ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ବଦଳି

ରତ୍ନଗିରି,୪ା୪ (ଡି.ଏନ୍.ଏ.)-କୌଣସି କାରଣ ନ ଦର୍ଶାଇ ଅନୁପସ୍ଥିତ ରହିବା ଯୋଗୁ ଯାଜପୁର ଜିଲାର ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ହେମନ୍ତ କୁମାର ମହାରଣାଙ୍କୁ ବଦଳି କରାଯାଇଛି। କିଛିଦିନ ତଳେ ଜିଲାସ୍ତରୀୟ ଅଧିକାରୀଙ୍କ ଗସ୍ତ ସମୟରେ ସେ କାର୍ଯ୍ୟରେ ଅନୁପସ୍ଥିତ ଥିବା ନଜରକୁ ଆସିଥିଲା। ଏ ନେଇ ଡା. ମହାରଣାଙ୍କୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ କୈଫଏତ ତଲବ କରିଥିଲେ। ସେହିପରି ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ବିବାଦ ସମ୍ପର୍କରେ ଯାଜପୁର ଜିଲା ଚିକିତ୍ସାଧିକାରୀଙ୍କ ପାଖରେ ବହୁବାର ଅଭିଯୋଗ ହୋଇଥିଲା। ଶୁକ୍ରବାର ଜିଲା ଚିକିତ୍ସାଧିକାରୀ ଏକ ନିର୍ଦ୍ଦେଶନାମା(ପତ୍ରସଂଖ୍ୟା ୨୮୮୭) ଜାରି କରି ଡା. ମହାରଣାଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ଡା. କୌଶିକ ପାତ୍ରଙ୍କୁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଓଲଟିଲା ଟ୍ରାକ୍ଟର: ୧୮ ଶ୍ରମିକ…

ରାୟଗଡ଼ା ଅଫିସ,୧୩।୧୧: ରାୟଗଡ଼ା ଜିଲା ଗୁଣୁପୁର ବ୍ଲକ ଟଲଣା ଘାଟିରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ୧୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ...

ଟିଟିଲାଗଡରେ କରୋନା ସନ୍ଦିଗ୍ଧଙ୍କୁ ନେଇ ଚର୍ଚ୍ଚା

ବଲାଙ୍ଗୀର ଅଫିସ/ଟିଟିଲାଗଡ,୧୪।୩ (ଡି.ଏନ୍‌.ଏ.): କାନାଡାରୁ ଟିଟିଲାଗଡ ଆସିଥିବା ଯୁବ ଇଞ୍ଜିନିୟର ଦମ୍ପତିଙ୍କୁ କରୋନା ସନ୍ଦେହରେ ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଇସୋଲେସନ୍‌...

ଦୁର୍ଘଟଣାରେ ଆହତ ସ୍ବାମୀ-ସ୍ତ୍ରୀଙ୍କୁ ନିଜ ଗାଡିରେ ହସ୍ପିଟାଲ୍‌ ନେଲେ ବିଧାୟକ

ଛତ୍ରପୁର,୧୬।୨(ଡି.ଏନ.ଏ.)- ଗଞ୍ଜାମ ଜ଼ିଲା ଛତ୍ରପୁର ଥାନା ଅନ୍ତର୍ଗତ ଉଜ୍ଜଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥରେ ବୁଧବାର ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାଇକରେ...

ବିଳମ୍ବିତ ବର୍ଷା, ବଢାଇଛି ଦୁର୍ଦ୍ଦଶା: ସହାୟତା ପାଇଁ ଜିଲାପାଳଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ, ୧୨।୧୦-ଚଳିତବର୍ଷ ବିଳମ୍ବିତ ବର୍ଷା ଯୋଗୁ ଖରିଫ ଚାଷରେ ବ୍ୟାପକ କ୍ଷତି ହୋଇଛି। କୃଷି ଋଣ ଶୁଝି ନ ପାରି ଚାଷୀଙ୍କ ମେରୁଦଣ୍ଡ ଦୋହଲିଯାଇଛି।...

କାର୍‌ ପୋଛା ବେଳେ ଦାଗ: ଦିବ୍ୟାଙ୍ଗ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଶିକ୍ଷକ

ଦିଗପହଣ୍ଡି,୧୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ସରକାରୀ ହାଇସ୍କୁଲର ଜଣେ ଶିକ୍ଷକଙ୍କ କାରରୁ ଧୂଳି ସଫା କରିବା ପାଇଁ ୯ମ ଶ୍ରେଣୀର...

ଲାଇଫ ଲାଇନ ଏକ୍ସପ୍ରେସରେ ରୋଗୀ ସେବା

ଅନୁଗୋଳ ଅଫିସ,୧୬।୧୧- ହସ୍ପିଟାଲ ଇନ୍‌ ଟ୍ରେନ ବା ଲାଇଫ୍‌ ଲାଇନ ଏକ୍ସପ୍ରେସ୍‌ ଯୋଗେ ଅନୁଗୋଳ ରେଳ ଷ୍ଟେଶନରେ ରୋଗୀ ସେବା ସୋମବାରଠାରୁ ଆରମ୍ଭ ହୋଇଛି। ୩୦...

ପଞ୍ଚାୟତ ନିର୍ବାଚନ: ଗାଁ, ଛକ, ବଜାର କମ୍ପୁଛି

ମାର୍ଶାଘାଇ,୩।୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମାର୍ଶାଘାଇ ବ୍ଲକର ୨୪ ଟି ପଞ୍ଚାୟତରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଚିହ୍ନ...

ବାଘ ଛାଲ ଜବତ, ଜଣେ ଗିରଫ

ବାଉଁଶୁଣୀ/କଣ୍ଟାମାଳ,୨୧।୧୧(ଡି.ଏନ୍‌.ଏ.): କିଛି ଦିନର ବ୍ୟବଧାନ ପରେ ପୁଣି ବୌଦ୍ଧ ଜିଲା କଣ୍ଟାମାଳ ରେଞ୍ଜ ଘଣ୍ଟାପଡ଼ା ଅଞ୍ଚଳରୁ ଆଉ ଏକ ବାଘ ଛାଲ ଜବତ କରିଛି ସ୍ବତନ୍ତ୍ର...

Advertisement
Archives

Model This Week