ବରମୁଣ୍ଡାରୁ ପଳାଶୁଣୀ ନୋ ଓଭରଟେକିଂ ଜୋନ

ଭୁବନେଶ୍ୱର,୩।୯(ବ୍ୟୁରୋ): ବାଇକ ଓ କାର ଚାଳକଙ୍କ ପରେ କମିଶନରେଟ ପୋଲିସର ନଜର ଏବେ ବସ୍‌ ଉପରେ। ବସ୍‌ ପାଇଁ କଡାକଡି କଟକଣା ଲାଗୁ ହୋଇଛି। ବରମୁଣ୍ଡାରୁ ପଳାଶୁଣୀ ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ନୋ ଓଭରଟେକିଂ ଜୋନ୍‌ କରାଯାଇଛି। ସୋମବାର ଅପରାହ୍ନରେ ବସ୍‌ ମାଲିକଙ୍କୁ ନେଇ କମିଶନରେଟ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନୂଆ ମୋଟର ଯାନ ଆଇନ ଓ ବସ୍‌ ପାଇଁ ରହିଥିବା ନିୟମ ସମ୍ପର୍କରେ ବସ୍‌ ମାଲିକମାନଙ୍କୁ ଅବଗତ କରାଯାଇଥିଲା। କୌଣସି ବସ୍‌ ଅନ୍ୟ ବସ୍‌କୁ ଓଭରଟେକ୍‌ କରି ଆଗକୁ ଯିବେ ନାହିଁ। ନିଜ ନିଜ ଲେନ୍‌ରେ ଯିବାଆସିବା ପାଇଁ ଡ୍ରାଇଭରମାନଙ୍କୁ ଅବଗତ କରାଇବାକୁ କୁହାଯାଇଛି। ଏଥିପାଇଁ ୫ଦିନ ମହଲତ ଦିଆଯାଇଛି। ଡ୍ରାଇଭରମାନେ ନିୟମ ନ ମାନିଲେ ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଜରିମାନା ଆଦାୟ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ବସ୍‌ଗୁଡ଼ିକୁ ମନଇଚ୍ଛା ରାସ୍ତା ଉପରେ ରଖି ହର୍ନ ବଜାଇବା ସହ ଲୋକ ଉଠାଇବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଏଣିକି ଏପରି କଲେ ୧ହଜାର ଟଙ୍କା ଜରିମାନା ଆଦାୟ ହେବ ବୋଲି ମାଲିକଙ୍କୁ ଜଣାଇ ଦିଆଯାଇଛି। ଡ୍ରାଇଭରମାନେ ବସ୍‌କୁ କେଉଁଠି ପାର୍କିଂ କରିବେ ଓ କରିବେ ନାହିଁ ସେନେଇ ପ୍ରତି ବସ୍‌ ଏବଂ ରାସ୍ତାରେ ସୂଚନାଫଳକ ଲଗାଯିବ। ମଙ୍ଗଳବାର ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା ଓ ଟ୍ରାଫିକ୍‌ ଏସିପି କେ.କେ ପାଣିଗ୍ରାହୀ କ୍ଷେତ୍ର ଅନୁଧ୍ୟାନ କରି ବରମୁଣ୍ଡାରୁ ପଳାଶୁଣୀ ପର୍ଯ୍ୟନ୍ତ ୫ ବସ୍‌ ଷ୍ଟପ୍‌ ଚିହ୍ନଟ କରିବେ। ବସ୍‌ଗୁଡିକ ବାଣୀବିହାର ତଳକୁ ନ ଆସି ଓଭରବ୍ରିଜ୍‌ ଦେଇ ବରମୁଣ୍ଡା ଯିବା ପାଇଁ ପୋଲିସ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ବାଣୀବିହାର ଓଭରବ୍ରିଜ୍‌ ତଳୁ ଅଧିକାଂଶ ଯାତ୍ରୀ ଉଠୁଥିବାରୁ ବସ୍‌ ମାଲିକ ସଂଘ ରାଜି ହୋଇ ନ ଥିଲେ। ତେଣୁ ଦ୍ୱିତୀୟ ବୈଠକରେ ଏନେଇ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହି ବୈଠକରେ ଲିଙ୍ଗରାଜ ବସ୍‌ ମାଲିକ ଆସୋସିଏଶନ, ରାଜଧାନୀ ବସ୍‌ ମାଲିକ ଆସୋସିଏଶନ ଓ ଭୁବନେଶ୍ୱର ବସ୍‌ ମାଲିକ ଆସୋସିଏଶନ ସଭାପତିମାନେ ସାମିଲ ଥିଲେ। ଅତିରିକ୍ତ ଟ୍ରାଫିକ ଡିସିପି ଅମରେଶ ପଣ୍ଡା, ଟ୍ରାଫିକ୍‌ ଏସିପି କେ.କେ. ପାଣିଗ୍ରାହୀ, ଟ୍ରାଫିକ ଇନ୍ସପେକ୍ଟର ସୁରେନ୍ଦ୍ରନାଥ ଭଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୪ କରୋନା ଆକ୍ରାନ୍ତ: ସୁନ୍ଦରଗଡ ଜିଲାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ୧୫୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୧୩୯ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୧୨୭, କଟକରୁ...

ଚୋରକୁ ଧରି ଲୋକେ ପୋଲିସ ଜିମା ଦେଲେ

ସୋନପୁର/ଅମରପାଲି,୧୭।୧୧(ନି.ପ୍ର./ଡି.ଏନ୍‌.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡି ସମ୍ମୁଖରୁ ରବିବାର ବିଳମ୍ବିତ ରାତିରେ ସିରିଜ୍‌ ଚୋରି ହୋଇଛି। ଚୋର ଏକକାଳୀନ ୫ଟି ଦୋକାନର ତାଲା...

ଅଖିମୁଠି ଅନୁକୂଳ କଲେ ବିଡିଓ

ଚାନ୍ଦବାଲି,୨୩।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର କୃଷି ବିଭାଗ ପକ୍ଷରୁ ଅଖିମୁଠି ଅନୁକୂଳ କରାଯାଇଛି । ମତୋ...

୪୦ ଡିଗ୍ରୀ ଟପିଲା ୬ ସହର

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଗତ କିଛିଦିନ ଧରି ଲଗାତର ଝଡ଼ବର୍ଷା ହେବା ଯୋଗୁ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ କମ୍‌ ରହିଥିଲା। ସୋମବାରଠାରୁ ଏହାର ପ୍ରକୋପ ପୁଣି ବୃଦ୍ଧି ପାଇଛି।...

ବରଣ୍ଡୁଆ-ସୁଦର୍ଶନପୁର ରାସ୍ତାରେ ବନ୍ୟାଜଳ

ବାସୁଦେବପୁର, ୨୦ା୯(ଡି.ଏନ.ଏ.)- ଗମେଈ ନଦୀରେ ବନ୍ୟା ଆସିବା ଫଳରେ ନଦୀ ସଂଲଗ୍ନ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିବା ସହ ଧାନଫସଲ ଉପରେ ୪ ଫୁଟରୁ ଊର୍ଦ୍ଧ୍ୱ...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ

ବାରିପଦା ଅଫିସ,୫।୨: ପାଗ ଅନୁକୂଳ ହେବାରୁ ଶନିବାର ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଜାତୀୟ ଉଦ୍ୟାନ। ପ୍ରବଳ ବର୍ଷା ପାଇଁ ଶୁକ୍ରବାର ପର୍ଯ୍ୟଟକଙ୍କ ପାଇଁ...

ତହସିଲଦାରଙ୍କ ଉପସ୍ଥିତିରେ ବିବାହ କଲେ ପ୍ରେମୀଯୁଗଳ

କୋକସରା,୧ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ କାର୍ଯ୍ୟାଳୟରେ ବୁଧବାର ପ୍ରେମୀଯୁଗଳଙ୍କ ବିବାହ ହୋଇଛି। ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରେମୀଯୁଗଳ ହେଲେ ଧନସରା ଗ୍ରାମର ଖଗେଶ୍ୱର...

‘ମୁଁ ଓଡ଼ିଆ ପୁଅ, ଶେଷ ପର୍ଯ୍ୟନ୍ତ ଲଢିବି’

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଜେଲ୍‌ ଯାଇ ଜାମିନ୍‌ରେ ଆସିଥିବା ଗୋପାଳପୁର ବିଧାୟକ...

Advertisement
Archives

Model This Week