ବରୀ ନିର୍ବାଚନମଣ୍ଡଳୀରୁ ଯୋଗଦେବେ ୩୦୦୦କର୍ମୀ

ରସୁଲପୁର,୨୯।୨(ଡିଏନଏ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ୫ମାର୍ଚ୍ଚକୁ ପଞ୍ଚାୟତିରାଜ ଦିବସଭାବେ ପାଳନ କରାଯାଉଥିବାବେଳେ ଚଳିତବର୍ଷ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ବିଜୁଜୟନ୍ତୀ ଓ ପଞ୍ଚୟତିରାଜ ଦିବସ କଟକ ସହରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବରୀ ନିର୍ବାଚନ ମଣ୍ଡଳୀ ଅଧୀନ ୪୭ଟି ପଞ୍ଚାୟତରୁ ୩୦୦୦ ଛାମୁଆ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବରୀ ନିର୍ବାଚନ ମଣ୍ଡଳୀ ବିଧାୟିକା ସୁନନ୍ଦା ଦାସଙ୍କ ନେତୃତ୍ୱରେ ଅନେକ ସାଂଗଠନିକ କାର୍ଯ୍ୟକ୍ରମ ସଫଳତାର ରୂପ ନେଇଥିବାବେଳେ ଏବେ ପଞ୍ଚାୟତିରାଜ ଦିବସରେ ୩୦୦୦ କର୍ମୀଙ୍କୁ ପ୍ରତ୍ୟେକ ପଞ୍ଚାୟତରୁ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଯାହାକି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ବରୀ ନିର୍ବାଚନ ମଣ୍ଡଳୀର ଅଂଶଗ୍ରହଣ ପ୍ରମୁଖ ଭୂମିକା ନେବାକୁ ଲକ୍ଷ୍ୟ ରଖିଛି ବୋଲି ବରୀ ବିଧାୟିକା ସୁନନ୍ଦା ଦାସ ପ୍ରକାଶ କରିଛନ୍ତି। ପ୍ରତି ପଞ୍ଚାୟତରୁ ଅନ୍ୟୁନ ୫୦ଜଣ କର୍ମୀ ଅଂଶଗ୍ରହଣ କରିବା ନେଇ ପ୍ରସ୍ତୁତି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଏହିକ୍ରମରେ ଶୁକ୍ରବାର ଅପରାହ୍ନରେ ରସୁଲପୁର ବ୍ଲକ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଗୋପାଳପୁରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ବରୀର ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟିକା ଦାସ ଯୋଗଦେଇ ଏହି ବ୍ଲକରୁ ବରୀ ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିବା ୧୦ଟି ପଞ୍ଚାୟତରୁ ଜନପ୍ରତିନିଧି, ସଂଗଠନ, ଛାମୁଆ କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ସରପଞ୍ଚ ପ୍ରଫୁଲ ସାହୁ, ସୂର୍ଯ୍ୟମଣି ବେହେରା, ଅଭିମନ୍ୟୁ ମହାଳିକ, ନାଏବ ସରପଞ୍ଚ କୈଳାସ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ଅର୍ଜୁନ ଚରଣ ନାୟକ, ବେଣୁଧର ଦାସ, ଶିକ୍ଷାବିତ୍‌ ସନାତନ ବାରିକ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଏଥିସହ ବିଧାୟିକା ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ଏ ଦିଗରେ ଭୋଟରଙ୍କ ସହାୟତା କାମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଅନ୍‌ଲକ୍‌ ସମ୍ଭାବନା

ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ରାଜ୍ୟରେ ତଳମୁହାଁ ହେଉଛି କରୋନା ସଂକ୍ରମଣ। ଅନେକ ଜିଲାରେ ସଂକ୍ରମଣ ହାର କମ୍‌ ରହୁଥିବାରୁ ଆସନ୍ତା ୧୭ତାରିଖ ସକାଳ ୫ଟାରେ ଲକ୍‌ଡାଉନ ଶେଷ...

ପୂରଣ ହୋଇପାରୁନି ଓଡ଼ିଶା କୋଟା

ଯାଜପୁର ଅଫିସ,୧୨ା୩: ପ୍ରତିରକ୍ଷା ସେବାରେ ଆଗ୍ରହୀ ଛାତ୍ରୀଛାତ୍ରଙ୍କ ପାଇଁ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ, ଡେରାଡୁନ୍‌ରେ ଜାନୁୟାରୀ ୨୦୨୩ ଶିକ୍ଷାବର୍ଷ ନିମନ୍ତେ ଯୋଗ୍ୟତା ପରୀକ୍ଷା ଆସନ୍ତା...

ସ୍ତ୍ରୀ-ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀ ମୃତ,ସ୍ବାମୀ ଗୁରୁତର

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜଧାନୀ ଲକ୍ଷ୍ମୀସାଗର ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ-ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ବାମୀଙ୍କୁ...

କମ୍ପାନୀ ବସ୍‌-ହାଇଓ୍ବା ଧକ୍କା: ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି

ଝାରସୁଗୁଡ଼ା ଅଫିସ,୧୭ା୯: ଝାରସୁଗୁଡ଼ା ଜିଲା ସଦର ଥାନା ବାଇପାସ ପାଓ୍ବାର ହାଉସ୍‌ ନିକଟରେ ଶୁକ୍ରବାର ସମ୍ବଲପୁର ଜିଲା ଠେଲକୁଲିସ୍ଥିତ ଭୂଷଣ ଜେଏସ୍‌ଡବ୍ଲ୍ୟୁ କମ୍ପାନୀର ୧୫ ନଂ...

ଶହେ ଟଙ୍କା ନ ଦେବାରୁ ଜଳ ଯୋଗାଣ ବନ୍ଦ

କୋରୁକୋଣ୍ଡା,୪ା୬(ଡି.ଏନ୍‌.ଏ.)- ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତପାରି-୩ ପଞ୍ଚାୟତର ଏମ୍‌ଭି ୧୦୪ ଗ୍ରାମର ତଳସାହି (ନାଡିଲାଇନ)ରେ ଜଳ ଯୋଗାଣ ଟଙ୍କା ନ ଦେବାକୁ ବନ୍ଦ...

ବିବାହ ଫସର ଫାଟିଲା: ବରବେଶରେ ଗିରଫ ହେଲେ ବଳାତ୍କାର ଅଭିଯୁକ୍ତ

ବରଗଡ଼ ଅଫିସ୍‌,୯।୫: ବରଗଡ଼ ଜିଲା ଭଟଲି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ ଗଭର୍ବତୀ କରିବା ଅଭିଯୋଗରେ ଗତ ୨୦୧୭ ମସିହାରୁ ଫେରାର ଥିବା...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ନ ରହି ଲୁଚୁଛନ୍ତି ବାହାର ଫେରନ୍ତା

ଲୋଇସିଂହା,୩ା୫(ଡି.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅଞ୍ଚଳରୁ ଦୁଇଜଣ ତାମିଲନାଡୁ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ବାହାରେ ଥିବା ଜିଲାର ଦାଦନଙ୍କୁ ରାଜ୍ୟ...

ସଖୀ ନାଚର କାହାଣୀ କହିବ ‘ନାଚବାଲି’

ଭୁବନେଶ୍ୱର, ୧୧।୪ (ବ୍ୟୁରୋ): ନବେ ଦଶକରେ ସଖୀ ନାଚ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲା। ବିଶେଷକରି ଗାଁ ଗହଳିର ବିଭିନ୍ନ ଉତ୍ସବରେ ସଖୀ ନାଚକୁ ପ୍ରାଧାନ୍ୟ...

Advertisement
Archives

Model This Week