ବରିଷ୍ଠ ନାଗରିକଙ୍କୁ ପୋଲିସ ବାଣ୍ଟିଲା ପରିଚୟପତ୍ର: ଏକୁଟିଆ ଥିଲେ ରହିବ ସ୍ବତନ୍ତ୍ର ଦୃଷ୍ଟି: ଏସ୍‌ପି

ଅନୁଗୋଳ ଅଫିସ, ୧୩।୧୦ – ଅନୁଗୋଳ ପୋଲିସ ପକ୍ଷରୁ ଶନିବାର ମଧ୍ୟାହ୍ନରେ ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଅନୁଗୋଳ ଥାନା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ୍‌ପି ଜଗମୋହନ ମୀନା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପରିଚୟପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଏସ୍‌ପି କହିଥିଲେ ଯେ, ପିଲାମାନଙ୍କଠାରୁ ଯେଉଁ ବୟସ୍କମାନେ ଅଲଗା ରହୁଛନ୍ତି, ସେମାନଙ୍କ ଉପରେ ଅନୁଗୋଳ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ରଖାଯିବ। ସମ୍ପୃକ୍ତ ବରିଷ୍ଠ ନାଗରିକଙ୍କ ଏକ ତାଲିକା କରିବାକୁ ଏସ୍‌ପି ଅନୁଗୋଳ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିଛି ଅଭିଯୋଗ ଥିଲେ ବରିଷ୍ଠ ନାଗରିକମାନେ ପ୍ରଥମେ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଭେଟିବେ। ଥାନା ଅଧିକାରୀ ଅନୁପସ୍ଥିତ ଥିଲେ ଏସ୍‌ଡିପିଓଙ୍କ ନିକଟକୁ ଯିବେ। ଯଦି ଦୁଇ ଅଧିକାରୀ ଅନୁପସ୍ଥିତ ଥିବେ ତାହେଲେ ଏସ୍‌ପିଙ୍କ ନିକଟକୁ ଯାଇ ଅବଗତ କରିପାରିବେ ବୋଲି ମୀନା ସୂଚନା ଦେଇଥିଲେ। ତେବେ ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା ବଢ଼ାଇବାକୁ ବରିଷ୍ଠ ନାଗରିକମାନେ ଏସ୍‌ପିଙ୍କୁ ଅନୁରୋଧ କରିଥିଲେ। ଅନୁଗୋଳ ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମୋଟ ୪୧୧ ଜଣ ବରିଷ୍ଠ ନାଗରିକ ଥାନାରେ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପୂର୍ବରୁ ୩୦୫ ଜଣଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଶନିବାର ୭୦ ଜଣଙ୍କୁ ପରିଚୟପତ୍ର ବଣ୍ଟା ଯାଇଥିବାବେଳେ ବାକି ଥିବା ୩୬ ଜଣଙ୍କୁ ପରେ ପ୍ରଦାନ କରାଯିବ। ଅନ୍ୟ ବରିଷ୍ଠ ନାଗରିକମାନେ ଆବେଦନ କଲେ ସେମାନଙ୍କ ଘରେ ପରିଚୟପତ୍ର ପ୍ରଦାନ କରାଯିବ ବୋଲି ଅନୁଗୋଳ ପୋଲିସ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଏସ୍‌ଡିପିଓ ଅଶ୍ୱିନୀ ସାହୁ, ଥାନା ଅଧିକାରୀ ରମେଶଚନ୍ଦ୍ର ବିଶୋଇ, ବରିଷ୍ଠ ନାଗରିକ ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ଓ ସମ୍ପାଦକ କୃଷ୍ଣଚନ୍ଦ୍ର ନନ୍ଦଙ୍କ ଅନ୍ୟ ବରିଷ୍ଠ ନାରିକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳ ଜିଲାରେ ପ୍ରଥମ ହେବାକୁ ନ ଥିଲା ଆଶା: ଟପ୍ପର କହିଲେ କିଛି ଏମିତି କଥା

ଅନୁଗୋଳ ଅଫିସ,୨୯।୭: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଅନୁଗୋଳ ଜିଲାର ଛାତ୍ର ସୌମ୍ୟରଞ୍ଜନ ସାମନ୍ତ...

କରୋନା ମୁକାବିଲା ଲାଗି ଛେଣ୍ଡିପଦା ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଛେଣ୍ଡିପଦା,୮ା୫(ସ୍ବ.ପ୍ର.) : ସାମ୍ପ୍ରତିକ ପରିସ୍ଥିତିରେ କରୋନା ସଂକ୍ରମଣ ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା ବେଳେ ଲୋକଙ୍କ ମନରେ ସଚେତନତା ଓ...

କୋଇଲା ଉଦ୍ୟୋଗରୁ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବି ପ୍ରସଙ୍ଗ: ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୋଲିସ

ତାଳଚେର,୨୫।୯(ନି.ପ୍ର.): ଅନୁଗୋଳ ଜିଲା ତାଳଚେରରେ କୋଇଲା ଉଦ୍ୟୋଗରେ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବିରେ ଭାରତୀୟ ମଜଦୁର ସଙ୍ଘ ପକ୍ଷରୁ ୩ ଦିନ...

ବାରବାଟୀ ଟିକେଟ୍‌କୁ ନେଇ ତନାଘନା

ଅନୁଗୋଳ ଅଫିସ, ୧୪।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆୟୋଜିତ ହୋଇଯାଇଥିଲେ ମଧ୍ୟ ଅନୁଗୋଳ...

କଲ୍ୟାଣମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ ଦାବି

ବଇଣ୍ଡା, ୨୭ା୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ଠେଲକନାଳୀ ପଞ୍ଚାୟତ ଠେଲକନାଳୀ ଗ୍ରାମରେ ବିଭିନ୍ନ ସମସ୍ୟା ଲାଗିରହିଥିଲେ ହେଁ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ପଞ୍ଚାୟତ...

ପ୍ରଶାସନ ପାଣ୍ଠି ଦେଲେ ସମାଧାନ

ଅନୁଗୋଳ ଅଫିସ, ୨୦।୧୦ ଅନୁଗୋଳ ସହରରେ ବୁଲା ଗୋରୁଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସକାଳୁ ରାତିଯାଏ ଏମାନେ ବିଭିନ୍ନ ରାସ୍ତାକୁ କବ୍‌ଜା...

ସ୍ପର ପାଇପ ଲାଇନ ନିମନ୍ତେ ଜମି ଅଧିଗ୍ରହଣକୁ ବିରୋଧ: ଗେଲ୍‌ ଇଣ୍ଡିଆ ଅଧିକାରୀଙ୍କୁ ଘେରାଉ

ଛେଣ୍ଡିପଦା,୩୧।୭(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳ ଦେଇ ଯିବାକୁ ଥିବା ଜଗଦିଶପୁର-ହଳଦିଆ-ବୋକାରୋ-ଧାମରା ଗ୍ୟାସ ପାଇପ ଲାଇନ ତଥା ସ୍ପର ପାଇପ ଲାଇନ ନିମନ୍ତେ ଗେଲ୍‌ ଇଣ୍ଡିଆ...

୫ମ ଥର ଖୋଲିଲା ରେଙ୍ଗାଳି ଗେଟ୍‌

କଣିହାଁ,୧୧।୧୦(ଡି.ଏନ.ଏ)-ଅନୁଗୋଳ ଜିଲା କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀ ବନ୍ଧ ଯୋଜନାର ରେଙ୍ଗାଳି ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁ ଡ୍ୟାମ କର୍ତ୍ତୃପକ୍ଷ ୫ମ ଥର ବନ୍ୟାଜଳ...

Advertisement
Archives

Model This Week