Posted inଫୁରସତ

ବରେଲୀରେ ହେଉଛି ଝୁମ୍‌କା ଛକ

ମେରା ସାୟା ଚଳଚ୍ଚିତ୍ରର ‘ଝୁମ୍‌କା ଗିରାରେ ବରେଲୀ କେ ବାଜାର ମୈ…’ ଗୀତଟି ସମସ୍ତେ ଶୁଣିଥିବେ। ଏଇ ଗୀତ ପାଇଁ ଦିନେ ବରେଲୀ ପ୍ରସିଦ୍ଧ ହୋଇଯାଇଥିଲା। ତେଣୁ ସେଇ ବରେଲୀରେ ନିର୍ମାଣ ହେଉଛି ଝୁମ୍‌କାର ଏକ ବିରାଟ ସ୍ଥାପତ୍ୟ, ଯାହା ଝୁମ୍‌କା ଚୌରାହାଃ ବା ଛକ ଭାବେ ପରିଚିତ ହେବ। ଏଠାରେ ୩୦ ଫୁଟ ଉଚ୍ଚତାବିଶିଷ୍ଟ ଏକ ଝୁମ୍‌କା ନିର୍ମାଣ କରାଯାଉଛି। ଡେଲାପୀର ଛକରେ ହେଉଥିବା ଉକ୍ତ ସ୍ଥାପତ୍ୟ ବରେଲୀର ପରିଚୟ ହେବ। ବରେଲୀ ବିକାଶ ପ୍ରାଧିକରଣ ଏହାର ଡିଜାଇନ୍‌ ଚୟନ କରିଛନ୍ତି। ଝୁମ୍‌କା ନିର୍ମାଣ ପାଇଁ ୧୦ ଲକ୍ଷ ଅଟକଳ କରାଯାଇଥିବାବେଳେ ଏଥିରେ ମୋଟ୍‌ ଖର୍ଚ୍ଚ ହେବ ୪୦ ଲକ୍ଷ ଟଙ୍କା। ଝୁମ୍‌କା ଫାଇବର ଗ୍ଲାସ୍‌ରେ ତିଆରି ହେଉଛି। ଏହାର ଡିଜାଇନ ଗୁରୁ ଗ୍ରାମରେ ହୋଇଥିବାବେଳେ ପିତ୍ତଳ ନଗରୀ ମୁରାଦାବାଦରେ ଏହାକୁ ତିଆରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁଛୁଆଙ୍କ ପୁଲ୍‌ ପାର୍ଟି; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥାଏ। ସେହିଭଳି କ୍ରମରେ ଏବେ ଭାଇରାଲ ହେଉଛି ଭାଲୁଛୁଆଙ୍କ ପୁଲ୍‌ ପାର୍ଟିର ଭିଡିଓ। ଖୋଲାପଡ଼ିଆରେ ପାଣିରେ ଖେଳୁଛନ୍ତି...

ଶିଶୁ ଜନ୍ମ ହେବା ପରେ ଛୁଇଁବା ମନା

ଶିଶୁଟିଏ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରୀ ଖେଳିଯାଏ। ମାତ୍ର ବିଭିନ୍ନ ସମ୍ପ୍ରଦାୟରେ ଏହି ବିଶେଷ ଉତ୍ସବ ପାଳନର ଭିନ୍ନ ନିୟମ ରହିଛି। ବିଶ୍ୱର ଅନେକ...

ସୁନା ଚେନ୍‌ ଗିଳିଦେଲେ ଚୋର, ପେଟରୁ ଚେନ୍‌ ବାହାର କରିବା ପାଇଁ ଏମିତି ଉପାୟ ଖୋଜିଲା ପୋଲିସ

ବିକାନେର,୨୫।୮: ପୋଲିସକୁ ଚକ୍‌ମା ଦେବା ପାଇଁ ଚୋର ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାଏ। କିନ୍ତୁ ପୋଲିସଠାରୁ ବର୍ତ୍ତିବା ସବୁବେଳେ ତା’ ପାଇଁ ସମ୍ଭବ ହୋଇ ନ...

ରାସ୍ତାରେ ଯାଉଥିଲେ କୁକୁର ପଲ, ହଠାତ୍‌ ବଦଳିଗଲା ରଙ୍ଗ, ସାମ୍ନାକୁ ଆସିଲା ଏହି କାରଣ

ରୁଷିଆରେ ଏମିତି କିଛି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାକାର ରାସ୍ତାରେ ଚାଲୁଥିବା କୁକୁରଙ୍କ ହଠାତ୍‌ ରଙ୍ଗ ବଦଳି ଯାଇଛି। ଏହା ଦେଖି...

ସବୁଠୁ ବଡ଼ ସାନ୍ତା…

ଖ୍ରୀଷ୍ଟମାସ ଆସିଲେ ସାନ୍ତା କ୍ଲଜ୍‌ଙ୍କୁ ନେଇ ଅନେକଙ୍କ ମନରେ ଏକ ଅପୂର୍ବ ଆନନ୍ଦ ଖେଳିଯାଇଥାଏ। ସେମାନଙ୍କର ବିଶ୍ୱାସ ଥାଏ ଯେ, ଏହି ପବିତ୍ର ଅବସରରେ ସାନ୍ତା...

ନବ୍ୟ ଆନ୍ଦୋଳନର ସାରଥି

ଭାରତୀୟ ସାହିତ୍ୟରେ ଯେଉଁ କେତେଜଣ ସ୍ରଷ୍ଟା ନବ୍ୟ ଆନ୍ଦୋଳନର ସୂତ୍ରପାତ କରିଥିଲେ, ସେମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। କନ୍ନଡ଼ ଭାଷାର ଷଷ୍ଠ ଲେଖକ ଭାବରେ...

ମୁକେଶ ଅମ୍ବାନୀଙ୍କ ଶାଳୀ ସଚିନ୍‌ଙ୍କ ଠାରୁ ଶାହାରୁଖ୍‌ଙ୍କ ପିଲାଙ୍କୁ ପଢ଼ାଇ ସାରିଛନ୍ତି ପାଠ: ଜାଣନ୍ତୁ…

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମୁକେଶଙ୍କ...

ଷ୍ଟେଜ୍‌ ଉପରେ ବରବଧୂଙ୍କ ସହ ଏଭଳି ବ୍ୟବହାର କଲେ ଅତିଥି; ଚକିତ ହେଲେ…

ସୋସିଆଲ ମିଡିଆରେ ବିବାହର ଅନେକ ମଜାଦାର ଭିଡିଓ ଭାଇରାଲ ହୋଇଥିଲେ। ସେଥିରୁ କିଛି ଚକିତ କରୁଥିଲେ ହେଁ କିଛି ବାରମ୍ବାର ଦେଖିବାକୁ ବାଧ୍ୟ କରିଥାଏ। ବିବାହରେ...

Advertisement
Archives

Model This Week