୍‌ ଆଇଡି ଖୋଲା ଯାଇପାରିନାହିଁ। ଫଳରେ ସେମାନଙ୍କ ଦରମା ପ୍ରଦାନ କରିବାରେ ଅସୁବିଧା ହେଉଛି ବୋଲି ସେ କହିଛନ୍ତି। ଆବଶ୍ୟକ ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତିର ଯୋଗ୍ୟ ପ୍ରାର୍ଥତ୍ନୀ ଆବେଦନ କରୁନଥିବା ହେତୁ ଆଦିବାସୀ ଛାତ୍ରୀବାସ ଗୁଡିକରେ ମାଟ୍ରୋନ ନିଯୁକ୍ତିରେ ଅସୁବିଧା ହେଉଛି। ସେହିଭଳି ସ୍କୁଲରେ ଥିବା ଅର୍ଦ୍ଧନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହ କାମ ଜଲ୍‌ଦି ଶେଷ କରାଯିବ ବୋଲ ବିଡିଓ ଦେବେନ୍ଦ୍ର ବାହାଦୂରସିଂ ଧରୁଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

ବିଧାୟକଙ୍କୁ ପରିଗଣନା ଫର୍ମ ବାଣ୍ଟିଲେ ଭଞ୍ଜନଗର ଉପଜିଲାପାଳ, ବିଏଲଓମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଏସ ଆଇ ଆର କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ରବିବାର ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର…

କେସିଙ୍ଗାରେ ଦଶମ-ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

କେସିଙ୍ଗା,୩୧ା୫(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଯୋଲକୋ ସ୍ଥିତ ବୌଦ୍ଧ ମଣ୍ଡପ ଠାରେ ଚଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୮୦ ପ୍ରତିଶତରୁ…

ଯୁବକଙ୍କ ଉପରେ ଚଢ଼ିଗଲା ହାଇଓ୍ବା; ଯୁବକ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବାଙ୍କୀ,୩୧ା୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ବୈଦେସ୍ଵର ଥାନା ଅନ୍ତର୍ଗତ ଖଳିପଲ୍ଲୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ…

ରାଉତିଆ ସମାଜକୁ ଅନୁସୂଚିତ ଜନଜାତି ମାନ୍ୟତା ଦାବି ତେଜିଲା

କୁତ୍ରା,୩୧ା୫(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ କଟଙ୍ଗଝରିଆ ଗ୍ରାମରେ ରବିବାର ଅଖିଳ ଭାରତୀୟ ରାଉତିଆ ସମାଜର ଏକ ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ…

କାଳବୈଶାଖୀ ପ୍ରଭାବ: ୨୪ ଘଣ୍ଟା ପରେ ବି ଅନ୍ଧାରରେ ଦାରିଙ୍ଗବାଡ଼ି, କରେଣ୍ଟ୍‌ ଗଲେ ବିଏସ୍‌ଏନଏଲ୍‌ ସେବା ଅଚଳ

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲାରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ଅଞ୍ଚଳ ପ୍ରଭାବିତ ହେଉଛି। ଚଳିତ ସପ୍ତାହରେ ଦୁଇଥର ଜିଲାରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଅଚଳ…

ଗୋଟିଏ ଦିନରେ ୧୨ ଅଟୋ ଜବତ କଲା ପୋଲିସ, ଏକାଧିକ ମାମଲା ରୁଜୁ କରି…

ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍‌ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri