ବରୀ ନିର୍ବାଚନମଣ୍ଡଳୀରୁ ଯୋଗଦେବେ ୩୦୦୦କର୍ମୀ

ରସୁଲପୁର,୨୯।୨(ଡିଏନଏ): ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ୫ମାର୍ଚ୍ଚକୁ ପଞ୍ଚାୟତିରାଜ ଦିବସଭାବେ ପାଳନ କରାଯାଉଥିବାବେଳେ ଚଳିତବର୍ଷ ମଧ୍ୟ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସ୍ତରୀୟ ବିଜୁଜୟନ୍ତୀ ଓ ପଞ୍ଚୟତିରାଜ ଦିବସ କଟକ ସହରରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବରୀ ନିର୍ବାଚନ ମଣ୍ଡଳୀ ଅଧୀନ ୪୭ଟି ପଞ୍ଚାୟତରୁ ୩୦୦୦ ଛାମୁଆ କର୍ମୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବରୀ ନିର୍ବାଚନ ମଣ୍ଡଳୀ ବିଧାୟିକା ସୁନନ୍ଦା ଦାସଙ୍କ ନେତୃତ୍ୱରେ ଅନେକ ସାଂଗଠନିକ କାର୍ଯ୍ୟକ୍ରମ ସଫଳତାର ରୂପ ନେଇଥିବାବେଳେ ଏବେ ପଞ୍ଚାୟତିରାଜ ଦିବସରେ ୩୦୦୦ କର୍ମୀଙ୍କୁ ପ୍ରତ୍ୟେକ ପଞ୍ଚାୟତରୁ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଯାହାକି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ବରୀ ନିର୍ବାଚନ ମଣ୍ଡଳୀର ଅଂଶଗ୍ରହଣ ପ୍ରମୁଖ ଭୂମିକା ନେବାକୁ ଲକ୍ଷ୍ୟ ରଖିଛି ବୋଲି ବରୀ ବିଧାୟିକା ସୁନନ୍ଦା ଦାସ ପ୍ରକାଶ କରିଛନ୍ତି। ପ୍ରତି ପଞ୍ଚାୟତରୁ ଅନ୍ୟୁନ ୫୦ଜଣ କର୍ମୀ ଅଂଶଗ୍ରହଣ କରିବା ନେଇ ପ୍ରସ୍ତୁତି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଏହିକ୍ରମରେ ଶୁକ୍ରବାର ଅପରାହ୍ନରେ ରସୁଲପୁର ବ୍ଲକ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଗୋପାଳପୁରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ବରୀର ବରିଷ୍ଠ ବିଜେଡି ନେତା ଦେବେନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଧାୟିକା ଦାସ ଯୋଗଦେଇ ଏହି ବ୍ଲକରୁ ବରୀ ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିବା ୧୦ଟି ପଞ୍ଚାୟତରୁ ଜନପ୍ରତିନିଧି, ସଂଗଠନ, ଛାମୁଆ କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ସରପଞ୍ଚ ପ୍ରଫୁଲ ସାହୁ, ସୂର୍ଯ୍ୟମଣି ବେହେରା, ଅଭିମନ୍ୟୁ ମହାଳିକ, ନାଏବ ସରପଞ୍ଚ କୈଳାସ ଚନ୍ଦ୍ର ସାହୁ, ପୂର୍ବତନ ସରପଞ୍ଚ ଅର୍ଜୁନ ଚରଣ ନାୟକ, ବେଣୁଧର ଦାସ, ଶିକ୍ଷାବିତ୍‌ ସନାତନ ବାରିକ ପ୍ରମୁଖ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଏଥିସହ ବିଧାୟିକା ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ଏ ଦିଗରେ ଭୋଟରଙ୍କ ସହାୟତା କାମନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri