ବର୍ଷକରେ ୬ ବିଡିଓଙ୍କ ବଦଳି: ବ୍ଲକରେ ଉନ୍ନୟନ କାମ ବାଧାପ୍ରାପ୍ତ

ବାହାନଗା, ୨୨।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ବିଚିତ୍ର ନୀତି ଦେଖିବାକୁ ମିଳିଛି ା ୨୦୧୮-୨୦୧୯ ବର୍ଷକ ମଧ୍ୟରେ ୬ଜଣ ବିଡିଓ ଆସିଲେଣି। ତେବେ କେହି ସ୍ଥାୟୀ ଭାବେ ରହୁ ନ ଥିବାରୁ ଉନ୍ନୟନ କାମରେ ବାଧା ସୃଷ୍ଟି ହେଉଛି।
୨୦୧୨ ଅଗଷ୍ଟ ୩ ତାରିଖରେ ମୈତ୍ରୀ ଭଟ୍ଟାଚାର୍ଯ୍ୟ ବିଡିଓ ଭାବେ ଯୋଗଦେଇ ଦୀର୍ଘ ୨ବର୍ଷ କାର୍ଯ୍ୟ କରିଥିଲେ। ୨୦୧୪ ଡିସେମ୍ବର ୧୮ତାରିଖରେ ତାଙ୍କର ବଦଳି ହୋଇଥିଲା। ସେ ଯିବା ପରେ ସେହିବର୍ଷ ଡିସେମ୍ବରରେ ଉମାକାନ୍ତ ନାୟକ ବିଡିଓ ଭାବେ ଯୋଗ ଦେଇଥିଲେ। ତେବେ ତାଙ୍କର ବଦଳି ୨୦୧୮ ସେପ୍ଟେମ୍ବର ୪ ତାରିଖରେ ହେବା ପରେ ସେହି ମାସ ୧୮ତାରିଖରେ ବିଡିଓ ଭାବେ ରାମଦାସ ଟୁଡୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ତେବେ କାର୍ଯ୍ୟରେ ଯୋଗଦେବାର ୧୭ଦିନ ପରେ ତାଙ୍କର ମଧ୍ୟ ବଦଳି ହୋଇଥିଲା। ୨୦୧୮ ସେପ୍ଟେମ୍ବର ୧୭ ତାରିଖରେ ନିରଞ୍ଜନ ସାହୁ ବିଡିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ୪ମାସ ପରେ ଅର୍ଥାତ୍‌ ୨୦୧୯ ଜାନୁୟାରୀ ୩୧ତାରିଖରେ ତାଙ୍କର ବଦଳି ହୋଇଥିଲା। ପୁନର୍ବାର ବିଡ଼ିଓ ଭାବେ ରାମଦାସ ଟୁଡୁ ୩ ମାସ ପାଇଁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ୨୦୧୯ ମାର୍ଚ୍ଚ ୮ ତାରିଖରେ ବିଡ଼ିଓ ଭାବେ ରବିନାରାୟଣ ତ୍ରିପାଠୀ କାର୍ଯ୍ୟରେ ଯୋଗଦେଇଥିଲେ। ସେ ମଧ୍ୟ ଦୀର୍ଘ ୫ମାସ କାର୍ଯ୍ୟ ତୁଲାଇବା ପରେ ସେପ୍ଟେମ୍ବର ୧ ତାରିଖରେ ତାଙ୍କର ଅନ୍ୟତ୍ର ବଦଳି ହୋଇଥିଲା। ତେବେ ତାଙ୍କର ବଦଳି ହେବା ପରେ ବାହାନଗା ତହସିଲଦାର ଦେବଯାନୀ ଭୂୟଁା ବିଡ଼ିଓ ଭାବେ କାର୍ଯ୍ୟ ତୁଲାଉଛନ୍ତି। ମାତ୍ର ଦେବଯାନୀ ଭୂୟଁାଙ୍କର ମଧ୍ୟ ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ନୂତନ ବିଡିଓ ଭାବେ ଶିବାଶିଷ ବରାଳଙ୍କୁ ଏଠାକାର ବିଡ଼ିଓ ଭାବେ ଯୋଗଦେବା ପାଇଁ ନିର୍ଦ୍ଦେଶ ହୋଇଛି। ସେ ଏପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇ ନ ଥିବାରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବାରମ୍ବାର ବିଡିଓଙ୍କ ବଦଳି ଯୋଗୁ ବ୍ଲକ କର୍ମଚାରୀମାନେ ଠିକ୍‌ ଭାବେ ସହଯୋଗ କରୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାମ ଯଥା ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ଗୋପବନ୍ଧୁ ଗ୍ରାମୀଣ ସଡ଼କ ଯୋଜନା ଆଦି କାମରେ ଅଗ୍ରଗତି ହୋଇପାରୁନାହିଁ। ସାଧାରଣ ଲୋକ ଓ ହିତାଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଲୋକମାନେ ଅଭିଯୋଗ କରିବାକୁ ଆସି ମଧ୍ୟ ନିରାଶ ହୋଇ ଫେରୁଛନ୍ତି। ତୁରନ୍ତ ଜଣେ ସ୍ଥାୟୀ ବିଡ଼ିଓଙ୍କୁ ନିଯୁକ୍ତି ଦେଲେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରନ୍ତା ବୋଲି ରାଜନୈତିକ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।
ଏ ବିଷୟରେ ଏବିଡିଓ ମାନସ କୁମାର ଚୌଧୁରୀ କହିଛନ୍ତି ଯେ, ୧ବର୍ଷ ମଧ୍ୟରେ ୬ ଜଣ ବିଡ଼ିଓ ଗଲା ପରେ ଏବେ ଅନ୍ୟ ଜଣେ ବିଡ଼ିଓ ଭାବେ ଏଠାକୁ ଆସିବା ପାଇଁ ଅର୍ଡ଼ର ହୋଇଛି। ତେବେ ଜଣେ ସ୍ଥାୟୀ ବିଡ଼ିଓ ନ ରହିବାରୁ କିଛି ମାତ୍ରାରେ ବିଭିନ୍ନ କାର୍ଯ୍ୟରେ ବାଧା ଦେଖାଦେଉଛି। କେବଳ ବିଡିଓ ନୁହେଁ ା ଜେଇ, ଜିଆର୍‌ଏସ୍‌, ଭିଏଲଡ଼ବ୍ଲ୍ୟୁ ପ୍ରମୁଖ ଯେତିକି ଆବଶ୍ୟକ ତା’ ଠାରୁ କମ୍‌ ଥିବାରୁ କାମରେ ବାଧା ଦେଖାଦେଉଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ: ଜିଲାର ଦାବି ଉପସ୍ଥାପନ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି,୨ା୧(ଗିରିଧାରୀ ପରିଚ୍ଛା)-ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ ପୁରୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ଏମ୍‌ପି ଡ. ସିଏମ୍‌ ରମେଶ...

ପ୍ରଭାକର ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ

ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...

କଲରାପତରିଆ ସହ ସମ୍ବର ଶିଙ୍ଘ ଜବତ ମାମଲା: ୬ଜଣଙ୍କୁ କୋର୍ଟ ଚାଲାଣ କଲା ଖଡ଼ିଆଳ ବନଖଣ୍ଡ

ଖଡ଼ିଆଳ,୨।୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ ବାଘ ଛାଲ ଏବଂ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ କୋର୍ଟ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri